Advertisment

ରାଜ୍ୟରେ ଏମିତି କାମ କରୁଛି 5T, ଛାତ୍ରଛାତ୍ରୀ ଦେଉନାହାନ୍ତି ମାଟ୍ରିକ୍ ପରୀକ୍ଷା

5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

5T

ବିଧାନସଭାରେ 5T ଝଡ଼ । ଗତକାଲି ବିରୋଧୀ, 5T ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅକଳରେ ପକାଇଥିଲେ, ଆଜି ସମାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ଶାସକ ବିଧାୟକ । ସ୍କୁଲ୍ ଡ୍ରପ୍ ଆଉଟ୍ ହାର ବଢ଼ିବା, ମାଟ୍ରିକ ପରୀକ୍ଷାରେ ହଜାର ହଜାର ଛାତ୍ରଛାତ୍ରୀ ଅନୁପସ୍ଥିତ ରହିବା, ଏହା କ’ଣ 5T ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା । କଂଗ୍ରେସ୍ ବି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିଶାନା କରିଥିବା ବେଳେ 5T କଥା ଉଠିବା କ୍ଷଣି ଚିହିଁକି ଉଠିଥିଲା ଶାସନ ଦଳ।

Advertisment

5T କୁ ନେଇ ବଢିଲା ବିବାଦ । ବିଧାନସଭାରେ ପୁଣି 5T ତାତି । ସ୍କୁଲଗୁଡ଼ିକର 5T ରୂପାନ୍ତୀକରଣକୁ ନେଇ ଉଠିଲା ପ୍ରଶ୍ନ । ଗତକାଲି ବିଧାନସଭାରେ 5T ଏକ ବିଭାଗ କି ବୋଲି ପ୍ରଶ୍ନ ଉଠିଥିବା ବେଳେ ଆଜି 5T ମାଧ୍ୟମରେ ସ୍କୁଲ୍ ରୂପାନ୍ତୀକରଣ ଉପରେ ଉଠିଛି ପ୍ରଶ୍ନ । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନରାୟଣ ମିଶ୍ର ପ୍ରଥମେ ମାଟ୍ରିକ୍ ପରୀକ୍ଷାରେ ୧୫ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ। ପରୀକ୍ଷା ବେଳେ ପରିଦର୍ଶନ ନାଁରେ ଗଣଶିକ୍ଷା ମନ୍ତ୍ରୀ ଫଟୋ ଉଠାଉଥିବା କହି ସମାଲୋଚନା କରିଥିଲେ। ଡ୍ରପଆଉଟ୍ ହାରରେ ଓଡ଼ିଶା ଦେଶରେ ଏକ ନମ୍ବର ବୋଲି ଅଭିଯୋଗ କରିବା ସହିତ ସ୍କୁଲରେ ଶିକ୍ଷକ ଅଭାବଠାରୁ ଗୁଣାତ୍ମକ ଶିକ୍ଷା ପର୍ଯ୍ୟନ୍ତ ନାନା ପ୍ରସଙ୍ଗ ଉଠାଇ ଏହା କଣ 5T ବୋଲି ପ୍ରଶ୍ନ କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟରେ ଡ୍ରପଆଉଟ୍ ହାର ଉଦବେଗକଜନକ ବୋଲି କହି ସରକାରଙ୍କ ଉପରେ ବର୍ଷିଥିଲେ। ତେବେ 5T କଥା ବିରୋଧୀ ଦଳ ଉଠାଇବା ସମୟରେ ଚିହିଁକି ଉଠିଥିଲା ଶାସକ ଦଳ । 5T କ’ଣ, ବିରୋଧୀ ଦଳ ଭଲ ଭାବେ ବୁଝିଛନ୍ତି, ବିରୋଧୀ ଦଳ ନେତା ବୁଝି ଅବୁଝା ହେଉଛନ୍ତି ବୋଲି କହିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଏବେ ଯେଉଁ ପ୍ରଗତି ହେଉଛି ତାହା ହିଁ 5T, ଏହା ଏକ ଚିନ୍ତାଧାରା ବୋଲି ଅରୁଣ କହିଥିଲେ । ବିଜେଡି ପକ୍ଷରୁ ଗୃହରେ ବିବୃତି ରଖାଯାଉଥିବାବେଳେ ଶାସକ-ବିରୋଧୀଙ୍କ ମଧ୍ୟରେ କିଛି ସମୟ ପାଇଁ ହୋହଲ୍ଲା ହୋଇଥିଲା।

Advertisment

ସେପଟେ 5T ଦ୍ୱାରା ରୂପାନ୍ତିରତ ହୋଇଥିବା ସ୍କୁଲ ମଧ୍ୟରୁ କୋରାପୁଟ ଲମତାପୁଟ ବ୍ଲକ ମାଟାମପୁଟ୍ ସରକାରୀ ହାଇସ୍କୁଲ ହେଉଛି ଗୋଟିଏ। ଏଠାରେ ସ୍ମାର୍ଟ କ୍ଳାସ୍ ରୁମ କାମ ନିମ୍ନମାନର ହୋଇଥିବାରୁ ଛାତ ନଷ୍ଟ ହେବାକୁ ବସିଲାଣି । ପାଇଖାନା କବାଟ ବି ଭାଙ୍ଗି ଗଲାଣି। ସେହିପରି ନାରାୟଣପାଟଣା ବ୍ଲକରେ ୩ଟି ହାଇସ୍କୁଲ୍ ର ରୂପାନ୍ତୀକରଣ କରାଯାଇଥିଲା । କେଉଁଠି ନିମ୍ନମାନର କାମ ଯୋଗୁ ଛାତରୁ ପାଣି ଗଳୁଥିବା ଅଭିଯୋଗ ହୋଇଥିବା ବେଳେ ଆଉ କେଉଁଠି ଇନଭର୍ଟର ଅଚଳ । ପୁଣି କେଉଁଠି ସ୍ମାର୍ଟ କ୍ଳାସରେ ଅତି ନିମ୍ନମାନର କବାଟ ଲଗାଯାଇଥିବା ଅଭିଯୋଗ ଆସିଛି ।

5Tକୁ ନେଇ ବଢୁଛି ବିବାଦ । ପରୋକ୍ଷରେ କ୍ଷମତା କେନ୍ଦ୍ର କୁହଯାଉଥିବା 5T ସଚିବଙ୍କୁ ହିଁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । ଆଉ ଶାସକ ଦଳ ମଧ୍ୟ ଏହାକୁ କାଉଣ୍ଟର କରିବାକୁ ଯତ୍ପୋରନାସ୍ତି ଚେଷ୍ଟା ଚଳାଇଛି ।

(ରିପୋର୍ଟ- ନାରାୟଣପାଟଣାରୁ ପି. ଗୋବିନ୍ଦରାଜୁ ସୁବୁଦ୍ଧି, ଲମତାପୁଟରୁ ଜଗତ ଜୀବନ କଚ୍ଚିମ, ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ହରିହର ଚାନ୍ଦ)

Matric Exam 5T Politics Odisha Assembly
Advertisment
Advertisment