Advertisment

Odisha CM Warns Officials:ସିଡିଓ, ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ; ପୁରୁଣା ଅଭ୍ୟାସ ନ ଛାଡିଲେ କ୍ଷମା ଦିଆଯିବ ନାହିଁ

ବିଜେଡି ପ୍ରୀତି ଛାଡ଼ିବା ପାଇଁ ପରୋକ୍ଷରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ। ଅନେକ ଅଧିକାରୀ ବିଧାୟକ ଏବଂ ବିଧାୟିକା ମାନଙ୍କ ସହ ଭଲ ସମ୍ପର୍କ ରଖୁ ନଥିବା କହିଛନ୍ତି ସିଏମ।

ଅଦ୍ୟତନ ହୋଇଛି
CMO

CMO

Advertisment

ସିଡିଓ ଏବଂ ବିଡିଓ ମାନଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି କଡା ତାଗିଦ। କହିଲେ ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ। ଭୁବନେଶ୍ୱରରେ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଅଧିକ ପଢ଼ନ୍ତୁ: କଟକରେ ବ୍ରିଜ୍ ସ୍ଲାବ୍ ଭୁଶୁଡି ୩ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବିଜେଡି ପ୍ରୀତି ଛାଡ଼ିବା ପାଇଁ ପରୋକ୍ଷରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁରୁଣା ଅଭ୍ୟାସ ନଛାଡିଲେ କ୍ଷମା ଦିଆଯିବ ନାହିଁ। ଅନେକ ଅଧିକାରୀ ବିଧାୟକ ଏବଂ ବିଧାୟିକା ମାନଙ୍କ ସହ ଭଲ ସମ୍ପର୍କ ରଖୁ ନଥିବା କହିଛନ୍ତି ସିଏମ। ଆପଣଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। କାହା ଚାପରେ କାମ ନକରି ଲୋକଙ୍କ କାମ କରନ୍ତୁ। ପୂର୍ବ ଅପେକ୍ଷା  ଆପଣଙ୍କୁ ଅଧିକ ସ୍ୱାଧୀନତା କ୍ଷମତା ଦିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଏବେ ଜିଲ୍ଲାପାଳଙ୍କ ଜରିଆରେ ବିଡ଼ିଓଙ୍କ ରିପୋର୍ଟ କାର୍ଡ ମଗାଯିବ ବୋଲି ସିଏମ କହିଛନ୍ତି। ଯେଉଁ ଅଧିକାରୀ ନନ ପର୍ଫମର୍ ରହିବେ ସେମାନଙ୍କୁ ଗ୍ରହଣ କରାଯିବ ନାହିଁ। ଜନ ପ୍ରତିନିଧିଙ୍କୁ ବିଡ଼ିଓମାନେ ସମ୍ମାନ ଦେଉନଥିବା ବାରମ୍ବାର ଅଭିଯୋଗ ହେଉଛି।

ଏହାକୁ ସୁଧାରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ନିଜକୁ ଲୋକ ସେବକ ବୋଲି ଭାବି ସେମାନଙ୍କ ଅଭିଯୋଗକୁ ସମାଧାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଏତିକି ନୁହେଁ ମନରେଗାରେ ମେସିନ ବଦଳରେ ଶ୍ରମକିଙ୍କୁ ନିଯୁକ୍ତ କରିବାକୁ ସିଡ଼ିଓ ଏବଂ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ।

Advertisment

ଅଧିକ ପଢ଼ନ୍ତୁ: ଦୀଘା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଜଗୁନୀ; କହିଲେ, ଦୀଘାକୁ ଜଗନ୍ନାଥ ଧାମ କହିବା ଉଚିତ ନୁହେଁ

Odisha News CMO Odisha CMO Mohan Charan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ