Advertisment

ମେଣ୍ଟ ଚର୍ଚ୍ଚା: ଅମିତ ଶାହଙ୍କ ଘରେ ଜରୁରୀ ବୈଠକ, ସ୍ପଷ୍ଟ ହୋଇପାରେ ଚିତ୍ର

ଏହି ବୈଠକରେ ଓଡ଼ିଶାର ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ସାମିଲ ଅଛନ୍ତି।

ଅଦ୍ୟତନ ହୋଇଛି
BJD BJP Alliance

BJD-BJP Alliance

Advertisment

ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହଙ୍କ ଘରେ ଜରୁରୀ ବୈଠକ। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ଜରୁରୀ ବୈଠକ ବସିଛି। ଏହି ବୈଠକରେ ଓଡ଼ିଶାର ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ସାମିଲ ଅଛନ୍ତି। ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ଥିବା ସୂଚନା ମିଳିଛି। ତେବେ ଅମିତ ଶାହଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମେଣ୍ଟକୁ ନେଇ ଏକ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ‘ବହୁତ ଲୋକପ୍ରିୟ PM ମୋଦି, ପୁଣି ହେବେ ପ୍ରଧାନମନ୍ତ୍ରୀ ’

ସେପଟେ ଆସନ୍ତାକାଲି ନବୀନ ନିବାସରେ ଜରୁରୀ ବୈଠକ ବସିବ ବୋଲି ସୂଚନା ମିଳିଛି । ଏହି ବୈଠକରେ ମେଣ୍ଟ ସଂପର୍କରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ନବୀନ ନିବାସରେ ବସିବାକୁ ଥିବା ବୈଠକକୁ ଦଳର ବରିଷ୍ଠ ନେତାମାନଙ୍କୁ ଡକା ଯାଇଥିବା ସୂଚନା ମିଳିଛି। ପୂର୍ବରୁ ଗତ ୬ ତାରିଖରେ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା।

BJD Amit Shah BJP Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ