ବିଜେଡି ବିରୋଧରେ ‘ଚାର୍ଜସିଟ୍’ ଆଣିଲା ବିଜେପି, ‘୨୫ ବର୍ଷର ପାପ ପେଡ଼ି’ ନାଁରେ କଲା ରିଲିଜ୍‌

ଚାର୍ଜସିଟ୍ ଲୋକାର୍ପଣ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ବଡ଼ ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।

BJP Chargesheet

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍। ୨୫ ବର୍ଷର ପାପ ପେଡ଼ି । କେତେଦିନ ସହିବା, ପରିବର୍ତ୍ତନ ଆଣିବା ନାଁରେ ଚାର୍ଜସିଟକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ୨୫ ବର୍ଷ ସରକାରରେ ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ଚାର୍ଜସିଟରେ ଉଲ୍ଲେଖ କରିଛି ବିଜେପି । ଚାର୍ଜସିଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ଆସିଛି । ଚିଟ୍‌ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଚାର୍ଜସିଟରେ ଉଲ୍ଲେଖ ରହିଛି । ବିଜେପି କହିଛି, ରାଜ୍ୟ ସରକାର ସବୁ ଯୋଜନାରେ ଫେଲ୍। କାଳିଆ ଯୋଜନା ଓଡ଼ିଶାରେ ବିଫଳ ହୋଇଛି। ଶୀତଳ ଭଣ୍ଡାର ରାଜ୍ୟରେ କାମ କରୁନି।

ଅଧିକ ପଢ଼ନ୍ତୁ: ନିର୍ବାଚନ ଲଢ଼ିବେ ମୋକିମ୍‌ଙ୍କ ଝିଅ !

ଚାର୍ଜସିଟ୍ ଲୋକାର୍ପଣ କରି ବିଜେଡି ଓ ରାଜ୍ୟ ସରକାରଙ୍କୁ ବଡ଼ ପ୍ରଶ୍ନ ପଚାରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ସେ କହିଛନ୍ତି, ଓଡ଼ିଶାଠୁ ତାମିଲନାଡ଼ୁରେ କାହିଁକି ଶସ୍ତା ବିଜୁଳି ? ଓଡ଼ିଶା ଲୋକେ ବିଜୁଳି ୟୁନିଟ୍ ପିଛା ୨ ଟଙ୍କା ୮୩ ପଇସା । କିନ୍ତୁ ସେହି ବିଜୁଳି ତାମିଲନାଡ଼ୁକୁ ଶସ୍ତାରେ ଯୋଗା ଯାଉଛି । ତାମିଲନାଡ଼ୁ ୟୁନିଟ୍ ପିଛା ୨.୫୩ ଟଙ୍କା ଦେଉଛି। କାହିଁକି ତାମିଲନାଡ଼ୁକୁ ଶସ୍ତାରେ ବିଜୁଳି ଦିଆଯାଉଛି ? ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯାଞ୍ଚ ହେବା ଦରକାର । ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି । ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ୍ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଏହି ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିନାହିଁ ।

ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି । ଓଡ଼ିଶାରେ ଆଜି ନା ଗଣତାନ୍ତ୍ରିକ ନା ରାଜନୈତିକ ବ୍ୟବସ୍ଥା ଅଛି। ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମ୍ମାନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨/୪ ଜଣ ମୁଷ୍ଟିମେୟ ଅଫିସର ଆଜି ଆତଙ୍କରାଜ ସୃଷ୍ଟି କରୁଛନ୍ତି । ଆଜି ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ମୁହଁରୁ କଥା ବାହାରୁନି । ଗଣତନ୍ତ୍ରରେ ମନ୍ତ୍ରୀ, ବିଧାୟକ, ସାଂସଦ କ୍ରିତଦାସ ନୁହଁନ୍ତି ବୋଲି କହିଛନ୍ତି ମନମୋହନ ସାମଲ। ଗଣତନ୍ତ୍ରରେ ଡରାଇ, ଧମକାଇ ଶାସନ ଚାଲିପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।