Advertisment

ସମ୍ବଲପୁର ଲୋକସଭା କ୍ଷେତ୍ରରେ ହେବ କି ହେଭିୱେଟ୍ ଲଢ଼େଇ ? ଧର୍ମେନ୍ଦ୍ର-ବବି ଟକ୍କର !

ପଶ୍ଚିମ ଓଡ଼ିଶାର ପ୍ରମୁଖ ଆସନ ସମ୍ବଲପୁର ହେଉ କି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ଼ । ଏ ଦୁଇ ଲୋକସଭା କ୍ଷେତ୍ରରେ ଶଙ୍ଖ ବଜାଇବାକୁ ନୂଆ ଗେମ ପ୍ଲାନରେ ଲାଗିଛି ବିଜେଡି ।

ଅଦ୍ୟତନ ହୋଇଛି
undefined

BJD thrashing out game plan for Sambalpur

Advertisment

ପଶ୍ଚିମ ଓଡ଼ିଶାର ପ୍ରମୁଖ ଆସନ ସମ୍ବଲପୁର ହେଉ କି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ଼ । ଏ ଦୁଇ ଲୋକସଭା କ୍ଷେତ୍ରରେ ଶଙ୍ଖ ବଜାଇବାକୁ ନୂଆ ଗେମ ପ୍ଲାନରେ ଲାଗିଛି ବିଜେଡି । ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଯୋଦ୍ଧା ହେଉଥିବା ଚର୍ଚ୍ଚା ସହ ତାଙ୍କ କ୍ଷେତ୍ର ପ୍ରସ୍ତୁତି ଦେଖି ପ୍ରଣବ ପ୍ରକାଶ ଦାସଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଜେଡି ଯୋଜନା କରୁଥିବା ଆଲୋଚନା ହେଉଛି । ସେହିପରି ସୁନ୍ଦରଗଡ଼ରେ ଜୁଏଲଙ୍କୁ ଚେକ୍ ଦେବାକୁ ହକି ଲିଜେଣ୍ଡ ଦିଲୀପ ତିର୍କିଙ୍କୁ ମଇଦାନକୁ ଓହ୍ଲାଇପାରେ ବିଜେଡି ।

Advertisment

ସମ୍ମାନଜନକ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଏଥର କିଏ ହେବେ ବିଜେଡି ଯୋଦ୍ଧା ? ଜଣେ ସମ୍ବଲପୁରିଆ ନା ଜିଲ୍ଲା ବାହାର ନେତାଙ୍କୁ ଟିକେଟ୍ ଦେବ ଶଙ୍ଖ ଦଳ ? ଏଭଳି ଚର୍ଚ୍ଚା ଆଲୋଚନା ଭିତରେ ନବୀନ ନିବାସରେ ତିଆରି ହୋଇଛି ଗେମ୍ ପ୍ଲାନ। ଯେଉଁଠି ଥିଲେ ସମ୍ବଲପୁରଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସହ ରେଢାଖୋଲ ଓ ଛେଣ୍ଡିପଦା ବିଧାୟକଙ୍କ ସହ ଅନ୍ୟ ନେତା। କିନ୍ତୁ ନଥିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ଯେହେତୁ ୨୦୧୯ରେ ଏହି ଆସନରେ ବିଜେପି ବାଜିମାତ୍ କରିଥିଲା ଓ ସଂସଦୀୟ କ୍ଷେତ୍ର ୭ ବିଧାନସଭା ମଧ୍ୟରୁ ସମ୍ବଲପୁର, ରେଙ୍ଗାଲି, ଓ ଦେବଗଡ ବି ଅକ୍ତିଆର କରିଥିଲା, ତେଣୁ ଏଥର ଜଣେ ଟାଣୁଆ ଯୋଦ୍ଧାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି ବିଜେଡି। 

ସେପଟେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ଗତ ଥର ଜୋରଦାର ଲଢ଼େଇ କରି ପରାସ୍ତ ହୋଇଥିବା ଇଞ୍ଜିନିୟରରୁ ନେତା ନଳିନୀ ପ୍ରଧାନଙ୍କୁ ଦଳ ଏଥର ଆଠମଲ୍ଲିକ ବିଧାନସଭାରୁ ଫୋକସ୍ କରୁଛି। ତା’ସହ ରେଢାଖୋଲରେ ରୋହିତ ପୂଜାରୀଙ୍କ ପରିବର୍ତ୍ତେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ୍ ଦେବା ନେଇ ବି ଚର୍ଚ୍ଚା ହେଉଛି । ତେଣେ ସମ୍ବଲପୁର ଲୋକସଭା ପାଇଁ ଏଥର ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବାରୁ ବିଜେଡି ହଡ଼ ବଡ଼େଇଛି । ସମ୍ବଲପୁର ଲୋକସଭାରୁ କିଏ ହେବେ ବିଜେଡି ପ୍ରାର୍ଥୀ ସେ ନିଷ୍ପତ୍ତି କେବଳ ନବୀନ ନେବେ ବୋଲି କହିଛନ୍ତି ରୋହିତ ପୂଜାରୀ । ଏଣେ ବିଜେପିର ଦମ୍ଭୋକ୍ତି ସମ୍ବଲପୁର ସଂସଦୀୟ କ୍ଷେତ୍ର ସହ ସବୁ ବିଧାନସଭା ଆସନରେ ଦଳ ଏଥର ଖୁବ୍ ଭଲ କରିବ।

Advertisment

ସେହିପରି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରକୁ ନେଇ ବି ବିଜେଡିର ଚିନ୍ତା। ସେଠିକାର ବରିଷ୍ଠ ନେତା ମଙ୍ଗଳା କିସାନ, ସାରଦା ନାୟକ ଓ ଦିଲୀପ ତୀର୍କିଙ୍କୁ ନେଇ ଆଜି ନବୀନ ନିବାସରେ ହୋଇଛି କସରତ। ସାଂସଦ ଜୁଏଲ ଓରାମଙ୍କୁ ଏଥର ଚେକ୍ ଦେବାକୁ ଦଳ କରିଛି ବଡ଼ ରଣନୀତି। କାରଣ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରକୁ ବି ଗତଥର ବିଜେପି ହାତେଇବା ସହ ୭ ବିଧାନସଭା କ୍ଷେତ୍ର ସୁନ୍ଦରଗଡ଼ ସଦର, ତଳସରା ଓ ବୀରମିତ୍ରପୁରରେ ବି ପଦ୍ମ ଫୁଟିଥିଲା। ବଣାଇରେ ସିପିଏମ୍, ରାଜଗାଙ୍ଗପୁରରେ କଂଗ୍ରେସ ବାଜିମାତ୍ କରିଥିଲା। କେବଳ ରାଉରକେଲା ଓ ରଘୁନାଥପାଲ୍ଲୀରେ ଶଙ୍ଖ ବଜାଇ ପାରିଥିଲା ବିଜେଡି। ବିଜେପିରୁ ଜୁଏଲ ଓରାମ ରିପିଟ୍ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେଡି ଖୋଜୁଛି ଟାଣୁଆ ମୁହଁ।

ଗତ ଥର ପ୍ରାୟ ୨ଲକ୍ଷରୁ ଅଧିକ ଭୋଟ୍‌ରେ ହାରିଥିବା ସୁନୀତା ବିଶ୍ବାଳଙ୍କୁ ଆଉ ରିପିଟ୍ ନକରି ସେଠି ଦିଲୀପ ତିର୍କୀଙ୍କୁ ଯୋଦ୍ଧା କରିବାକୁ ବ୍ଲୁକ ପ୍ରିଣ୍ଟ କରୁଥିବା ଚର୍ଚ୍ଚା ହେଉଛି । ଏବେ ଦେଖିବାର କଥା ସମ୍ବଲପୁର ଓ ସୁନ୍ଦରଗଡ଼ରେ କେଉଁ ହେଭିୱେଟ୍ଙ୍କୁ କିଏ ଦେଉଛି ଟକ୍କର ।

Advertisment
Dharmendra Pradhan BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ