ଅପରାଜିତାଙ୍କ ଗର୍ଜନ, କହିଲେ ୫୪ ପଇସାରେ ବିଜେଡି ଭୋଟ୍

ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା ।

Aprajita Sarangi

ସାଲିଆ ସାହିରେ ଗର୍ଜିଲେ ଅପରାଜିତା । କହିଲେ, ଲୋକଙ୍କୁ ମାତ୍ର ୫୪ ପଇସା ଦେଇ ଭୋଟ କିଣିବାକୁ ବସିଛି ବିଜେଡି । ବିଜେଡି ଏବେ ମହିଳାଙ୍କ ପିଛା ୧ ହଜାର ଟଙ୍କା ବାଣ୍ଟୁଛି ବା ଆଗକୁ ବାଣ୍ଟିବ । ହିସାବ ଦେଖିଲେ ୫ ବର୍ଷରେ ୧୮୨୬ ଦିନ ପାଇଁ ଦେଉଛି ୧ ହଜାର ଟଙ୍କା । ଅର୍ଥାତ ଦିନକୁ ମାତ୍ର ୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ଅପରାଜିତା ।

ସେହିପରି ସୁଭଦ୍ରା ଯୋଜନାରେ ମୋଦି ମହିଳାଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି । ଆମେ ୫୦ ହଜାର ନେବା ନା ୫୪ ପଇସା ନେବା ବୋଲି ପଚାରିଛନ୍ତି ଅପରାଜିତା । ବସ୍ତିବାସିନ୍ଦାଙ୍କୁ ବିଜେଡି ସରକାର ମିଛ ପଟା ଦେଇଛି ବୋଲି କହିଲେ । ବସ୍ତିରେ ରାଜ୍ୟ ସରକାର ବାରମ୍ବାର ପଟା ବଣ୍ଟନ କରୁଥିବା ଦେଖାଯାଉଛି । ପଟା ତ ଥରେ ଦିଆଯାଏ, ଏତେ ଥର ସମାନ ଲୋକଙ୍କୁ କାହିଁକି ଦିଆଯାଉଛି ବୋଲି କହିଛନ୍ତି ଅପରାଜିତା ।

ଅଧିକ ପଢ଼ନ୍ତୁ: ଅପରାଜିତାଙ୍କୁ ପ୍ରଶଂସାରେ ପୋତିଲେ, ବିଜେଡି ଉପରେ ବର୍ଷିଲେ ହେମାମାଳିନୀ

ଦିଆଯାଉଥିବା ପଟା ଦେଖିବା ପରେ ଜଣାପଡ଼ିଲା, ତାହା ଅସଲି ନୁହେଁ । ପଟାରେ ପ୍ଲଟ ନମ୍ବର କି ଖାତା ନମ୍ବର ନାହିଁ, ସେଇଟି ଫଲ୍‌ସ ପଟା ବୋଲି କହିଛନ୍ତି । ଲୋକଙ୍କୁ ଫଲ୍‌ସ ପଟା ବାଣ୍ଟି ଭୁଆଁ ବୁଲାଇଛି ବୋଲି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅପରାଜିତା । ରାଜ୍ୟରେ ବିଜେପି ସରକାର ଆସିଲେ ୬ଶହ ବର୍ଗଫୁଟର ଅସଲି ପଟା ଦିଆଯିବ ବୋଲି କହିଛନ୍ତି ।

ଅନ୍ୟପଟେ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଭରସା ନାହିଁ ବୋଲି କହିଲେ ଅପରାଜିତା । କାଲି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ’ କଲେ, ଲୋକ ନଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ ବୋଲି କହିଛନ୍ତି ଅପରାଜିତା । ଏହା ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ବୋଲି କହିଛନ୍ତି ।