ଆଜି ଓଡ଼ିଶା ଆସିବେ ରାମାୟଣ 'ରାମ', ୪ ସଭାରେ ଦେବେ ଯୋଗ

ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ ।

Arun Govil

ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ । ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ ।

ସେହିଭଳି ଆସନ୍ତାକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି । ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ ଯୋଗୀ ଆଦିତ୍ୟନାଥ । ସେହିପରି କରଞ୍ଜିଆ, ଧାମନଗର, ବଡ଼ଚଣା, ବାଲିକୁଦାରେ ସଭାରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।

ଅଧିକ ପଢ଼ନ୍ତୁ: ସ୍ଲିପ୍ ଅଫ୍ ଟଙ୍ଗ୍ ପାଇଁ କ୍ଷମାପ୍ରାର୍ଥନା ଓ ପ୍ରାୟଶ୍ଚିତ ସତ୍ତ୍ୱେ ସମ୍ବିତଙ୍କୁ ଘେରି ଚାଲିଛି BJD

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ଦେବଗଡ଼, ବଡବିଲ, ଚୌଦ୍ୱାର ଓ ବଡମ୍ବାରେ ସଭା କରିବେ । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାହାଙ୍ଗା ଆସୁଛନ୍ତି । ଆସନ୍ତାକାଲି ସାଲେପୁର ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ । କୁଳିଆ ଆରଏମସି ପଡ଼ିଆରେ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ ଯୋଗୀ ଆଦିତ୍ୟନାଥ ।

ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ, ସାଲେପୁର ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କର ଏହି ପ୍ରଚାର ଉପକୂଳ ଓଡ଼ିଶାରେ ପ୍ରଭାବ ପକାଇବ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ସୁମନ୍ତ କୁମାର ଘଡେଇ ।

ସେହିପରି ବାଲିକୁଦା ଏରସମାରେ ବିଜେପି ପାଇଁ ପ୍ରଚାର କରିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ସେ ବିଜେଡି ସରକାର ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ତାମିଲ ଏଜେନ୍ସି ନିର୍ଦ୍ଦେଶରେ ସରକାର ଚାଲୁଛି ବୋଲି କହିଛନ୍ତି ବିପ୍ଲବ । ଏଣୁ ଲୋକେ ଓଡ଼ିଶାରେ ପରିବର୍ତ୍ତନ ନିଷ୍ପତ୍ତି ନେଇ ସାରିଥିବା ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ରେମୁଣାରେ ଅଶ୍ୱିନୀଙ୍କ ପ୍ରଚାର, କହିଲେ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି