Advertisment

ଲଞ୍ଚ ହେଲା 'ମୋ ବୁଥ୍ ଆପ୍'; ସଚେତନ ହେବେ ସହରାଞ୍ଚଳ ଭୋଟର, ପାଇବେ ଟିକିନିଖି ତଥ୍ୟ

ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ଲୋକ ଭୋଟ୍ ଦେଇଥିବା ବେଳେ ବ୍ରହ୍ମପୁରରେରେ ସର୍ବନିମ୍ନ ମତଦାନ ହୋଇଛି।

ଅଦ୍ୟତନ ହୋଇଛି
Mo Booth App Launched

Mo Booth Application

Advertisment

ଏଣିକି ସଚେତନ ହେବେ ସହରାଞ୍ଚଳ ଭୋଟର୍‌। କେଉଁଠି ଦେବେ ଭୋଟ୍ କେଉଁଠି ରହିଛି ବୁଥ୍‌ ସମସ୍ତ ତଥ୍ୟ ହାତ ପାହାନ୍ତାରେ ପାଇବେ। ମୋବାଇଲ୍ ଦେଖି ଜାଣିପାରିବେ ଲୋକେସନ। ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ 'ମୋ ବୁଥ୍ ଆପ୍' ଉନ୍ମୋଚନ କରାଯାଇଛି। ଯାହାକୁ ଉନ୍ମୋଚନ କରିଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ। ଏହି ଆପ୍ ଯୋଗେ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ।

Advertisment

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଲା ମତଦାନ ହାର। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି। ନବରଙ୍ଗପୁରରେ ସର୍ବାଧିକ ଲୋକ ଭୋଟ୍ ଦେଇଥିବା ବେଳେ ବ୍ରହ୍ମପୁରରେରେ ସର୍ବନିମ୍ନ ମତଦାନ ହୋଇଛି। ସ୍ୱାଭିମାନ ଅଞ୍ଚଳର ୨୩ ବୁଥ୍‌ରେ ଚଳିତ ବର୍ଷ ୮% ଅଧିକ ଭୋଟିଂ ହୋଇଛି। ଏନେଇ ସିଇଓ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ସତ୍ୟପାଠରୁ ଆସିଲା ତଥ୍ୟ, ନବୀନଙ୍କ ରହିଛି ୧୪ କୋଟିର ଅସ୍ଥାବର ସମ୍ପତ୍ତିର

Advertisment

ମତଦାନ ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଥାଏ। ନବରଂଗପୁର, ଡାବୁଗାଁ, କୋଟପାଡ଼ରେ ୮୫ପ୍ରତିଶତରୁ ଅଧିକ ମତଦାନ ହୋଇଛି। ମାତ୍ର ବ୍ରହ୍ମପୁରରେ ୫୫.୬ପ୍ରତିଶତ ମତଦାନ ହୋଇଛି।କଳାହାଣ୍ଡିରେ ୭୮ପ୍ରତିଶତ, କୋରାପୁଟରେ ୭୭.୫ପ୍ରତିଶତ ହୋଇଛି। ଏହା ତୁଳନାରେ ବ୍ରହ୍ମପୁରରେ ଖୁବକମ୍‌ ମତଦାନ ହୋଇଛି। ଗତଥର ଭୁବନେଶ୍ୱରରେ ମତଦାନ ହାର ୫୦ପ୍ରତିଶତରୁ କମ୍‌ ଥିଲା। ମାତ୍ର ଏହି ଆପ୍‌ ଭୁବନେଶ୍ୱରରେ ଭୋଟରଙ୍କୁ ୟୁନିକ୍ ଭୋଟିଂ ଏକ୍ସପେରିମେଣ୍ଟ ଦେବ।

ଆଣ୍ଡ୍ରଏଡ୍ ଫୋନ୍‌ରେ ଏହି ଆପ୍‌ ଡାଉନଲୋଡ୍‌ କରିବାକୁ କଲେ ଅନୁରୋଧ। ଚିତ୍ରକୋଣ୍ଡାରେ ୭୬ପ୍ରତିଶତ ମତଦାନ ହୋଇଛି। ବିଚ୍ଛିନ୍ନାଞ୍ଚଳ ସ୍ୱାଭିମାନ ଅଂଚଳରେ ସୁରୁଖୁରୁରେ ନିର୍ବାଚନ ସରିଛି। ଯାହା ଗଣତନ୍ତ୍ର ପାଇଁ ଶୁଭ ସଂକେତ। ମେ’ ୨୫ରେ ଭୁବନେଶ୍ୱରେ ଭୋଟ୍ ଗ୍ରହଣ ହେବ। ଅଧିକ ସଂଖ୍ୟାରେ ଆସି ମତଦାନ କରିବାକୁ କଲେ ଅନୁରୋଧ। ଏହି କାର୍ଯ୍ୟକ୍ରମରେ ଆଡିସନାଲ୍ ଚିଫ୍ ଇଲେକ୍ଟ୍ରୋରାଲ୍ ଅଫିସର ଓ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା ଉପସ୍ଥିତ ଥିଲେ।

Advertisment

General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ