Advertisment

ବିଜେପିରେ ଯୋଗଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ।

ଅଦ୍ୟତନ ହୋଇଛି
Ramesh Sai Joins BJP

Ramesh Sai

Advertisment

ବିଜେପିରେ ସାମିଲ ହେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତରୀୟ ଦେଇ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଗତକାଲି ବିଜୁ ଜନତା ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ରମେଶ ସାଏ। ନଳିନୀ ପ୍ରଧାନଙ୍କୁ ଦଳ ଟିକେଟ ଦେବାରୁ ବିଜେଡି ଛାଡ଼ିଥିଲେ ରମେଶ। ଆଜି ବିଜେପିରେ ସାମିଲ ହୋଇଛନ୍ତି ରମେଶ ଚନ୍ଦ୍ର ସାଏ। ଶତାଧିକ ସହଯୋଗୀଙ୍କ ସହ ପହଁଚି କତଡା ନିକଟରେ ଚାଲିଥିବା ବୁଥ ସ୍ତରୀୟ ବିଜେପି କର୍ମଶାଳାରେ ସାମିଲ ହୋଇଛନ୍ତି।

Advertisment

୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି। ସଞ୍ଜୀବ ସାହୁ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ ଏହି ଆସନରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। 

ଅଧିକ ପଢ଼ନ୍ତୁ: ବିଜେଡି ଉପରେ ବର୍ଷିଲେ ଅମରେନ୍ଦ୍ର; କହିଲେ, ପେଇଂ ଗେଷ୍ଟକୁ ସ୍ୱାଗତ, ପୁଅକୁ ଅଣଦେଖା..

Advertisment

ତାଲିକା ସହ ତାଳ ଦେଇ ବିଜେଡିରୁ ଛୁଟୁଛି ଇସ୍ତଫାର ସୁଅ। ଆଠମଲ୍ଲିକ ବିଧାୟକ ରମେଶ ସାଏ ବି କାଲି ବିଜେଡିକୁ ବାଏ ବାଏ କହିଛନ୍ତି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ଆଠମଲ୍ଲିକରୁ ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି ରମେଶ ସାଏ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

ବିଜେଡିର ଦ୍ୱିତୀୟ ପ୍ରର୍ଥୀ ତାଲିକା ପ୍ରକାଶ ପାଇବା ପରଠାରୁ ବିଜେଡିକୁ ବାଏ ବାଏ କରିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜଗତସିଂପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ଏବଂ ଭଦ୍ରକ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ।

Advertisment

ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।

ଅଧିକ ପଢ଼ନ୍ତୁ: ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ