Advertisment

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବିଧାନସଭା ଓ ସଂସଦରେ ସ୍ବଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ। ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବରେ ଦିଆଯାଏ ନିଯୁକ୍ତି।

ଅଦ୍ୟତନ ହୋଇଛି
Ranendra Pratap Swain appointed Pro-Tem Speaker

Ranendra Pratap Swain

Advertisment

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି। ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ସେ ଶପଥ ନେଇଛନ୍ତି। ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ସେ ୧୭ ଓ ୧୮ ତାରିଖରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏହାପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ପରିଚାଳନା କରିବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

Advertisment

ବିଧାନସଭା ଓ ସଂସଦରେ ସ୍ବଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ। ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବରେ ଦିଆଯାଏ ନିଯୁକ୍ତି। ସେପଟେ ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିବ। ବିଭାଗ ବଣ୍ଟନ ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଖୁବ୍ ଶୀଘ୍ର ମନ୍ତ୍ରୀଙ୍କ ଭିତରେ ଦାୟିତ୍ବ ବଣ୍ଟନ କରାଯିବ। ମନ୍ତ୍ରିମଣ୍ଡଳରେ ୮ କ୍ୟାବିନେଟ୍ ଓ ୫ ଜଣଙ୍କୁ ମିଳିଛି ସ୍ବାଧୀନ-ରାଷ୍ଟ୍ରପାହ୍ୟା।

ଅଧିକ ପଢ଼ନ୍ତୁ: ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା; କୈଫତ୍ ମାଗିଲେ ମୁଖ୍ୟମନ୍ତ୍ରୀ

Advertisment

ସୁରେଶ ପୂଜାରୀ, ରବି ନାଏକ୍, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଜେନା ଏବଂ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବି ମିଳିଛି କ୍ୟାବିନେଟ୍ ବର୍ଥ। ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସଂପଦ ସ୍ବାଇଁ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା। ଏମାନଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଥର ବିଧାୟକ ହୋଇଛନ୍ତି। କେଭିଙ୍କ ବ୍ୟତୀତ ବାକି ସମସ୍ତ ମନ୍ତ୍ରିମଣ୍ଡଳ ସଦସ୍ୟ ପ୍ରଥମ ଥର ମନ୍ତ୍ରୀପଦ ପାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଶପଥ ୧୬ ଜଣିଆ ୨ମନ୍ତ୍ରିମଣ୍ଡଳ ଶପଥ ନେଇଛି।

ରାଜ୍ୟରେ ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ନୂଆ ସରକାର । ସରକାରୀ ବ୍ୟବସ୍ଥା ରାଜ୍ୟରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ସମୀକ୍ଷା ବେଳେ ଜାଣିବା ପରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅବସର ପରେ ବିଭିନ୍ନ ବିଭାଗରେ ଅଧିକାରୀଙ୍କୁ ଥଇଥାନ କରାଯାଇଛି । କେଉଁ ବିଭାଗ ପ୍ରତି କିଏ ଉତ୍ତର ଦାୟୀ ତାହା ବି କାହା ପାଖରେ ଖବର ନାହିଁ । ବାହାର ସଂସ୍ଥାକୁ ବି ଦିଆଯାଇଛି ପରିଚାଳନା ଦାୟିତ୍ବ ।

Advertisment

ନିର୍ଦ୍ଦିଷ୍ଟ କୋଟେରୀ କବଜାରେ ଥିଲା କ୍ଷମତା । ଅଚଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ । ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କେହି ସଠିକ୍ ଢଙ୍ଗରେ କୌଣସି ସୂଚନା ଦେଇପାରିନଥିଲେ । ଫଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଢିଲା ଓ ଅପାରଗ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ଅଫିସର ମାନଙ୍କୁ ତାଗିଦ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ !

କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ହେଲା ଏହାର କୈଫତ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କାହା ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ଯୁକ୍ତିଯୁକ୍ତ ଉତ୍ତର ନଥିଲା । ପ୍ରଶାସନିକ ଅବ୍ୟବସ୍ଥା ଦେଖିବା ପରେ ରାଜ୍ୟରେ ଅଫିସର ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଅଫିସର ମାନଙ୍କୁ ଡାକି ବିଭିନ୍ନ ବିଭାଗର ସମୀକ୍ଷା ବେଳେ ଏଭଳି ସ୍ଥିତି ଦେଖି ତାଜୁବ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Ranendra Pratap Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ