Advertisment

ବିଜେଡି ଖେଳିଲା ବାପା-ପୁଅ ଟ୍ରିକ୍‌, ପ୍ରତାପଙ୍କ ବଦଳରେ ମାହାଙ୍ଗାରୁ ଲଢ଼ିବେ ଅଙ୍କିତ

ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।

ଅଦ୍ୟତନ ହୋଇଛି
Pratap Jena Reaction Post BJD Names Son Ankit

BJD Ticket

Advertisment

ବୁଧବାର ସନ୍ଧ୍ୟାରେ ପୁଣି ୨୭ ବିଧାୟକ ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଆଉ ଏହାରି ମଧ୍ୟରେ ୭ ଜଣ ବିଧାୟକଙ୍କ ଟିକେଟ କାଟିଥିବା ବେଳେ ଅନ୍ୟମାନଙ୍କୁ ରିପିଟ୍‌ କରିଛି ଦଳ ।

Advertisment

ମାହାଙ୍ଗାରେ ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା ଏବଂ ମୟୂରଭଞ୍ଜ ମୋରଡ଼ାରେ ରାଜକିଶୋର ଦାସଙ୍କ ପରିବର୍ତ୍ତେ, ତାଙ୍କ ପତ୍ନୀ ପ୍ରୀତିଲତା କାନୁନଗୋ ଟିକେଟ୍ ପାଇଛନ୍ତି। ଟିକେଟ୍ କଟିଥିବା ଅନ୍ୟ ୫ ବିଧାୟକ ହେଲେ ସୋରର ପର୍ଶୁରାମ ଧଡ଼ା, ଆଠମଲ୍ଲିକର ରମେଶ ସାଏ, ଫୁଲବାଣୀର ଅଙ୍ଗଦ କହଁର, ତିର୍ତ୍ତୋଲର ବିଜୟ ଶଙ୍କର ଦାସ ଓ ପଟ୍ଟାଙ୍ଗୀର ପିତମ୍ ପାଢ଼ୀ । ଏହି ମାନଙ୍କ ଟିକେଟ କାଟିଛି ଦଳ । ତେବେ ଟିକେଟ କଟିଥିବାରୁ ଗତକାଲି ପର୍ଶୁରାମ ଧଡ଼ା ଦଳରୁ ଇସ୍ତଫା ଦେଇସାରିଛନ୍ତି ।

ଅନ୍ୟପଟେ ତାଲିକା ବାହାରୁ ବାହାରୁ ବିଜେଡିର ଟେନସନ ବଢ଼ାଇଛନ୍ତି ଅସନ୍ତୁଷ୍ଟ ଆଶାୟୀ ? ଟିକେଟ୍ ଘୋଷଣା ସହ ତାଳ ଦେଇ ବଢ଼ିଚାଲିଛି ଇସ୍ତଫା ପର୍ବ। ଖୁଲ୍ଲମ ଖୁଲ୍ଲା ଅସନ୍ତୋଷ ଜାହିର କରି ବିଜେଡି ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା। ପର୍ଶୁରାମ ଧଡ଼ା ଏବଂ ଦେବେନ୍ଦ୍ର କହଁରଙ୍କ ଇସ୍ତଫା ପରେ ପୁଣି ୨ ଜଣ ନେତା ବିଜେଡିକୁ ବାଏ ବାଏ କରିଛନ୍ତି। ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।

Advertisment

ଅଧିକ ପଢ଼ନ୍ତୁ: ପ୍ରାର୍ଥୀ ତାଲିକା ବାହାରୁ ବାହାରୁ ବିଜେଡି ଛାଡ଼ିଲେ ଅସନ୍ତୁଷ୍ଟ ନେତା !

ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଆଉ ଏଥର ବି ଦଳ ତାଙ୍କୁ ନିରାଶ କରି, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଟିକେଟ ଦେଇଥିଲା। ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ଅସିତ ଆଉ ତାଙ୍କ ସମର୍ଥକ। ଶେଷରେ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦଳ ଛାଡ଼ିଛନ୍ତି।

Advertisment

ସେହିପରି ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ଦଳ ଛାଡ଼ିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇବା ସହ ୨୦୨୪ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଉଛି ବୋଲି ଚିଠିରେ ଲେଖିଛନ୍ତି। ସେ ଜଗତସିଂହପୁର ସଦର ଆସନରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ତେବେ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ଭରସା କରିବା ପରେ, ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ