• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟର ୧୪୭ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିବା ୧୨ ଶହ ୮୫ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ୩୨ ପ୍ରତିଶତ ଅର୍ଥାତ୍ ୪୧୨ ଜଣ କୋଟିପତି । ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ । ତାଙ୍କ ପାଖରେ ରହିଛି ମୋଟ୍ ୨୨୭ କୋଟି ୬୭ ଲକ୍ଷ ଟଙ୍କାର ସମ୍ପତ୍ତି । ୧୩୫ କୋଟି ୧୭ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ଧନୀ ବସ୍ତାର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା ।

ସେହିପରି ୫ ଜଣ ବିଧାୟକ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ । ସେହିପରି ୩୪୮ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୯୨ ଜଣ ଅର୍ଥାତ ୨୩ ପ୍ରତିଶତଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଛି । ୬୬ ଜଣଙ୍କ ନାଁରେ ରହିଛି ମହିଳା ବିରୋଧୀ ମମାଲା । ୪ ଜଣ ଦୁଷ୍କର୍ମ ଅଭିଯୁକ୍ତ । ୧୦ ଜଣଙ୍କ ନାଁରେ ହତ୍ୟା ମାମଲା ଓ ୭୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ଚଳିତ ଥର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୨୧୧ ଜଣ ଦଶମ ପାସ୍‌ କରିଛନ୍ତି । ୨ ଜଣ ସ୍କୁଲ ହତା ମାଡ଼ି ନାହାନ୍ତି।

ଅଧିକ ପଢ଼ନ୍ତୁ: ADR ରିପୋର୍ଟ; ସ୍କୁଲ ହତା ମାଡ଼ି ନାହାନ୍ତି ୨ ପ୍ରାର୍ଥୀ, ପଞ୍ଚମ ଯାଏଁ ପଢ଼ିଛନ୍ତି ୧୧ ଜଣ

୨୦୧୯ରେ ବିଧାୟକ ହୋଇଥିବା ୧୦୩ ଜଣ ଏଥର ପୁଣି ନିର୍ବାଚନ ଲଢ଼ୁଛନ୍ତି। ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ପରିମାଣ ସର୍ବାଧିକ ୨୩୩୮% ବା ୨୩.୩୮ ଗୁଣା ବଢ଼ିଛି । ରାଉରକେଲା ବିଧାୟକ ସାରଦା ନାୟକଙ୍କ ସମ୍ପତ୍ତି ପରିମାଣ ୮ ଗୁଣା ବଢ଼ିଛି ।

ସୂଚନା ଅନୁସାରେ ଚଳିତ ଥର ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଲୋକସଭା ସହ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଏକାସାଙ୍ଗରେ ହେଉଛି । ତେବେ ଏହାରି ମଧ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ୧୫ ଲୋକସଭା ଆସନ ଓ ୧୦୫ ବିଧାନସଭା ଆସନରେ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଜୁନ୍‌ ୧ରେ ଏହି ସବୁ ଆସନରେ ଭୋଟ୍‌ ଗ୍ରହଣ ହେବ । ଜୁନ୍‌ ୧ରେ ନିର୍ବାଚନ ସରିବା ପରେ ଜୁନ୍‌ ୪ରେ ଭୋଟ୍‌ ଗଣତି ହେବ ।

ଅଧିକ ପଢ଼ନ୍ତୁ: ଆସିଲା ADR ରିପୋର୍ଟ; ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ

OTV is now on Whatsapp

Join and get latest news update delivered to you via whatsapp

Join Now