Advertisment

ଏଥର ବିଧାନସଭା ଅଧିବେଶନରେ ବିରୋଧୀଙ୍କ ହାତରେ ଗଣ୍ତା ଗଣ୍ଡା ଅସ୍ତ୍ର, ଜୋରଦାର ହେବ କି ଆକ୍ରମଣ ?

ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ ।

ଅଦ୍ୟତନ ହୋଇଛି
undefined

Odisha Politics

Advertisment

ତାତିବ ବିଧାନସଭାର ବଜେଟ୍ ଅଧିବେଶନ । ନବ ଦାସ ହତ୍ୟା ଘଟଣାକୁ ନେଇ ହୁଲସ୍ତୁଲ ହେବ ଗୃହ । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଅଡୁଆରେ ପକାଇବାକୁ ତୟାର ବିରୋଧୀ । ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଲମ୍ବା ଅଧିବେଶନ, ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା । କେଉଁ କେଉଁ ପ୍ରସଙ୍ଗକୁ ବିଧାନସଭାରେ କିଭଳି ଢଙ୍ଗରେ ଉଠାଯିବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି

Advertisment

କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ପରାମର୍ଶରେ ବିଜେପି, ଶାସକ ବିଜେଡିର ଗୁମର ଖୋଲିବାକୁ ତୟାର କରିଛି ବ୍ଲୁ ପ୍ରିଣ୍ଟ । ଯେଉଁଥିରେ ଫୋକସରେ ରହିଛି ନବ ଦାସ ହତ୍ୟା ଘଟଣା । ଏହା ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବି ଶାସକ ଦଳକୁ କାଠଗଡ଼ାରେ ଛିଡା କରିବାକୁ ଚେଷ୍ଟା କରିବ ବିଜେପି। ଏହାବାଦ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ, ଅଯୋଗ୍ୟଙ୍କୁ ଘର ମିଳିବା, କେନ୍ଦ୍ର ଦେଉଥିବା ମାଗଣା ଚାଉଳ କଥା ବି ଉଠେଇବ ଦଳ । ତାଛଡ଼ା ଚାଷୀ ସମସ୍ୟା, ଧାନ କିଣାରେ ଦୁର୍ନୀତି, ଧାନର ଅଭାବି ବିକ୍ରି, ରାଜ୍ୟ ସରକାରଙ୍କ ଦୁର୍ନୀତି, ନାରୀ ନିର୍ଯାତନା, ତିର୍ତ୍ତୋଲର ବିଜେଡି ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି ।

ଅଧିକ ପଢ଼ନ୍ତୁ: ବିଜେଡିକୁ ଚିନ୍ତା ୨୦୨୪ ନିର୍ବାଚନ ! ମିଶନ ଶକ୍ତିକୁ ଢାଲ କରୁଛି କି ସରକାରୀ ଦଳ ?

Advertisment

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ନବ ଦାସ ହତ୍ୟାକାଣ୍ଡ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପ୍ରସଙ୍ଗ, ମଣ୍ଡି ଅବ୍ୟବସ୍ଥା, ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରିଛି । ଆସନ୍ତାକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସି ଏହା ଉପରେ ଅଧିକ ଆଲୋଚନା ହେବ । ସେପଟେ କେନ୍ଦ୍ର ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବ ଶାସକ ଦଳ। କେନ୍ଦ୍ର ସରକାର ୫ କିଲୋ ଲେଖାଏଁ ଚାଉଳ କାଟିବା, କେନ୍ଦ୍ର ବଜେଟରେ ଧାନ ସଂଗ୍ରହ ବାବଦକୁ ୨୦ ହଜାର କୋଟି କମ୍ ମିଳିବା, ରେଳ କ୍ଷେତ୍ରରେ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ ଅଗ୍ରାହ୍ୟ, ବିରୋଧୀ ଦଳ ନେତାଙ୍କ ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଆଦି ପ୍ରସଙ୍ଗ ଉଠାଇବ । ସେହିଭଳି ଆସନ୍ତାକାଲି ବସିବ ବିଜେଡିର ବିଧାୟକ ଦଳ ବୈଠକ । 

ବିଧାନସଭାକୁ ସୁରୁଖୁରୁରେ ଚଲେଇବା ପାଇଁ ବାଚସ୍ପତି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ସବୁ ଏଜେଣ୍ଡା ଉପରେ ସହମତି ହୋଇଥିବା ବେଳେ ଭର୍ଚୁଆଲ ମୋଡ୍‌ରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା । ଏପରିକି ବୈଠକକୁ ଅଧାରୁ ବର୍ଜନ କରିଥିଲା ଦଳ । ସମସ୍ତେ ଗୃହକୁ ଆସି ଭାଗ ନେବାକୁ ବିଜେପି ଦାବି କରିଛି । ସେପଟେ ଦର୍ଶକ ଗ୍ୟାଲେରି ଓ ବାଚସ୍ପତି ଗ୍ୟାଲେରିରେ ଏଥର ସାଧାରଣ ଲୋକ ବସିବା ଲାଗି ଅନୁମତି ରହିଛି ।

Advertisment

ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୧ ତାରିଖ ପ୍ରଯ୍ୟନ୍ତ ଚାଲିବ । ୨୪ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୦ରୁ ଏପ୍ରିଲ୍ ୬ ଯାଏଁ ଚାଲିବ ବୋଲି ଧାର୍ଯ୍ୟ ହୋଇଛି ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ