Advertisment

ଆଜି ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା; କେନ୍ଦ୍ର ଓ ରାଜ୍ୟର ପ୍ରମୁଖ ନେତା ହେବେ ସାମିଲ

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସକାଳ ୯ଟାରେ ତିନି ମୁହାଣି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ।

ଅଦ୍ୟତନ ହୋଇଛି
Baijayant Panda To File Nomination Today

BAIJAYANT PANDA

Advertisment

କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସକାଳ ୯ଟାରେ ତିନି ମୁହାଣି ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ଶୋଭାଯାତ୍ରା ତିନିମୁହାଣ, ଜ୍ଞାନପୀଠ, କଜଳା, ମହିପାଳ, ବଡହାଟ ଏବଂ ପୁରୁଣା ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବ। ବୈଜୟନ୍ତ ପଣ୍ଡାଙ୍କ ଶୋଭାଯାତ୍ରାରେ କେନ୍ଦ୍ର ଓ ରାଜ୍ୟ ସ୍ତରର ବହୁ ପ୍ରମୁଖ ନେତା ଓ ବିଧାୟକ ପ୍ରାର୍ଥୀ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।

Advertisment

ଗତକାଲି କେନ୍ଦ୍ରାପଡା ଜିଲ୍ଲା ଆଳିରେ ବିରାଟ ରୋଡ଼ ଶୋ କରିଥିଲେଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଆଳିର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଓ ଶତାଧୀକ କର୍ମୀଙ୍କ ସହ ମୋଟର ସାଇକେଲ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରା ସିଙ୍ଗିରି ପଞ୍ଚାୟତରୁ ଆରମ୍ଭ ହୋଇ ସିଦ୍ଧବାଲି ଠାରେ ଶେଷ ହୋଇଥିଲା। ଶୋଭାଯାତ୍ରା ୬ଟି ପଞ୍ଚାୟତର ୧୭ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶା ନିର୍ବାଚନ ୨୦୨୪: ଆପଣ ଜଣେ ଭୋଟର୍ କି ? ଜାଣନ୍ତୁ କେବେ ଦେବେ ଭୋଟ୍...

Advertisment

ଆଖି ସର୍ଜରୀ ପାଇଁ କିଛିଦିନ ପ୍ରଚାରରୁ ବିରତି ନେଇଥିଲେ ବୈଜୟନ୍ତ। ନିର୍ବାଚନୀ ପ୍ରଚାର ବେଳେ ଆଖିରେ ଆଘାତ ଲାଗିବା କାରଣରୁ ତାଙ୍କର ଆଖି ସର୍ଜରୀ ହୋଇଥିଲା।ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ବୈଜୟନ୍ତଙ୍କ ବିଶାଳ ମୋଟର ସାଇକେଲ ରାଲି ହୋଇଥିଲା। ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଥିଲେ। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଏବଂ ମୋଦି ଗ୍ୟାରେଣ୍ଟିକୁ ଭରସା କରି ଏଥର ଜନତା କେନ୍ଦ୍ରାପଡା ସମେତ ଓଡ଼ିଶାରେ ମଧ୍ୟ ପରିବର୍ତ୍ତନ ଆଣିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ।ନିକଟରେ ଭିକେ ପାଣ୍ତିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ନାମ ନନେଇ ତେରଚ୍ଛା ତୀର ମାରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ରାଜ୍ୟ ସରକାର ୨ଟି ଲୋକ ନେଇ ବିଜେଡି ସରକାର କରିପାରିବେନି।

Advertisment

ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି ବୋଲି ସେ କହିଥିଲେ। ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର। ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି। ସାରା ଓଡ଼ିଶାବାସୀଙ୍କୁ ସରକାର ଗଠନ ନେଇ ମୋଦି ନମ୍ର ନିମନ୍ତ୍ରଣ ଦେଇଛନ୍ତି। ସେହିପରି ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଚାର ପ୍ରସଙ୍ଗରେ ମୁହଁ ଖୋଲିଥିଲେ ବୈଜୟନ୍ତ।

ଅଧିକ ପଢ଼ନ୍ତୁ: ଓଡ଼ିଶା ପାଇଁ ଗଡ଼କରୀଙ୍କ ବଡ଼ ଘୋଷଣା, ପାରାଦୀପରେ ହେବ ଏୟାରପୋର୍ଟ, ଭୁବନେଶ୍ୱର ରିଂ ରୋଡ୍

BJP Baijayant Panda General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ