Advertisment

କେନ୍ଦ୍ରାପଡା ରାଜନଗରରେ ବୈଜୟନ୍ତଙ୍କ ବିଶାଳ ମୋଟର ସାଇକେଲ ରାଲି

ବୈଜୟନ୍ତଙ୍କ ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଛନ୍ତି।

author-image
Manoranjan Behera
Baijayant Panda

Baijayant Panda

କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିଶାଳ ମୋଟର ସାଇକେଲ ରାଲି। ରାଜନଗର ଗୋପାଳପୁରରୁ ବାହାରିଥିବା ରାଲି ତ୍ରିନାଥ ବଜାର ଓ ରାଜନଗର ବଜାର ଦେଇଯାଉଛି। ଏହାପରେ ସ୍ଥାନୀୟ ମହିଷାସୁର ପଂଚାୟତ ପଡ଼ିଆରେ ବିଶାଳ ନିର୍ବାଚନ ସଭା କାର୍ଯ୍ୟକ୍ରମ ରହିଛି।

Advertisment

ବୈଜୟନ୍ତଙ୍କ ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟିକୁ ଭରସା କରି ଏଥର ଜନତା କେନ୍ଦ୍ରାପଡା ସମେତ ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ଆଣିବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସମିଟ୍ କରି ସରକାରଙ୍କ ପୋଲ୍ ଖୋଲିଛନ୍ତି ବୈଜୟନ୍ତ। ଗତ ୧୦ ବର୍ଷରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ବଢିଛି ବୋଲି କହିଛନ୍ତି ବୈଜୟନ୍ତ। ଏଥିପାଇଁ ସାରା ପୃଥିବୀରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି। ପୃଥିବୀ ସାରା ବିଭିନ୍ନ ଦେଶମାନେ ଭାରତର ସାହାଯ୍ୟ ଲୋଡୁଛନ୍ତି।

Advertisment

ପ୍ରତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହାୟତା ଲୋଡୁଛନ୍ତି। ଭାରତ ପ୍ରଗତିରେ କିନ୍ତୁ ଓଡ଼ିଶା ବେଶ୍‌ ପଛରେ ପଡ଼ିଯାଇଛି ବୋଲି ସେ କହିଛନ୍ତି। ଓଡ଼ିଶା ବହୁତ ଆଗକୁ ଯାଇପାରିଥାନ୍ତା, କିନ୍ତୁ ତାହା ହୋଇପାରିନି। ସେହିପରି ପ୍ରେସମିଟରେ ବିଜେପି ସଂକଳ୍ପ ପତ୍ରର ୫ଟି ବିନ୍ଦୁର ଅବତାରଣା କରିଛନ୍ତି ବୈଜୟନ୍ତ। ଏଠିକାର ଶାସକ ଦଳ ୧୭ ବର୍ଷ ତଳେ କହିଥିଲେ ୩୩% ଜଳସେଚନ ହେବ।

ଭିକେ ପାଣ୍ତିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ନାମ ନନେଇ ତେରଚ୍ଛା ତୀର ମାରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି। ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି ବୋଲି ସେ କହିଛନ୍ତି। ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର। ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି। ସାରା ଓଡ଼ିଶାବାସୀଙ୍କୁ ସରକାର ଗଠନ ନେଇ ମୋଦି ନମ୍ର ନିମନ୍ତ୍ରଣ ଦେଇଛନ୍ତି। ସେହିପରି ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଚାର ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବୈଜୟନ୍ତ।

BJP Baijayant Panda Odisha Politics General Elections 2024
Advertisment
Advertisment