/odishatv-khabar/media/post_attachments/uploadimage/library/16_9/16_9_0/____1695627228.jpg)
Odisha Chief Minister Naveen Patnaik makes statement in the Assembly
ବିଧାନସଭାରେ 5T ସଚିବଙ୍କୁ ବିରୋଧୀଙ୍କ ସିଧା ଆକ୍ରମଣ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ? ଏହି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି। ସିଏମ୍ଓ ଜନଶୁଣାଣି, ହେଲିକପ୍ଟର ଖର୍ଚ୍ଚ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି।
କହିଛନ୍ତି ଯେ, ‘ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ। କୋଭିଡ଼ ପୂର୍ବରୁ ସିଏମ୍ଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା। କୋଭିଡ଼ ଯୋଗୁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। କିନ୍ତୁ କୋଭିଡ଼ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠ ଆସୁ ନ ଥିବା ଦେଖିଲୁ। ସେଥିପାଇଁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଆଣିବାକୁ ମୁଁ ଚିନ୍ତାକଲି। ’
ମୁଖ୍ୟମନ୍ତ୍ରୀ ବିବୃତି ରଖି ଏହା ମଧ୍ୟ କହିଛନ୍ତି ଯେ,‘ମୋ ନିର୍ଦ୍ଦେଶରେ ସିଏମ୍ଓର ଅଧିକାରୀମାନେ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣିଲେ। ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭, ୪୪୨ ଅଭିଯୋଗ ଅଣାଯାଇଛି। ଆସିଥିବା ଅଭିଯୋଗରୁ ଆଜି ସୁଦ୍ଧା ୪୩, ୫୩୬ ଅଭିଯୋଗ ସମାଧାନ ହୋଇଛି। ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ବଚ୍ଛ ଓ ବୈଷୟିକ ଜ୍ଞାନକୌଶଳ ପରିଚାଳିତ। ୨/୩ ମାସ ମଧ୍ୟରେ ଦୀର୍ଘଦିନରୁ ପଡ଼ିଥିବା ସମସ୍ୟା ସମାଧାନ ହୋଇଯିବ।’
ହେଲିକପ୍ଟର ବ୍ୟବହାର ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି, ‘୧୦ଟାରୁ ୩ଟା ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ। ଯଦି ସଡ଼କ ପଥରେ ଯାଇ ଏସବୁ କରାଯାଇଥାନ୍ତା, ତେବେ ଦେଢ଼ ବର୍ଷ ଲାଗିଥାନ୍ତା। ବିଗତ ସାଢ଼େ ୩ ବର୍ଷରେ ହେଲିକପ୍ଟର ବାବଦରେ ୪୦ କୋଟି ବ୍ୟୟ କରିଛୁ। ହିସାବ କଲେ ହେଲିକପ୍ଟର ବାବଦରେ ମାସକୁ ୧ରୁ ଦେଢ଼ କୋଟି ଖର୍ଚ୍ଚ ହୋଇଛି। ଗତ ୬ ମାସ ମଧ୍ୟରେ ବି ସେହି ସମାନ ମାସିକ ୧ରୁ ୧.୫ କୋଟି ଖର୍ଚ୍ଚ ହୋଇଛି। ହେଲିକପ୍ଟରରେ ଅତ୍ୟଧିକ ଖର୍ଚ୍ଚ ହେବା କୁହାଯିବା ମିଥ୍ୟା ଓ କପୋଳକଳ୍ପିତ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)