Advertisment

ଓଡ଼ିଶାରେ ବିଜେପିର ଧୂଆଁଧାର ପ୍ରଚାର; ଆଜି ଆସିବେ ଯୋଗୀ-ନଡ୍ଡା-ହିମନ୍ତ

ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।

ଅଦ୍ୟତନ ହୋଇଛି
yogi nadda himanta To Visit Odisha For Campaign

Odisha Visit

Advertisment

ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା। ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍। ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା।

Advertisment

ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ। ଏଥିସହିତ ୭ଟି ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ରହିବେ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର, କହିଲେ ବିଜେପିକୁ ଭୋଟ ଦିଅ...

Advertisment

ଯୋଗୀଙ୍କ ବ୍ୟତୀତ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଓଡ଼ିଶା ଆସୁଛନ୍ତି। କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦା ସଭାରେ ଯୋଗ ଦେବେ ନଡ୍ଡା। ସେହିପରି ବିଶ୍ବଶର୍ମା ଦେବଗଡ଼, ବଡବିଲ, ଚୌଦ୍ବାର ଓ ବଡମ୍ବାରେ ସଭା କରିବେ। ସେହିପରି ଆସନ୍ତା ୨୫ରେ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ଶାହ ।

ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Advertisment

ଚଳିତ ମାସରେ ତିନି ଥର ଓଡ଼ିଶା ଆସିଛନ୍ତି ମୋଦି । ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି । ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ଖାଲି ବିଜେଡିର ଏକ୍ସପାଏରୀ ଡେଟ୍ ଦେଇ ନଥିଲେ ବରଂ ଜୁନ୍ ୧୦ରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ ବି କରିଥିଲେ।

ଅଧିକ ପଢ଼ନ୍ତୁ: ନବୀନଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛି ବିଜେପି, ଉତ୍ତର ରଖୁନାହାନ୍ତି ମୁଖ୍ୟମନ୍ତ୍ରୀ

Rephrase with Ginger (Ctrl+Alt+E)
BJP Yogi Adityanath JP Nadda Himanta Biswa Sarma General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ