• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡିଶା ପାଇଁ ବିଜେପିର ମାଷ୍ଟ୍ର ପ୍ଲାନ୍ । ନିର୍ବାଚନ ରଣନୀତିଠୁ ନେଇ ପରିଚାଳନା ଯାଏଁ ଦାୟିତ୍ୱରେ ରହିବେ କେନ୍ଦ୍ରୀୟ ନେତା । ଫୋକସରେ ୧୦ ହଜାରରୁ କମ୍ ଭୋଟରେ ଦଳ ହାରିଥିବା ୪୦ ବିଧାନସଭା କ୍ଷେତ୍ର । ନୂଆ ଭୋଟର, ଆଉ ଯୁବ ଭୋଟରଙ୍କୁ ଯୋଡିବାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ଯୁବ ସମ୍ମିଳନୀ କରିବ ଦଳ । ରାଉରାକେଲାରେ ବିଜେପିର ଚିନ୍ତନ ବୈଠକରେ ହୋଇଛି ଏହି ଆଲୋଚନା । ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ଓ ମୋର୍ଚ୍ଚାର ପ୍ରାୟ ୫୦ ଜଣ ନେତାଙ୍କୁ ଏହି ଚିନ୍ତନ ବୈଠକରେ ମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ ସନ୍ତୋଷ ।

ହିନ୍ଦୀ ହାର୍ଟଲ୍ୟାଣ୍ଡ ଷ୍ଟ୍ରାଟେଜିରେ ଓଡିଶାରେ କ୍ଷମତାକୁ ଆସିବ ବିଜେପି । ନିର୍ବାଚନ ରଣକୌଶଳଠୁ ନେଇ ଗ୍ରାଉଣ୍ଡରେ କାର୍ଯ୍ୟକାରିତା ଯାଏଁ ସବୁ ଦାୟିତ୍ୱ ନେବେ କେନ୍ଦ୍ରୀୟ ନେତା । ଦିଲ୍ଲୀରୁ ଗ୍ରୀନ୍ ସିଗ୍ନାଲ ପରେ ରାଜ୍ୟ ବିଜେପିର ବଡ଼ ପ୍ରସ୍ତୁତି । ଓଡ଼ିଶା ଦଖଲ ରୋଡ଼ମ୍ୟାପ କାର୍ଯ୍ୟକାରୀ କରିବାକୁ ରାଉରକେଲାରେ ବିଜେପିର ଚିନ୍ତନ ବୈଠକ ।

ଗୁରୁବାର ସନ୍ଧ୍ୟାରୁ ଶୁକ୍ରବାର ସନ୍ଧ୍ୟା ଯାଏଁ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଓ ସହ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ହୋଇଛି ମାନସମନ୍ଥନ । ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ଓ ମୋର୍ଚ୍ଚାର ୫୦ ଜଣ ବଛା ବଛା ନେତାଙ୍କୁ ମନ୍ତ୍ର ଦେଇଛନ୍ତି ବି.ଏଲ୍. ସନ୍ତୋଷ । ଫୋକସରେ ୧୦ ହଜାରରୁ କମ୍ ଭୋଟରେ ହାରିଥିବା ପ୍ରାୟ ୪୦ ବିଧାନସଭା ଆସନ। ଏଥିପାଇଁ ୫୦ ପ୍ରତିଶତ ଭୋଟ ହାସଲ ଲାଗି ସବୁ ପ୍ରକାର ଷ୍ଟ୍ରାଟେଜି ଉପରେ ଆଲୋଚନା ହୋଇଛି । ଏଥିସହ ଶାସକ ଦଳର ବିଦ୍ରୋହୀଙ୍କ ଉପରେ ନଜର ରଖି ସେମାନଙ୍କ ସହ ଯୋଗାଯୋଗ ରଖିବାକୁ ବି କୁହାଯାଇଛି ।

ଏହାବାଦ୍ ନୂଆ ଭୋଟରଙ୍କୁ ଗୁରୁତ୍ୱ ଦେଇ ସବୁ ନିର୍ବାଚନ ମଣ୍ଡଳୀରେ ଯୁବ ସମ୍ମିଳନୀ କରି ନବୀନ ସରକାରଙ୍କ ବିଫଳତା ବିଷୟରେ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିଏମ୍ ମୋଦି, ଶାହ ଓ ଯୋଗୀ ପ୍ରମୁଖ ସହ ୨୧ ସଂସଦୀୟ କ୍ଷେତ୍ରକୁ ୨୧ ଜଣ କେନ୍ଦ୍ରୀୟ ନେତା ଆସିବାକୁ ଦିଲ୍ଲୀରେ ସ୍ଥିର ହୋଇଛି ।

ଆଜି ଚିନ୍ତନ ବୈଠକ ପରେ ପ୍ରସଙ୍ଗ ବାଛି ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଜୋରଦାର କରିବାକୁ କୁହାଯାଇଛି । ଏହାସହ ବୁଥ୍ ସ୍ତରରୁ ବିଜେଡିକୁ କାଉଣ୍ଟର କରିବାକୁ କର୍ମୀଙ୍କୁ ପ୍ରସ୍ତୁତ କରିବାକୁ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ଓଡିଶାକୁ ଗୁରୁତ୍ୱ, ମେଣ୍ଟ ହେବନି ବୋଲି ରାଜ୍ୟ ପଦାଧିକାରୀ ବୈଠକରେ ସୁନୀଲ ବଂଶଲଙ୍କ ଦମ୍ଭୋକ୍ତି ପରେ ରାଉରକେଲାରେ ଚିନ୍ତନ ବୈଠକ ସ୍ପଷ୍ଟ କରୁଛି ଓଡିଶାରେ ଆଗେର୍ସିଭ୍ ମୁଡରେ ବିଜେପି ।

  • Reported by:
  • PAWAN TIWARI , SOUMYA RANJAN SAHOO