ସନ୍ଦେହରେ ପୋଲିସ ଅଫିସରଙ୍କ ଭୂମିକା ! ରିଗିଂ ଆଶଙ୍କାରେ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ଯ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

Aparajita Sarangi

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏଥିପାଇଁ ୨ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଦୁଇ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ଯ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ବୁଥରେ ରିଗିଂ ହେବ ବୋଲି ସେ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଉକ୍ତ ପୋଲିସ ଅଧିକାରୀ ଦ୍ୱୟ ପୂର୍ବତନ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ: DGP ଙ୍କୁ ବିଜେପିର ଚିଠି: ପାଣ୍ତିଆନଙ୍କ କବଳରୁ ନବୀନଙ୍କୁ ମୁକ୍ତ କରନ୍ତୁ

ଭୁବନେଶ୍ୱରର ସହିଦନଗର, ବାୟାବାବା ମଠ ଏରିଆ, ୟୁନିଟ-୮ ମାଳିସାହି ଅଂଚଳରେ ସେମାନଙ୍କୁ ଦୟିତ୍ୱ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଏଥି ସହ ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ରହିଥିବା ସେ ଦର୍ଶାଇଛନ୍ତି । ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ- CAPF ମୁତୟନ ଲାଗି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ତେବେ ଏନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପରିନାହିଁ । ସେପଟେ ଗତ କିଛିଦିନ ତଳେ ବୁଥ ରିଗିଂକୁ ନେଇ ଚିନ୍ତା ପ୍ରକଟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଏଥିପାଇଁ ଚିନ୍ତା ନକରିବାକୁ ସେ ମଧ୍ୟ କହିଥିଲେ । ବୁଥ୍ ରିଗିଂ କରି କିଭଳି ନିର୍ବାଚନ ଜିତାଯାଉଥିଲା, ସେ କଥା ନୟାଗଡ଼ ଲାଠିପଡ଼ା ସମାବେଶରେ ନିଶାନା କରିଥିଲେ ଶାହ।

କହିଛନ୍ତି, ଏଥର ନିର୍ବାଚନ କମିଶନ ଜାଗତିଆର ଅଛନ୍ତି । ପ୍ରତିଥର ବୁଥ୍ ରିଗିଂ କରି ଯେଭଳି ନିର୍ବାଚନ ଜିତାଯାଉଥିଲା, ଆଉ ତାହା ହୋଇପାରିବନି । ବୁଥ୍ ରିଗିଂ ରୋକିବାକୁ କେନ୍ଦ୍ରୀୟ ଫୋର୍ସ ତୟାର ରହିଛନ୍ତି । ସେପଟେ ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍ । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୧୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ କମିଶନର ।

ଅଧିକ ପଢ଼ନ୍ତୁ: ବିଧାୟକଙ୍କ ଏ କି ବ୍ୟବହାର! ମହିଳାଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ, ଭିଡିଓ ଭାଇରାଲ୍

ସମ୍ବେଦନଶୀଳ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ସହ ରାଜ୍ୟ ପୋଲିସ ମୁତୟନ ହେବେ । ମୋଟ ୧୧୩୨ ବୁଥରେ ପୁଲିସ ଛାଉଣୀ ଭିତରେ ହେବ ଭୋଟ ଗ୍ରହଣ । ଏହା ଭିତରୁ ୪୨୧ଟି ସଖୀ ବୁଥ କରାଯାଇଛି । ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ସଶସ୍ତ୍ର ମହିଳା ପୋଲିସ ଡ୍ୟୁଟିରେ ରହିବେ । ୧୪୫ଟି କ୍ରିଟିକାଲ ବା ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଥିବା ବେଳେ, ୫୨୫ ବୁଥର ୱେବ୍ କାଷ୍ଟିଙ୍ଗ କରାଯିବ । ମଧ୍ୟ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ଭାବେ ସଖୀ ବୁଥ ହୋଇଥିବାରୁ କମିଶନରେଟ ପୋଲିସ, ଜିଲ୍ଲା ପୋଲିସ ସମେତ ୧୨ କମ୍ପାନୀ CAPF ମୁତୟନ କରାଯିବ ।