Jharkhand Assembly Elections 2024: ଝାଡ଼ଖଣ୍ଡରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପିର ସମରସଜ୍ଜା; ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ବାଏ ବାଏ.... ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Odisha CM Addresses Massive Rally in Jharkhand

ଓଡ଼ିଶା ପରେ ଝାଡ଼ଖଣ୍ଡରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପିର ସମରସଜ୍ଜା। ପ୍ରଥମ ପର୍ଯ୍ୟାୟ ଭୋଟ୍ ପ୍ରଚାରର ଶେଷ ଦିନରେ ମୈଦାନକୁ ଓହ୍ଲାଇ ସୋରେନ୍ ସରକାରକୁ ହଟାଇବାକୁ ଆହ୍ବାନ ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ରହୁଥିବା ଷଢ଼େଇକଳାରେ ମୋହନ, ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନଙ୍କ ପାଇଁ ପ୍ରଚାର କରି ଝାଡ଼ଖଣ୍ଡରେ ବି ଡବଲ୍ ଇଞ୍ଜିନ ସରକାର ଆଣିବାକୁ ଅପିଲ୍ କରିଛନ୍ତି। ସେପଟେ ଝାଡ଼ଖଣ୍ଡରେ ପଦ୍ମ ପୁଟାଇବାକୁ ଡେରା ପକାଇଛନ୍ତି ରାଜ୍ୟ ବିଜେପିର ବହୁ ପ୍ରମୁଖ ନେତା। 

ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ବାଏ ବାଏ.... ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାର ଓଡ଼ିଆ ଯୋଦ୍ଧା ଭାବେ ମୋହନ ମାଝୀ ସାମିଲ ହୋଇ ଆଜି ଷଢ଼େଇକଳା ରାଜନଗରରେ ଏକ ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ । ତାସହ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ଙ୍କ ପାଇଁ ମାଗିଥିଲେ ଭୋଟ୍।

ଆହୁରି ପଢନ୍ତୁ: ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ମୋହନ ନିଜ ଅଭିଭାଷଣରେ କହିଛନ୍ତି, ଘୋଷଣାପତ୍ରରେ ବିଜେପି ଓଡ଼ିଶା ପାଇଁ ଯାହା ଉଲ୍ଲେଖ ଥିଲା, କ୍ଷମତାକୁ ଆସିବାର ୧୦୦ ଦିନ ଭିତରେ ପୂରଣ କରିଛି। ଜଣେ ସାନ୍ତାଳୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ସହ ସୁଭଦ୍ରା ଯୋଜନା, ଧାନର ଏମଏସପି ୩୧ଶହ ଟଙ୍କାକୁ ବୃଦ୍ଧି , ଶ୍ରୀମନ୍ଦିର ୪ ଦୁଆର ଖୋଲିବା ଏବଂ ନିଯୁକ୍ତି କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି । ଠିକ୍ ସେଭଳି ଝାଡ଼ଖଣ୍ଡରେ ବି ବିଜେପି କ୍ଷମତାକୁ ଫେରିଲେ ଦିଆଯାଇଥିବା ୧୫୦ଟି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ସହ ସୋରେନ୍ ସରକାରର ପରିବାରବାଦ୍ ରାଜନୀତିକୁ ଖତମ୍ କରାଯିବ କହିଛନ୍ତି । ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ୩ ଭଉଣୀ । ୩ ରାଜ୍ୟରେ ଖଣି ଲୁଟପାଟ୍ ଚାଲୁଥିଲା । ଷଢ଼େଇକଳାରୁ ନୂଆ ସରକାରର ଶୁଭାରମ୍ଭ ହେବ । ଆଦିବାସୀଙ୍କ ସଂଖ୍ୟା କମୁଛି, ଜମି ହଡପ୍ ହେଉଛି ବୋଲି କହିଛନ୍ତି ।

ଝାଡ଼ଖଣ୍ଡରେ ୨ଟି ପର୍ଯ୍ୟାୟରେ ହେଉଛି ବିଧାନସଭା ନିର୍ବାଚନ। ୧୩ ତାରିଖରେ ହେଉଥିବା ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ସରିଲା ପ୍ରଚାର। ଶେଷଦିନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାଙ୍ଗରେ ନେଇ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୪ ନିର୍ବାଚନରେ ଓଡ଼ିଶାରେ ବାଜିମାତ୍ ପରେ ପ୍ରାୟ ୨୦ ଲକ୍ଷ ଓଡ଼ିଆ ଭାଷାଭାଷୀ ରହୁଥିବା ପଡ଼ୋଶୀ ଝାଡ଼ଖଣ୍ଡ ଏବେ ବିଜେପିର ଫୋକସରେ। 

ଏକଦା ଓଡ଼ିଶାର ୨ଟି ଗଡ଼ଜାତ ଅଞ୍ଚଳ ଥିବା ଷଢ଼େଇକଳା ଓ ଖରସୁଆଁରେ ୭୦ ପ୍ରତିଶତ ଏବଂ ପୂର୍ବ ଓ ପଶ୍ଚିମ ସିଂଭୂମ ସମେତ ୧୦ଟି ଜିଲ୍ଲାରେ ବି ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ରୁହନ୍ତି। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ଝାଡ଼ଖଣ୍ଡ ସୀମାକୁ ଲାଗିଥିବାରୁ ଏହି ୪ ଜିଲ୍ଲାର ବରିଷ୍ଠ ବିଜେପି ନେତା, ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଝାଡ଼ଖଣ୍ଡରେ ଡେରା ପକାଇବାକୁ ଦାୟିତ୍ବ ମିଳିଛି। ବିଜେପିର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଏବଂ ଜେଏମଏମ୍ ସରକାରକୁ ହଟାଇବା ଲାଗି ଗ୍ରାଉଣ୍ଡ ୱାର୍କକୁ ଜୋରଦାର କରିଛନ୍ତି ଓଡ଼ିଆ ନେତା। ନଭେମ୍ବର ୨୩ରେ ଫଳାଫଳ ଆସିବାକୁ ଥିବାବେଳେ ଅପେକ୍ଷା ଝାଡ଼ଖଣ୍ଡରେ କାହା ପଲ୍ଲା ଭାରି ରହୁଛି।