Advertisment

ଭୋଟ୍ ପଶାପାଲିରେ ବଡ଼ ମୁଦ୍ଦା ଚିଟ୍‌ଫଣ୍ଡ, ସରକାରକୁ ଆସିଲେ ଦେଢ଼ ବର୍ଷରେ ଟଙ୍କା ଫେରାଇବ ବିଜେପି

ବିଜେପି ପାଇଁ ବଡ଼ ପ୍ରସଙ୍ଗ ଚିଟ୍ଫଣ୍ଡ ଦୁର୍ନୀତି। ଚଳିତ ନିର୍ବାଚନରେ ଦଳ ଏହାକୁ ବଡ଼ ମୁଦ୍ଦା କରିଛି। ସରକାରକୁ ଆସିଲେ ଦେଢ ବର୍ଷ ଭିତରେ କ୍ଷତିପୂରଣ ମିଳିବ ବୋଲି ଘୋଷଣା ବି କରିଛି ଦଳ।

ଅଦ୍ୟତନ ହୋଇଛି
undefined

Chitfund Issue

Advertisment

ରାଜନୀତିର ପଶାପାଲିରେ ଚିଟ୍ ଫଣ୍ଡ ଏବେ ବଡ଼ ମୁଦ୍ଦା । ଓଡ଼ିଶାରେ ଘଟିଥିବା ଏହି ବଡ଼ ସ୍କାମ୍‌କୁ ଏଥର ପୁଣି ପ୍ରସଙ୍ଗ କରିଛି ବିଜେପି । ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଶ୍ବସ୍ତି ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ରାଜ୍ୟରେ ବିଜେପି ସରକାରକୁ ଆସିଲେ, ଦେଢ଼ବର୍ଷ ଭିତରେ କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା । ଖାଲି ସେତିକି ନୁହେଁ ଯେଉଁ ସବୁ ନେତା ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଥିବେ ଜେଲ୍ ଯିବେ ବୋଲି ମଧ୍ୟ ରୋକ୍ ଠୋକ୍ କହିଛନ୍ତି।

Advertisment

ରାଜ୍ୟ ବିଜେପି ମଧ୍ୟ ନିଜ ଇସ୍ତାହାରରେ ଚିଟ୍‌ଫଣ୍ଡକୁ ଗୁରୁତ୍ବ ଦେଇଛି। ବର୍ଷବର୍ଷ ଧରି ଚିଟଫଣ୍ଡ କ୍ଷତିଗ୍ରସ୍ତ ନ୍ୟାୟକୁ ଅପେକ୍ଷା କରି ରହିଛନ୍ତି। ଯେଉଁଥି ପାଇଁ ବିଜେପିର ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବ ଏଥର ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କିପରି ନ୍ୟାୟ ମିଳିବ ତାକୁ ଗୁରୁତ୍ବ ଦେଇଛି। ସେପଟେ କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ବି ଆଜି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଚିଟ୍‌ଫଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଏହାସହ ଭ୍ରଷ୍ଟ ସରକାରକୁ ହଟାଇବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ସେପଟେ ବିଜେଡି କହିଛି ବିରୋଧୀଙ୍କ ଏହା କୁମ୍ଭୀର କାନ୍ଦଣା।

ଅଧିକ ପଢ଼ନ୍ତୁ: ୱାର୍ଣ୍ଣିଂ ଦେଲେ, ଚାକିରି ଯିବାର ଭୟ ବି ଦେଖାଇଲେ; ନଡ୍ଡାଙ୍କ ଭାଷଣ, ଚିନ୍ତାରେ ନବୀନ

Advertisment

ରାଜ୍ୟରେ ଚିଟ୍ ଫଣ୍ଡ ଠକେଇର ଶିକାର ହୋଇଛନ୍ତି ପ୍ରାୟ ୭୦ ଲକ୍ଷ ଜମାକାରୀ । ପ୍ରାୟ ୩୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ହୋଇଛି। କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପାଇଁ ୨୦୧୩ ଚିଟ୍ ଫଣ୍ଡ ତଦନ୍ତ କମିଶନ ଗଠନ ହୋଇଥିଲା। ଏହାରି ଭିତରେ ୭ଟି ଅନ୍ତରୀଣ ରିପୋର୍ଟ ଦେଇସାରିଛନ୍ତି କମିଶନ। ଓଡ଼ିଶା ପ୍ରୋଟେକସନ୍ ଅଫ୍ ଡିପୋଜିଟର୍ସ ଆକ୍ଟ ୨୦୧୧ ଅନୁଯାୟୀ ଚିଟ୍‌ଫଣ୍ଡ କମ୍ପାନୀଗୁଡିକର ସଂପତ୍ତି ବାଜ୍ୟାପ୍ତି କରି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇ ପାରିବେ। କିନ୍ତୁ ଏନେଇ ସରକାର ଚୁପ୍। ଯେଉଁଥିପାଇଁ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଏବେ ବି ଆଶା ଆଶଙ୍କା ଭିତରେ ଅଛନ୍ତି ।

ଅନ୍ତରୀଣ ରିପୋର୍ଟ ଅନୁଯାୟୀ, ୪୫୦ରୁ ଅଧିକ ଚିଟ୍‌ଫଣ୍ଡ କମ୍ପାନୀ ଦ୍ବାରା ପାଖାପାଖି ୮ ଲକ୍ଷ ୮୬ ହଜାରଟି ଆବେଦନ କମିଶନଙ୍କ ନିକଟକୁ ଆସିଥିଲା। ସେଥିରୁ ୪ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଥିଲେ। ଏଥିରୁ ମାତ୍ର ୨ଲକ୍ଷ ୩୮ ହଜାର କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ ହଜାରରୁ କମ୍ ଟଙ୍କା ଜମାକାରୀଙ୍କୁ ଟଙ୍କା ଫେରାଇଛନ୍ତି ସରକାର। ଦେଖିବାର କଥା, ଚିଟଫଣ୍ଡ ପ୍ରସଙ୍ଗ ଏଥର ଭୋଟ୍ ରାଜନୀତିକୁ କେତେ ଦୂର ପ୍ରଭାବିତ କରୁଛି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଆଚରଣବିଧି ଉଲଂଘନ! ସରକାରୀ କର୍ମଚାରୀ ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

BJD BJP Congress Odisha Politics Chit Fund Scam General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ