Advertisment

ଦାଣ୍ଡରୁ ପଡ଼ି ହାଟରେ ଗଡ଼ିଲା ରାଜାଘର କଳି, ବର୍ଷିଲେ ଏୟୁଙ୍କ ସାନବୋହୂ

ବିଜେଡି ହେଭିୱେଟ୍ A.U. ସିଂଦେଓଙ୍କ ସାନବୋହୂ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ପୁଣି ଥରେ ଶ୍ୱଶୂର ଘର ନିର୍ଯାତନା ପ୍ରସଙ୍ଗରେ ବର୍ଷିବା ସହ, ଏକଥା ଜାଣିବା ସତ୍ତ୍ୱେ କଳିକେଶଙ୍କୁ କିପରି ଟିକେଟ୍ ଦିଆଗଲା ବୋଲି, ବିଜେଡି ସୁପ୍ରିମୋ ନବୀନଙ୍କୁ କ୍ଷୋଭର ସହ ପଚାରିଛନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Odisha Politics

ପୁଣି ଦାଣ୍ଡରୁ ପଡ଼ି ହାଟରେ ଗଡ଼ିଲା ବଲାଙ୍ଗିର ରାଜାଘର କଳି । ବିଜେଡି ହେଭିୱେଟ୍ A.U. ସିଂଦେଓଙ୍କ ସାନବୋହୂ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଂଜରୀ ପୁଣି ଥରେ ଶ୍ୱଶୂର ଘର ନିର୍ଯାତନା ପ୍ରସଙ୍ଗରେ ବର୍ଷିବା ସହ, ଏକଥା ଜାଣିବା ସତ୍ତ୍ୱେ କଳିକେଶଙ୍କୁ କିପରି ଟିକେଟ୍ ଦିଆଗଲା ବୋଲି, ବିଜେଡି ସୁପ୍ରିମୋ ନବୀନଙ୍କୁ କ୍ଷୋଭର ସହ ପଚାରିଛନ୍ତି ।

Advertisment

ପତ୍ନୀଙ୍କ ପ୍ରେସମିଟକୁ ନେଇ, ଅର୍କେଶ ସିଧାସଳଖ ନରସିଂହଙ୍କ ଇସାରାରେ ଏଭଳି ହେଉଥିବା କହିବା ପରେ, ବଲାଙ୍ଗିରର ପଲିଟିକାଲ୍ ପାରା ଅଚାନକ ବଢ଼ିଯାଇଛି । କାହାର ସ୍କ୍ରିପ୍ଟ, କିଏ ଡାଇରେକ୍ଟର, କିଏ ଆକ୍ଟର ? ରାଜାଘର କଳିକୁ ନେଇ ବଲାଙ୍ଗିରରେ ସରଗରମ ରାଜନୀତି ।

ପାରିବାରିକ ବିବାଦରେ ପଲିଟିକାଲ୍ ଟ୍ୱିଷ୍ଟ୍ ଆଣିଲା ଅଦ୍ରିଜାଙ୍କ ଏଣ୍ଟ୍ରି । ଏଥର ନିଶାନାରେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତବର୍ଷ ସ୍ୱାମୀ ଅର୍କେଶ ସିଂଦେଓ, ଶ୍ୱଶୂର ଅନଙ୍ଗ ଉଦୟ ଓ ଦେଢ଼ଶୁର କଳିକେଶଙ୍କ ବିରୋଧରେ ବଧୂ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଆଣିଥିଲେ ଅଦ୍ରିଜା ମଞ୍ଜରୀ ସିଂଦେଓ ।

Advertisment

ଆଉ ଆଜି ପୁଣି ପ୍ରେସମିଟ କରି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋହଭରା କଣ୍ଠରେ ପଚାରିଛନ୍ତି, ମୋ ନିର୍ଯାତନା କଥା ଜାଣିବା ସତ୍ତ୍ୱେ କିଭଳି ପରିବାର ଲୋକଙ୍କୁ ଟିକେଟ ଦେଲେ ନିର୍ବାଚନ ଲଢ଼ିବା ପାଇଁ । ଏଥର ନିର୍ବାଚନରେ ଅଦ୍ରିଜାଙ୍କ ଦେଢ଼ଶୁର କଳିକେଶଙ୍କୁ ବଲାଙ୍ଗିରରୁ ବିଧାନସଭା ପ୍ରାର୍ଥୀ କରିଛି ବିଜେଡି ।

ଏହା ତାଙ୍କୁ ଖୁବ୍ ବାଧିଛି ବୋଲି କହିଛନ୍ତି ଅଦ୍ରିଜା । କ୍ଷୋଭର ସହ କହିଛନ୍ତି, ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ । ଏପରିକି, ମୁଁ ବଲାଙ୍ଗିରରେ ବୁଲି ବୁଲି ମୋ ନିର୍ଯାତନା କାହାଣୀ ଲୋକଙ୍କୁ ଶୁଣାଇବି ଏବଂ କଳିକେଶଙ୍କୁ ଭୋଟ୍ ନଦେବାକୁ କହିବି ବୋଲି ଖୋଲା ଧମକ ଦେଇଛନ୍ତି ଅଦ୍ରିଜା ।

୨୦୧୯ ନିର୍ବାଚନରେ ଅର୍କେଶଙ୍କୁ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଏବଂ କଳିକେଶଙ୍କୁ ସାଂସଦ ପ୍ରାର୍ଥୀ କରିଥିଲା ବିଜେଡି । ସେତେବେଳେ ସ୍ୱାମୀ ଓ ଦେଢ଼ଶୁରଙ୍କ ପାଇଁ ପ୍ରଚାର କରିଥିଲେ ଅଦ୍ରିଜା । ହେଲେ ଉଭୟେ ଗତଥର ହାରିବା ପରେ ତାଙ୍କ ଉପରେ ଶାରୀରିକ, ମାନସିକ ଓ ଯୌତୁକ ନିର୍ଯାତନା ଆରମ୍ଭ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଅଦ୍ରିଜା ।

ଗତବର୍ଷ ଏନେଇ ସେ ଡେରାଡୁନ ପୋଲିସରେ ଲିଖିତ ଅଭିଯୋଗ କରିବା ସହିତ, ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଭିତରକୁ ତାଙ୍କୁ ଛଡ଼ା ଯାଉନଥିବା ବଲାଙ୍ଗିର ପୋଲିସକୁ ଜଣାଇଥିଲେ । ତେବେ ତାଙ୍କର ଆଜିର ପ୍ରେସମିଟ ପରେ, ଅର୍କେଶ ନିଜ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି ।

କହିଛନ୍ତି, ଅଦ୍ରିଜା ନରସିଂହ ମିଶ୍ରଙ୍କ ସ୍କ୍ରିପ୍ଟ ଅନୁସାରେ କାମ କରୁଛନ୍ତି । ଏହାର ଜବାବ ରଖିଛନ୍ତି ନରସିଂହ । ଏହାର ଜବାବ ରଖିଛନ୍ତି ନରସିଂହଙ୍କ ପୁଅ ତଥା କଂଗ୍ରେସର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର । ବଲାଙ୍ଗିର ରାଜନୀତିରେ ଅଦ୍ରିଜା ଝଡ଼ ଆଗକୁ କେଉଁ ମୋଡ଼ ନେଉଛି ଏବଂ କଳିକେଶଙ୍କ ଭୋଟବାକ୍ସକୁ ଏହା କିଭଳି ପ୍ରଭାବିତ କରୁଛି, ତା ଉପରେ ନଜର ରହିବ ।

Politics Odisha Elections General Elections 2024
Advertisment
Advertisment