Advertisment

ବିଜେଡି ଦେଲାନି ଟିକେଟ୍‌, କଂଗ୍ରେସରେ ସାମିଲ ହେଲେ ଅସିତ୍ ପଟ୍ଟନାୟକ

ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍।

ଅଦ୍ୟତନ ହୋଇଛି
Asit Patnaik joins Congress

Asit Patnaik

Advertisment

କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ। ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ଅସିତ ବିଜେଡିରୁ ଟିକଟ ଆଶାୟୀ ଥିଲେ । ୨୦୧୯ ଓ ୨୦୨୪ରେ ନିରାଶ ହେବା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଅସିତ୍‌ ପଟ୍ଟନାୟକ ଭଦ୍ରକ ବିଧାନସଭା ଆସନରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ଟିକେଟ୍‌ ନ ଦେଇ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ଟିକେଟ୍‌ ଦେଇଛି। ଯାହାଫଳରେ ସେ ନିରାଶ ହୋଇ କଂଗ୍ରେସ୍‌ କ୍ୟାମ୍ପକୁ ଆସିଛନ୍ତି।

Advertisment

ନିଜ ସମର୍ଥକଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ଅସିତ୍। କଂଗ୍ରେସରେ ସାମିଲ ହେଉ ହେଉ ସେ ଗୁରୁତର ଅଭିଯୋଗ ଆଣି ବିଜେପି, ବିଜେଡି ଉପରେ ବର୍ଷିଛନ୍ତି । ଏନେଇ ଉଭୟ ଦଳର ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ସଶକ୍ତ ହେଉଛି ବିଜେପି, ଶଙ୍ଖ ଛାଡ଼ି ପଦ୍ମ ଧରିଲେ କୈଳାଶ କୁଲେସିକା

ସେପଟେ ବିଜେଡି ଛାଡ଼ି ପଦ୍ମ ଶିବିରରେ କୈଳାଶ ଚନ୍ଦ୍ର କୁଲେସିକା। ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ କୈଳାସ ସାମିଲ୍ ହୋଇଛନ୍ତି । ତାଙ୍କ ସହ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେଡିରେ ଥିଲେ। ବିଜେପିରେ ମିଶିବା ପରେ ବିଜେଡି ଉପରେ ବର୍ଷିଛନ୍ତି କୈଳାଶ କୁଲେସିକା ।

Advertisment

BJD Congress General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ