Advertisment

BJP Targets Pandian: ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍

ପ୍ରଭାତି ପରିଡ଼ା କହିଛନ୍ତି, ବିଜେଡି ସରକାର ଅମଳରେ ବ୍ୟକ୍ତିକୈନ୍ଦ୍ରିକ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିଲା। କେବଳ ଜଣଙ୍କ ପ୍ରଚାର ଓ ପ୍ରସାର ପାଇଁ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା।

ଅଦ୍ୟତନ ହୋଇଛି
Pravati Parida Targets VK Pandian

BJP

Advertisment

ପୂର୍ବ ବିଜେଡି ସରକାରର ପିଛା ଛାଡୁନି ଭି.କେ ପାଣ୍ଡିଆନ୍‌ କାରନାମା। ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟରେ ପର୍ଯ୍ୟଟନର ବିକାଶକୁ ନେଇ ପୂର୍ବ ସରକାରଙ୍କୁ ବୁଲେଇ ବଙ୍କେଇ ନିଶାନା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ।

Advertisment

ପ୍ରଭାତି ପରିଡ଼ା କହିଛନ୍ତି, ବିଜେଡି ସରକାର ଅମଳରେ ବ୍ୟକ୍ତିକୈନ୍ଦ୍ରିକ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିଲା। କେବଳ ଜଣଙ୍କ ପ୍ରଚାର ଓ ପ୍ରସାର ପାଇଁ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା। ଶାଗମାଛ ଦରରେ ରାଜ୍ୟର ଟୁରିଜିମ୍‌ ସ୍ପଟ୍‌ ଗୁଡ଼ିକୁ ଦଳୀୟ କର୍ମୀଙ୍କୁ ଦିଆଯାଇଥିଲା। ଏମିତିକି କାହାକୁ ୪୦ ବର୍ଷ ତ କାହାକୁ ୮୦ ବର୍ଷ ପାଇଁ ମଧ୍ୟ ଦିଆଯାଇଥିଲା। ହେଲେ ବିଜେପି ନିର୍ଦ୍ଦିଷ୍ଟ କୌଣସି ବ୍ୟକ୍ତିର ପ୍ରଚାର ପ୍ରସାର କରିବନି। ତା’ସହ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ୮ ହଜାର ୧୫୩ କୋଟି ଟଙ୍କାର ନିବେଶ ହେଉଛି ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ।

ତେବେ ପ୍ରଭାତୀଙ୍କ ଅଭିଯୋଗକୁ ଅମୂଳକ ବୋଲି ଦର୍ଶାଇଛି ବିଜେଡି। ବିଧାୟକ ଶାରଦା ଜେନା କହିଛନ୍ତି, ଏବେକା ସରକାର ଯେଉଁ କାମ କରିପାରୁନାହାନ୍ତି, ତା’ର ଦୋଷ ପୂର୍ବ ସରକାର ଉପରେ ଲଦି ଦେଉଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ତାତି; ୩୮ ଡିଗ୍ରୀ ଡେଇଁଲା ଝାରସୁଗୁଡା ତାପମାତ୍ରା

ପୂର୍ବ ବିଜେଡି ସରକାର ଅମଳରେ ସ୍କୁଲ ରୂପାନ୍ତିକରଣ ହେଉ କି ପର୍ଯ୍ୟଟନସ୍ଥଳୀର ବିକାଶ। କେତେବେଳେ ଫାଇଭ-ଟି ତ କେତେବେଳେ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଘାଇଁ ଘାଇଁ ଘେରୁଛି ବିଜେପି। ପାଣ୍ଡିଆନ କିଭଳି ଆଇନକୁ ଦଳି ମକଚି ଏକଛତ୍ରବାଦ ନୀତି ଆପଣାଇଥିଲେ, ତାକୁ ଖୋଳୁଛନ୍ତି। ଏମିତିକି ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠୁ ତାଙ୍କ ସରକାରର ମନ୍ତ୍ରୀ, ବିଧାୟକ ଓ ନେତା ସମସ୍ତେ 5-T ଓ ପାଣ୍ଡିଆନଙ୍କୁ କାଠଗଡ଼ାକୁ ଟାଣି ଚାଲିଛନ୍ତି।

Advertisment

ଏମିତିକି ଗତ ଓଟିଭି ଫୋରସାଇଟ୍‌ କାର୍ଯ୍ୟକ୍ରମରେ ଭାଗ ନେଇ ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ମଧ୍ୟ 5-T ପାଇଁ ହିଁ ଆମେ ମଲୁ ବୋଲି ମାନିଥିଲେ। ଆଉ ଏବେ ରାଜନୀତି ସମୀକ୍ଷକ କହିଲେଣି, 5-T ଓ ପାଣ୍ଡିଆନଙ୍କୁ ଖାଲି ଟାର୍ଗେଟ କରାଯାଉଛି। ହେଲେ ନା ବିଜେପି କି ବିଜେଡି କେହି ପାଣ୍ଡିଆନଙ୍କ ବିରୋଧରେ ଆକ୍ସନ ମୁଡକୁ ଆସୁନାହାନ୍ତି।

BJD BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ