Advertisment

୧୯୫ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ପ୍ରଥମ ପର୍ଯ୍ୟାୟ ତାଲିକାରେ ନାହିଁ ଓଡ଼ିଶାର ନାଁ

ଆଜି ଘୋଷଣା ହୋଇଥିବା ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ କାହାରି ବି ନାଁ ନାହିଁ।

BJP Candidate List

BJP Candidate List

Advertisment

ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ଟିକେଟ୍‌ ଘୋଷଣା କରିଛି ବିଜେପି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୯୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ଘୋଷଣା ହୋଇଥିବା ପ୍ରଥମ ପର୍ଯ୍ୟାୟ ତାଲିକାରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର କିଛି ଆସନ ରହିଛି। ଏହି ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, ୪୭ ଜଣ ୫୦ ବର୍ଷ କମ୍‌ ଯୁବ ନେତା ଅଛନ୍ତି। ସେହିପରି ୨୭ ଜଣ ଏସ୍‌ସି, ୧୮ ଜଣ ଏସ୍‌ଟି ଓ ୫୭ ଜଣ ଓବିସି ପ୍ରାର୍ଥୀ ରହିଛନ୍ତି। ସେହିପରି ଆଜି ଘୋଷଣା ହୋଇଥିବା ଲିଷ୍ଟରେ ୨୮ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି।

Advertisment

ତେବେ ସବୁଠାରୁ ବଡ଼ କଥା ହେଉଛି ଆଜି ଘୋଷଣା ହୋଇଥିବା ୧୯୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାରୁ କାହାରି ବି ନାଁ ନାହିଁ। ଆଜି ଘୋଷଣା ହୋଇଥିବା ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ମଧ୍ୟରେ ଓଡ଼ିଶାର କୌଣସି କେନ୍ଦ୍ରମନ୍ତ୍ରୀଙ୍କ ନାଁ ମଧ୍ୟ ରହିନାହିଁ। ତେବେ ଏହି ତାଲିକା ଆସିବା ପୂର୍ବରୁ ଓଡ଼ିଶା ଦାୟିତ୍ୱରେ ଥିବା ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର କହିଥିଲେ ପ୍ରଥମ ପର୍ଯ୍ୟାୟ ତାଲିକାରେ ଓଡ଼ିଶାରୁ ୨-୩ ଜଣଙ୍କ ନାଁ ଘୋଷଣା ହୋଇପାରେ। କିନ୍ତୁ ଆଜି ଘୋଷଣା ହୋଇଥିବା ତାଲିକାରେ ଓଡ଼ିଶାର କୌଣସି ନେତାଙ୍କ ନାଁ ନଥିବା ସମସ୍ତଙ୍କୁ ଚକିତ କରିଛି।

ତେବେ ପ୍ରଥମ ଲିଷ୍ଟ ଜାରି ହେବା ପୂର୍ବରୁ ଚର୍ଚ୍ଚା ହେଉଥିଲା କି ଓଡ଼ିଶାରୁ ୨ ଜଣ ନେତାଙ୍କ ନାଁ ଏହି ତାଲିକାରେ ରହିପାରେ। ସମ୍ବଲପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରୀ ଆସନରୁ ସମ୍ବିତ ପାତ୍ରଙ୍କ ନାଁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା।

Advertisment
BJP General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ