Advertisment

ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଢ଼ିଛି ଏତିକି ଟଙ୍କାର ସମ୍ପତ୍ତି...

୨୦୨୧ ମସିହା ଅପେକ୍ଷା ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବଢ଼ିଛି। ୪୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ବଢ଼ିଛି ମୁଖ୍ୟମନ୍ତ୍ରୀଙ୍କର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha cm naveen patnaik properties increased worth rs 42 lakh

Odisha cm naveen patnaik properties increased worth rs 42 lakh

୨୦୨୧ ମସିହା ଅପେକ୍ଷା ୨୦୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବଢ଼ିଛି। ୪୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ବଢ଼ିଛି ମୁଖ୍ୟମନ୍ତ୍ରୀଙ୍କର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି।

Advertisment

୨୦୨୧ ଅପେକ୍ଷା ୨୦୨୨ରେ ବିଭିନ୍ନ ବ୍ୟାଙ୍କ, ବଣ୍ଡ୍‌ ଏବଂ ପୋଷ୍ଟ ଅଫିସରେ ହୋଇଥିବା ଡିପୋଜିଟ୍ ରାଶି ୪୨ ଲକ୍ଷ ୮୬ ହଜାର ୬୯ ଟଙ୍କା ବୃଦ୍ଧି ପାଇଛି। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨୦୨୨ରେ ୩ ଲକ୍ଷ ୪୯ ହଜାର ୭୪୦ ଟଙ୍କାର ଅଳଙ୍କାର ଥିବା ସମ୍ପତ୍ତି ତାଲିକାରେ ଦର୍ଶାଯାଇଛି।

ସେହିପରି ପୂର୍ବରୁ ୧୯୮୦ ମସିହାର ଯେଉଁ ଆମ୍ବାସଡ଼ର କାର୍‌ ଥିଲା, ତାହା ଏବେ ବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। ଯାହାର ଦାମ୍ ଦର୍ଶାଯାଇଛି, ୬ ହଜାର ୪୩୪ ଟଙ୍କା। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀ ମଧ୍ୟ ନିଜ ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି।

Advertisment
CM Naveen Patnaik
Advertisment
Advertisment