Advertisment

ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ, ବୈଜୟନ୍ତଙ୍କ ଟାର୍ଗେଟ; ନଚାଳିଙ୍କ କଥାରେ ନାଚୁଛନ୍ତି ମୁଖ୍ୟମନ୍ତ୍ରୀ!

ମୁଖ୍ୟମନ୍ତ୍ରୀଙ୍କ ଭଳି ଜଣେ ବରିଷ୍ଠଙ୍କୁ ସଭା ମଞ୍ଚରେ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ୍ । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ ।

ଅଦ୍ୟତନ ହୋଇଛି
Jay Panda targets Naveen Patnaik's video clips

Odisha Election

Advertisment

ମୁଖ୍ୟମନ୍ତ୍ରୀଙ୍କ ଭଳି ଜଣେ ବରିଷ୍ଠଙ୍କୁ ସଭା ମଞ୍ଚରେ ସର୍ବସାଧାରଣରେ ଅଶୋଭନୀୟ ବ୍ୟବହାରକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ୍ । ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବୈଜୟନ୍ତ । ସାମାଜିକ ଗଣମାଧ୍ୟମ ଏକ୍ସରେ ନିଜ ମତ ରଖି ବୈଜୟନ୍ତ ଲେଖିଛନ୍ତି ଯେ, ଏ ଘଟଣା ପରେ ଆଉ ଏକ AI ପ୍ରସ୍ତୁତ ଡିଫ୍ ଫେକ୍ ଭିଡିଓ ଜାରି କରାଯାଇ ସବୁ କିଛି ଠିକ୍ ଅଛି ବୋଲି ଉଦ୍ୟମ କରାଯାଇଛି ।

Advertisment

ଯାହାକୁ ଆଦୌ ଅଣଦେଖା କରାଯାଇପାରିବନି । ବୈଜୟନ୍ତ ଲେଖିଛନ୍ତି ଯେ, ନିଜର ଅଭିଳାଷ ପୂରଣ ପାଇଁ ସେହି କଣ୍ଡେଇନଚାଳି ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କହିବା ପାଇଁ କହି ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ରାସ୍ତା ଦେଖାଉଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ନିଜ ତରଫରୁ ଆଦୌ କରିନଥିବେ । ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନଚାଳି ଜଣକ ଶାରିରୀକ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ତାଙ୍କ ହାତକୁ ଟାଣି ଆଣିବା ଦୃଶ୍ୟକୁ ହଜାର ହଜାର ଲୋକ ନିଜ ଆଖିରେ ଦେଖିଛନ୍ତି।

ଅଧିକ ପଢ଼ନ୍ତୁ: ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

Advertisment

ସେହିଭଳି ଏ ଦୃଶ୍ୟକୁ ଅନେକ, ଟେଲିଭିଜନ ପରଦାରେ ମଧ୍ୟ ଦେଖିଛନ୍ତି । ଓଡ଼ିଶାରେ କଳାକୁ ଧଳା ଓ ଧଳାକୁ କଳା କହିବା ବହୁତ ହୋଇଗଲା । ଏଣିକି ଆଉ ନୁହେଁ, ଏବେ କଣ୍ଡେଇନଚାଳିଙ୍କୁ ବାଏ ବାଏ କରିବାର ବେଳ ଆସିଯାଇଛି ବୋଲି କହି ବର୍ଷିଛନ୍ତି ବୈଜୟନ୍ତ । ସେପଟେ ବୌଜୟନ୍ତଙ୍କ ଟ୍ୱିଟ୍ ନେଇ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସିଧା ନିଶାନା କରିଥିଲେ। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଏହା ଅତ୍ୟନ୍ତ ଚିନ୍ତାଜନକ ବୋଲି ଲେଖିଛନ୍ତି । ଷ୍ଟେଜରେ ଭାଷଣ ଦେବା ବେଳେ ନବୀନଙ୍କ ହାତକୁ ବି ନିୟନ୍ତ୍ରଣ କରୁଛନ୍ତି ପାଣ୍ଡିଆନ । ସଭାରେ ନବୀନଙ୍କ ପାଖରେ ମାଇକ ଧରି ଛିଡ଼ା ହେବା ସହ ନବୀନଙ୍କ ହାତକୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଷ୍ଟ୍ରଙ୍ଗ ରୁମ୍ ପାଖରେ ବୁଲୁଛନ୍ତି ସନ୍ଦିଗ୍ଧ, ପ୍ରଶ୍ନ ଉଠାଇଲେ BJP ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ

ତାମିଲନାଡ଼ୁରୁ ଆସିଥିବା ଜଣେ ପୂର୍ବତନ ବ୍ୟୁରୋକ୍ରାଟ୍ କିଭଳି ବର୍ତ୍ତମାନ ନିୟନ୍ତ୍ରଣ କରୁଛନ୍ତି ତାହା ଦେଖି ଓଡ଼ିଶାର ଭବିଷ୍ୟତ କଥା ଭାବି ମୁଁ ଶିହରୀ ଯାଉଛି ବୋଲି ଲେଖିଛନ୍ତି ହିମନ୍ତ । ଓଡ଼ିଶାବାସୀଙ୍କୁ ସୁଶାସନ ଦେବାକୁ ବିଜେପି ସଂକଳ୍ପବଦ୍ଧ ବୋଲି କହିଛନ୍ତି ହିମନ୍ତ । ଏହି ଭିଡିଓକୁ ଅମିତ୍ ମାଲବ୍ୟଙ୍କ ସମେତ ବିଜେପିର ଅନ୍ୟ କେନ୍ଦ୍ରୀୟ ନେତା ବି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

Naveen Patnaik CM Naveen Patnaik Politics Odisha Elections VK Pandian General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ