Advertisment

ପାରାଦୀପ ଟିକେଟ୍‌କୁ ନେଇ ଛକାପଞ୍ଝା; କାହାକୁ ପ୍ରାର୍ଥୀ କରିବ ଟେନ୍‌ସନ୍‌ରେ ବିଜେଡ଼ି !

ପାରାଦୀପ ଟିକେଟ ପାଇଁ ବିଜେଡ଼ିରେ କଳି ତୀବ୍ର ହୋଇଛି । ବିଧାୟକ ସମ୍ବିତ ରାଉତରାୟ ଭୁବନଶ୍ବରରେ ଡେରା ପକାଇଥିବା ବେଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ଶଙ୍ଖ ଭବନ ଏବଂ ନବୀନ ନିବାସ ଧାଉଁଛନ୍ତି ।

ଅଦ୍ୟତନ ହୋଇଛି
Who will be Paradeep BJD Candidate

Paradeep

Advertisment

ପାରାଦୀପରେ BJP ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ କି BJD ଏଯାଏ ପ୍ରାର୍ଥୀ ଦେଇ ପାରି ନାହାନ୍ତି । ଟିକେଟ ପାଇଁ ବିଜେଡ଼ିରେ କଳି ତୀବ୍ର ହୋଇଛି । ବିଧାୟକ ସମ୍ବିତ ରାଉତରାୟ ଭୁବନଶ୍ବରରେ ଡେରା ପକାଇଥିବା ବେଳେ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ଶଙ୍ଖ ଭବନ ଏବଂ ନବୀନ ନିବାସ ଧାଉଁଛନ୍ତି । ପ୍ରେସ୍‌ମିଟ ପରେ ପ୍ରେସ୍‌ମିଟ ହେଉଛି । ଦୁଇ ଗୋଷ୍ଠୀ ପରସ୍ପରର ଗୋହି ଖୋଳୁଛନ୍ତି। ଟିକେଟ ପାଇଁ ଏକରକମ ଛକାପଞ୍ଝା ଚାଲିଛି।ଦଳର ମୁଖିଆଙ୍କୁ ଇମ୍ପ୍ରେସ୍‌ କରିବାକୁ ନାନା ଫନ୍ଦି ଫିକର କରୁଥିବା ଦେଖାଯାଉଛି । 

Advertisment

ସେପଟେ କିଛି ଦିନ ତଳେ ବାପି ସର୍ଖେଲଙ୍କ ପତ୍ନୀ ମନିଦୀପା ବିଜେଡିରେ ସାମିଲ ହୋଇଛନ୍ତି। ବାପି ସର୍ଖେଲ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କାହାକୁ ପ୍ରାର୍ଥୀ କରିବ ବିଜେଡି, ତାକୁ ନେଇ ଦଳରେ ଲାଗି ରହିଛି ଟେନ୍‌ସନ୍‌ ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଉପରେ ବଢ଼ୁଛି ବିଶ୍ୱାସ, ଓଡ଼ିଶା-ପଶ୍ଚିମବଙ୍ଗରେ BJP ପାଲଟିବ ଏକ ନମ୍ବର ଦଳ

Advertisment

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ନାମାଙ୍କନ ପ୍ରକ୍ରିୟା ପାଖେଇ ଆସୁଥିବା ବେଳେ ଏଯାଏଁ ସରିନି ପ୍ରାର୍ଥୀ ଘୋଷଣା। ରାଜ୍ୟର ତିନି ପ୍ରମୁଖ ଦଳରୁ କେହି ଗୋଟିଏ ଦଳ ବି ଏଯାଏଁ ସେମାନଙ୍କ ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା ପ୍ରକାଶ କରି ନାହାନ୍ତି । 

ସେମିତି ଖୋର୍ଦ୍ଧା ଭୁବନେଶ୍ବର ସଂସଦୀୟ ଷେତ୍ର ପାଇଁ ସାତ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏପର୍ଯ୍ୟନ୍ତ ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭା ଆସନ ପାଇଁ କୌଣସି ରାଜନୈତିକ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ବିଜେଡି ଏବଂ ବିଜେପିର ଏକାଧିକ ଆଶାୟୀ ଥିବାରୁ ବଢିଛି ଟେନସନ। ଖୋର୍ଦ୍ଧାରୁ ବିଜେଡିର ଜିତୁ ମିତ୍ର ପୁଣି ଟିକେଟ ପାଇବାକୁ ଆଶା କରିଥିବା ବେଳେ ରାଜେନ୍ଦ୍ର କୁମାର ସାହୁ ଏବଂ ବାସନ୍ତି ମହାପାତ୍ର ମଧ୍ୟ ଟିକେଟ ଲବିରେ ଅଛନ୍ତି।

Advertisment

 ସେହିପରି ବିଜେପିରୁ ୨୦୧୯ ନିର୍ବାଚନରେ ଦଳୀୟ ଟିକେଟ ପାଇ ଲଢିଥିବା କାଳୁଚରଣ ଖଣ୍ଡାୟତରାୟ ଆଶାୟୀ ଅଛନ୍ତି। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁ ଚର୍ଚ୍ଚା ପରେ ଏଠି ମଧ୍ୟ ଟିକେଟ କିଏ ପାଇବେ ତାକୁ ନେଇ ଚର୍ଚ୍ଚା। ବେଗୁନିଆରୁ ବିଜେଡି ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ପ୍ରଦୀପ ସାହୁଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପିରୁ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବ କିମ୍ବା ଅନ୍ୟ କାହାକୁ ଏଠାରୁ ଦଳ ପ୍ରାର୍ଥୀ କରିବ ସ୍ପଷ୍ଟ ହୋଇନାହିଁ ।

BJD General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ