Advertisment

ନିର୍ବାଚନୀ ଇସ୍ତାହାର ନେଇ ପାଣ୍ଡିଆନ୍‌ଙ୍କ ଅପିଲ୍‌କୁ ବିଜେପିର କଟାକ୍ଷ

୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଅଦ୍ୟତନ ହୋଇଛି
BJP Targets Pandian

BJP Target Pandian

Advertisment

ବିଜେଡି ନିର୍ବାଚନୀ ଇସ୍ତାହାର ପାଇଁ ପାଣ୍ଡିଆନଙ୍କ ଅପିଲକୁ ନେଇ ଟାର୍ଗେଟ୍ କରିଛି ବିଜେପି । ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଥିବା ସତ୍ତ୍ୱେ ରାଜ୍ୟବାସୀଙ୍କୁ ମତାମତ ମାଗିବାକୁ କାହିଁକି ଆବଶ୍ୟକତା ପଡ଼ିଲା ବୋଲି ଦଳ ପ୍ରଶ୍ନ କରିଛି। ସେହିପରି ନିର୍ବାଚନ ଆଚରଣ ବିଧି ଲାଗୁଥିବା ବେଳେ ଶଙ୍ଖ ଭବନ ପରିବର୍ତ୍ତେ କଳିଙ୍ଗ ଷ୍ଟାଡିୟମରେ କାହିଁକି ପାଣ୍ଡିଆନ କାର୍ଯ୍ୟକ୍ରମ କଲେ ବୋଲି ବିଜେପି ଅଭିଯୋଗ କରିଛି।

Advertisment

ସେହିପରି ୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି । ବିଜେପିର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ଅଢ଼େଇ ଦଶନ୍ଧି ଧରି ଶାସନର ମଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହାତରେ, ତଥାପି ବଦଳିନି ହିଞ୍ଜିଳି; କଣ୍ଟାବାଞ୍ଜିକୁ ନେଇ ପ୍ରଶ୍ନ

Advertisment

ସୂଚନା ଅନୁସାରେ ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଥିଲେ ଭିକେ ପାଣ୍ଡିଆନ । ଏକ ଭିଡିଓ ଜାରି କରି ସେ ଲୋକଙ୍କ ମତାମତ ମାଗିଛନ୍ତି। ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏଥିପାଇଁ ମତାମତ ସେହି ଭିଡିଓ ମାଧ୍ୟମରେ ଲୋଡିଥିଲେ ପାଣ୍ଡିଆନ।

ସୂଚନା ଅନୁସାରେ ଏପ୍ରିଲ୍‌ ୧୦ରେ ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କରିଥିଲା ବିଜେଡି । ଏହି କମିଟିରେ ୩୮ ଜଣ ସଦସ୍ୟ ଅଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି। ବିଜେଡି ତାଙ୍କୁ ପୁଣିଥରେ ସାଂସଦ ପ୍ରାର୍ଥୀ କରୁ ନ ଥିବାରୁ ଏବେ ସଂଗଠନରେ ଥଇଥାନ ପାଇଁ ଦୁଇଟି ପ୍ରମୁଖ ପଦବୀ ଦେଇଥିବା ଚର୍ଚ୍ଚା ହେଉଛି । ସେହିଭଳି ୬ ଜଣ ବରିଷ୍ଠ ନେତାଙ୍କୁ ନିର୍ବାଚନୀ ଇସ୍ତାହର କମିଟିର Co-chairman ଦାୟିତ୍ୱ ଦେଇଥିଲା ବିଜେଡି ।

Advertisment
BJD BJP General Elections 2024 VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ