• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । କାଳବୈଶାଖୀ ପବନ ପାଇଁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଖଡ଼ିଆଳରୁ ସଭା ସାରି ଭୁବନେଶ୍ୱର ଫେରୁଥିଲେ । ତେବେ ଖରାପ ପାଗ ପାଇଁ ରାଜଧାନୀରେ ଓହ୍ଲାଇ ପାରିଲେନି ମୁଖ୍ୟମନ୍ତ୍ରୀ । ଫଳରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଯିବାକୁ ବାଧ୍ୟ ହୋଇଥିଲେ । ତେବେ ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସୁରକ୍ଷିତ ଭାବେ ଓହ୍ଲାଇଥିବା ସୂଚନା ମିଳିଛି ।

ପାଗ ବଦଳିବା ପରେ ଝାରସୁଗୁଡ଼ାରୁ ପୁଣି ରାଜଧାନୀ ଅଭିମୁଖେ ଆସିବେ ବୋଲି ଜଣା ପଡ଼ିଛି । ତେବେ କାଳବୈଶାଖୀ ବେଳେ ଏୟାରପୋର୍ଟରେ ପବନ ବେଗ ଥିଲା ୮୦ କିମି । ପବନ ବେଗ ନେଇ ପାଣିପାଗ ବିଭାଗ ପକ୍ଷରୁ ‘ଏକ୍ସ’ରେ ସୂଚନା ମିଳିଛି । ଦିନ ୩ଟା ୩୧ରୁ ୩ଟା ୩୪ ମଧ୍ୟରେ ପବନ ବେଗ ୮୦ କିମି ଥିଲା । କେବଳ ଭୁବନେଶ୍ୱର ଏୟାରପୋର୍ଟ ଅଞ୍ଚଳରେ ପବନ ବେଗ ୮୦ କିମି ଥିଲା ।

ଅଧିକ ପଢ଼ନ୍ତୁ: ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ଏଣୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ତ କରିନପାରି ଝାରସୁଗୁଡ଼ା ଚାଲିଯିବାକୁ ବାଧ୍ୟ ହୋଇଥିଲା । ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଗସ୍ତରେ ଯାଇଥିଲେ । ମୁଖ୍ୟମନ୍ତ୍ରୀ ରିଷିଗାଁ କ୍ରିଷ୍ଣାନଗର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ ।

ପରେ ପରେ ନବୀନ ଭବାନୀପାଟଣାରୁ ବାହାରି ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତ କରିଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ କରି କଳାହାଣ୍ଡି ଜିଲ୍ଲା ଉତ୍କେଲା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମ ରହିଥିଲା ।

ଅନ୍ୟପଟେ ବିଜେଡି ନେତା ଭି.କେ ପାଣ୍ଡିଆନ ବର୍ତ୍ତମାନ ଦଳର ଷ୍ଟାର ପ୍ରଚାରକ ରହିଛନ୍ତି । ଏଣୁ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ଉପସ୍ଥିତ ରହିଥିବେ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଆଗୁଆ ସୂଚନା ଦିଆଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣା ନିର୍ବାଚନ ପ୍ରଚାରରେ ଆସି ଏକ ରୋଡ଼ ଶୋ’ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ କେବଳ ସାଧାରଣ ସଭାରେ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ: ଉମା-ସୁଜିତ ମୁହାଁମୁହିଁ, ନାମାଙ୍କନ ଦାଖଲ ବେଳେ ୨ ନେତା ଓ ସମର୍ଥକ ହାତାହାତି