Advertisment

ବିଜେଡିକୁ ନିଶାନା କଲେ ବୈଜୟନ୍ତ; କହିଲେ, ଗୁଣ୍ଡାରାଜ ବନ୍ଦ କରିବାର ସମୟ ଆସିଛି

ପଟ୍ଟା ନାଁରେ ୨୫ ବର୍ଷ ହେଲା ଠକି ଚାଲିଛି ବିଜେଡି। ଗୃହ ମନ୍ତ୍ରୀ ସିଏଏ ଆଇନ୍‌ ଲାଗୁ କରି ଲୋକଙ୍କୁ ନାଗରିକତା ଦେଇଛନ୍ତି। ସମସ୍ତଙ୍କୁ ପଟ୍ଟା ମିଳିଛି। ଏଥର ବିଜେପି ସରକାର ଆସିଲେ ପଟ୍ଟା ପ୍ରଦାନ କରାଯିବ।

ଅଦ୍ୟତନ ହୋଇଛି
Baijayant Panda Slams BJD over odisha violence

Baijayant Panda

Advertisment

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ମହାକାଳପଡ଼ାରେ ବିଜେପିର ଘମାସାନ ପ୍ରଚାର। ଜମ୍ବୁ ବଜାର ପଡ଼ିଆରେ ବିଜେପିର ବିଶାଳ ସମାବେଶ । ଏହି ସମାବେଶରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ସିଏଏ ଆଇନ୍‌ ଲାଗୁ କରିବା ସହ ପଟ୍ଟା ବଣ୍ଟନ କରାଯିବ ବୋଲି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ଗ୍ୟାରେଣ୍ଟି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଛନ୍ତି ବୈଜୟନ୍ତ ପଣ୍ଡା। ଲୋକଙ୍କୁ ଉଦବୋଧନ ଦେବା ସହ ସେ କହିଛନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଜୁନ୍‌ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ। ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। ଏଥିରେ ଶପଥ ଗ୍ରହଣ ସମାରୋହରେ ସମସ୍ତେ ନିଶ୍ଚୟ ଭାବରେ ଯୋଗଦେବେ। ଏଥିପାଇଁ ଅଗ୍ରୀମ ନିମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର

Advertisment

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ଗଠନ ହେବ। ଏଠାରେ ବହୁମତ ପାଇବା ପାଇଁ ମହାକାଳପଡାବାସୀଙ୍କ ଆଶୀର୍ବାଦ ଲୋଡା। ତ୍ରିପୁରାରେ ୫ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବ୍ୟକ୍ତିଙ୍କର କେହି ବିକଳ୍ପ ନଥିବା କୁହାଯାଉଥିଲା। ମାତ୍ର ସେଠାରେ ସରକାର ବଦଳିଲା। ସେଠାରେ ବିଜେପି ସରକାର ଗଠନ କଲା। ଏଠାରେ ମଧ୍ୟ ସେସବୁ ସମ୍ଭବ ହେବ।

ପଟ୍ଟା ନାଁରେ ୨୫ ବର୍ଷ ହେଲା ଠକି ଚାଲିଛି ବିଜେଡି। ଗୃହ ମନ୍ତ୍ରୀ ସିଏଏ ଆଇନ୍‌ ଲାଗୁ କରି ଲୋକଙ୍କୁ ନାଗରିକତା ଦେଇଛନ୍ତି। ସମସ୍ତଙ୍କୁ ପଟ୍ଟା ମିଳିଛି। ଏଥର ବିଜେପି ସରକାର ଆସିଲେ ପଟ୍ଟା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ମୁଁ ସାଂସଦ ଥିବା ବେଳେ କେନ୍ଦ୍ରାପଡାକୁ ରେଳଲାଇନ୍ ଆସିଛି। ଏଠାରେ ଶିଳ୍ପ ଆଣିବା ନେଇ ପ୍ରତିଶ୍ରୁତି ଦେଇଥିଲି। ଏଥର ବିଜେପି ସରକାର ଆସିଲେ ଶିଳ୍ପାନୁଷ୍ଠାନ ଗଠନ ହେବ। ଏଠାରେ ନିଯୁକ୍ତି ମିଳିବ।

Advertisment

ଅଧିକ ପଢ଼ନ୍ତୁ: ‘EVM ଭାଙ୍ଗିବାର ପ୍ରମାଣ ନାହିଁ, ଥାର୍ଡ ଫ୍ଲୋର୍‌ ନିର୍ଦ୍ଦେଶରେ ଜଗଦ୍ଦେବ ଗିରଫ’

ପାରାଦୀପ-ଧାମରା ଇଣ୍ଡଷ୍ଟ୍ରିଲଆଲ୍‌ କରିଡର କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏନେଇ ଗ୍ୟାରେଣ୍ଟି ଦେଇଛି ବିଜେପି। ଏହା ନିଶ୍ଚୟ ପୂରଣ ହେବ। ଜଣେ ତାମିଲବାବୁ ନବୀନ ବାବୁଙ୍କୁ କବଜା କରିଛନ୍ତି। ସେ ଗତକାଲି ମୋ ବିଷୟରେ ଅନେକ ମିଛ କଥା କହିବା ସହ ଅପପ୍ରଚାର କରିଛନ୍ତି। ହେଲେ ସେ ମନେ ରଖିବା ଉଚିତ୍‌ ଯେ, ମୁଁ ରାଜନୀତିକୁ ସଂପତ୍ତି ଅର୍ଜନ କରିବାକୁ ଆସିନି। କାମ କରିବାକୁ ଆସିଛି।

ମୁଁ ସାଂସଦ ଥିବା ସମୟରେ ୫୪ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ଏଥିରେ ଏବେ ରଂଗ ଲଗାଇ ନିଜ ନାଁରେ କରିବାକୁ ବସିଛନ୍ତି। ହେଲେ ମୋଦିଙ୍କ ଜଳ ଜୀବନ ମିଶନ ଓଡ଼ିଶାରେ ପଛରେ ପଡି ରହିଛି। ବିଜେଡିର ଗୁଣ୍ଡାରାଜ ବନ୍ଦ କରିବାର ସମୟ ଆସିଛି।

ଏହି ସଭାରେ ମହାକାଳପଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଲେ, ବୈଜୟନ୍ତ ପଣ୍ଡା ସାଂସଦ ଥିବା ବେଳେ କେନ୍ଦ୍ରାପଡାକୁ ରେଳ ଚଳାଚଳ ଆରମ୍ଭ ହୋଇଛି। ଏଥିରେ ତାଙ୍କର ବଡ଼ ଭୂମିକା ରହିଛି। ଏଠାରେ ବିଜେପି ଜିତିଲେ ବନ୍ଦେ ମେଟ୍ରୋର ଶୁଭାରମ୍ଭ କରାଯିବ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ସେ ଯୋଡ଼ି ପଦ୍ମରେ ମୋହର ମାରି ବିଜେପି ସରକାର ଗଠନରେ ସହାୟକ ହେବାକୁ ଭୋଟରଙ୍କୁ ନିବେଦନ କରିଥିଲେ। 

ଅଧିକ ପଢ଼ନ୍ତୁ: ଲଟେରୀ ଲାଗୁଛି MLA ହେଲେ; ୫ ବର୍ଷରେ ଧୁମ ଟଙ୍କା ଆୟ, ହୋସ ଉଡାଇବ ADR ରିପୋର୍ଟ

BJD BJP Baijayant Panda Odisha Election Odisha Politics Baijayanta Jay Panda General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ