Advertisment

ସରକାରୀ ବିଜ୍ଞାପନରେ ଶଙ୍ଖ ପ୍ରସଙ୍ଗ, ବିଜେଡିକୁ ECI ଛାଟ ପରେ ଘେରିଲେ ବିରୋଧୀ

ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ।

undefined

Logo Controversy

Advertisment

ବିଜେଡିକୁ ECI ଛାଟ । ମହଙ୍ଗା ପଡ଼ିପାରେ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର। ଏନେଇ ନିର୍ବାଚନ କମିଶନ ବିଜେଡି ସରକାରକୁ ମାଗିଲେ ସ୍ପଷ୍ଟୀକରଣ। ମାର୍ଚ୍ଚ ୨ ସୁଦ୍ଧା ରାଜ୍ୟ ସରକାର ଦେବେ ରିପୋର୍ଟ। ମୁକ୍ତ ଓ ଅବାଧ ନିର୍ବାଚନରେ ଏହା ପରିପନ୍ଥୀ ବୋଲି ଅନୁଭବ କରି ନିର୍ବାଚନ କମିଶନ ସ୍ପଷ୍ଟୀକରଣ ମାଗିଛନ୍ତି। ସେପଟେ ନିର୍ବାଚନ ଆଗରୁ ସରକାରୀ ଯୋଜନା ସମ୍ବଳିତ ବ୍ୟାନର ପୋଷ୍ଟରରେ ଖୁଲମ ଖୁଲା ବିଜେଡି ନିଜ ଦଳର ଚିହ୍ନ ଶଙ୍ଖ ଲଗାଇଛି। ଯାହାକୁ ନେଇ ଆପତ୍ତି ଉଠାଇଥିଲା ବିଜେପି। ନିର୍ବାଚନ କମିଶନଙ୍କୁ ଭେଟି ଦଳ ଏନେଇ ଅଭିଯୋଗ କରିଥିଲା। ଖାଲି ସେତିକି ନୁହେଁ ଓଡ଼ିଶା ସରକାର ଆଚରଣବିଧି ଉଲ୍ଲଂଘନ କରୁଥିବା ନେଇ ହାଇକୋର୍ଟରେ ବି କେସ୍ କରିଛି ଦଳ। ଯାହା ଏବେ ବିଚାରଧୀନ। ଏପ୍ରିଲ ଓ ମେ’ ମାସରେ ନିର୍ବାଚନ ହେବାକୁ ଥିବାରୁ କମିଶନ ଏହାକୁ ବିଚାର କରି ଓଡ଼ିଶା ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ସେପଟେ ବିଜେଡିର ଯୁକ୍ତି ଶଙ୍ଖ ମାଧ୍ୟମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରୁଛନ୍ତି ସରକାର।

Advertisment

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିଜେଡି ସରକାରର ଯୋଜନା ସେତିକି ସେତିକି ବଢି ଚାଲିଛି। ସେପଟେ ସରକାରୀ ଯୋଜନା କରି ଦଳୀୟ ପ୍ରଚାର ହେଉଥିବାରୁ ଅନେକ ସମୟରେ ବିରୋଧୀ ବି କାଉଣ୍ଟର ଆଟାକ କରୁଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶାଠୁ ଆରମ୍ଭ କରି ନୂଆ ଓ', ଲକ୍ଷ୍ମୀ, ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳୁଥିବା ବ୍ୟାଗ୍ ଯାଏ ସବୁଥିରେ ଶଙ୍ଖ ଚିହ୍ନକୁ ବ୍ୟବହାର କରାଯାଉଛି। ସରକାରୀ ଯୋଜନାରେ ଏଭଳି ଦଳୀୟ ପ୍ରଚାର ନୀତିକୁ ବିଭିନ୍ନ ସ୍ଥାନରେ ପ୍ରବଳ ବିରୋଧ କରାଯାଉଛି। ଏଠି ପ୍ରଶ୍ନ ଲଗାତର ପାଞ୍ଚ ପାଳି ଧରି ଶାସନ କ୍ଷମତାରେ ରହିବା ପରେ କାହିଁକି ଅତ୍ୟଧିକ ବ୍ରାଣ୍ଡିଂର ଆବଶ୍ୟକତା ପଡ଼ିଲା ବିଜେଡିକୁ? ମଳିନ ପଡିଛି କି ନବୀନଙ୍କ ଛବି?

ପ୍ରଚାର ପ୍ରସାର ରାଜନୀତିରେ ବିଜେଡି କୌଣସି କସରତ ଛାଡୁନି। ନୂଆ ନୂଆ ସରକାରୀ ଯୋଜନା ମାଧ୍ୟମରେ ଦଳୀୟ ପ୍ରଚାର ବି ବଢୁଛି। ଏବେ ନଜର ନିର୍ବାଚନ କମିଶନଙ୍କ ସ୍ପଷ୍ଟୀକରଣ ତଲବ ପରେ ବିଜେଡିର ଏହି ଧାରାରେ ରୋକ୍ ଲାଗୁଛି ନା ନାହିଁ।

Advertisment
BJD Election Commission BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ