Advertisment

ସରଗରମ ରାଜ୍ୟ ରାଜନୀତି; ଖୁବଶୀଘ୍ର ଆସିବ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା, ହେବ ଦମଦାର ଫାଇଟ୍

ବିଜେପି ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସରଗରମ ରାଜନୀତି। ଅବଶିଷ୍ଟ ୩୫ ବିଧାନସଭାଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଅଦ୍ୟତନ ହୋଇଛି
Candidate

Candidate

Advertisment

ନିର୍ବାଚନ ପାଇଁ ଚାଲିଛି କସରତ। ରାଜନୈତିକ ଦଳ ଝାଳବୁହା ପରିଶ୍ରମ କରୁଛନ୍ତି। କିଏ କେଉଁଠୁ ଲଢିବ ତାହା ସ୍ଥିର କରିବା ପରେ ପର୍ଯ୍ୟାୟ କ୍ରମେ ଜାରି ହେଉଛି ପ୍ରାର୍ଥୀ ତାଲିକା। ନିକଟରେ ଓଡ଼ିଶାର ତିନି ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ସବୁ ଆସନରେ ପ୍ରାର୍ଥୀ ଦେଇନଥିଲେ ବି ପର୍ଯ୍ୟାୟ କ୍ରମେ ତାଲିକା ଘୋଷଣା କରାଯାଉଛି।

Advertisment

ବିଜେପି ଓ କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ସରଗରମ ରାଜନୀତି। ପୂର୍ବରୁ ବିଜେପି ସମସ୍ତ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଗତକାଲି ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଅବଶିଷ୍ଟ ୩୫ ବିଧାନସଭାଆସନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ପ୍ରଥମରୁ ବିଜେପି ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଲଢ଼ିବା କଥା କହିଥିଲା ଏବଂ ତାହା ହୋଇଛି ବୋଲି ମନମୋହନ କହିଛନ୍ତି। ସେହପରି କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୮ ଲୋକସଭା ଓ ୪୭ଟି ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସହଯୋଗ ଜେଏମଏମକୁ ଗୋଟିଏ ଓ ସିପିଏମକୁ ଗୋଟିଏ ସିଟ୍ ଛାଡ଼ିଛି। ଏବେ ଦେଖିବାକୁ ବାକି ରହିଲା କଂଗ୍ରେସ ଲୋକସଭା ଲାଗି ବଳକା ୧୩ ଓ ବିଧାନସଭା ଲାଗି ବଳକା ୯୮ ସିଟ ଲାଗି ପ୍ରାଥୀ ଘୋଷଣା କେବେ କରୁଛି।

Advertisment

ସେହିପରି ବିଜେଡି ପୂର୍ବରୁ ୧୫ ଲୋକସଭା ଏବଂ ୭୨ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ୬ ଟି ଲୋକସଭା ଏବଂ ବିଧାନସଭା ଲାଗି ବଳକା ୭୫ ସିଟରେ ବିଜେଡି କେବେ ପ୍ରାର୍ଥୀ ଦେଉଛି ତା ଉପରେ ନଜର ରହିଛି। 

Odisha News BJD BJP Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ