• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଝାଡ଼ଖଣ୍ଡରେ ସଙ୍କଟରେ ଓଡ଼ିଆ ଅସ୍ମିତା । ଏଠାରେ ଓଡ଼ିଆ ଭାଷା ଓ ଓଡ଼ିଆ ଲୋକେ ଉପେକ୍ଷିତ । ଝାଡ଼ଖଣ୍ଡ ଗସ୍ତ ଅବସରରେ ଚାଇଁବାସାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ଓଡ଼ିଆକୁ ଝାଡ଼ଖଣ୍ଡରେ ଦ୍ୱିତୀୟ ଭାଷାର ମାନ୍ୟତା ମିଳିଥିଲା, ମାତ୍ର ଏବେ ବାଦ୍ ପଡ଼ିଛି ।

୨୦୦୭ରୁ ଏଠାରେ ଓଡ଼ିଆ ପିଲାଙ୍କୁ ବହି ଦିଆଯାଉନି । କିନ୍ତୁ ଆମ ସରକାର ଦଶମ ଯାଏଁ ପିଲାଙ୍କୁ ମାଗଣାରେ ବହି ବାଣ୍ଟିବେ । ଓଡ଼ିଆ ଲୋକଙ୍କ ପାଇଁ ଏକ କମିଟି ଗଠନ କରାଯିବ । କମିଟି ଏଠାକାର ଓଡ଼ିଆ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ଝାଡ଼ଖଣ୍ଡରେ ଓଡ଼ିଆ ପିଲାଙ୍କ ପାଇଁ ନିଯୁକ୍ତ ଶିକ୍ଷକଙ୍କ ପାଉଣା ବଢ଼ିବ । ପାଉଣା ୩ ହଜାରରୁ ୬ ହଜାର ଟଙ୍କାକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ସେପଟେ ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ 'ଉତ୍କର୍ଷ ୨୦୨୫'ର ପ୍ରାକ୍ ପ୍ରସ୍ତୁତି ପାଇଁ ଦିଲ୍ଲୀ ଯାଉଛନ୍ତି ସିଏମ୍ ।

ତାଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ମୁଖ୍ୟ ସଚିବ, ଶିଳ୍ପ ବିଭାଗର ବରିଷ୍ଠ ପଦାଧିକାରୀ ଯାଉଛନ୍ତି । ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ନିବେଶକ ସମ୍ମିଳନୀରେ ସାମିଲ ହେବେ । ବିଭିନ୍ନ ଦେଶର ଆମ୍ବାସାଡ଼ର, ହାଇକମିଶନର, ଟ୍ରେଡ୍ କମିଶନର, କନସଲ୍ଟ ଜେନେରାଲଙ୍କ ସହ ଆଲୋଚନା କରିବେ ।

ବିଭିନ୍ନ ଶିଳ୍ପପତିଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ । ଶେଷରେ ଏକ ରୋଡ୍ ସୋ ଆୟୋଜିତ ହେବ । ଆସନ୍ତାବର୍ଷ ଜାନୁଆରି ୨୮ ଏବଂ ୨୯ ତାରିଖରେ ହେବାକୁ ଥିବା ମେକ ଇନ୍ ଓଡିଶା କନକ୍ଲେଭ୍ ଉତ୍କର୍ଷ ଓଡିଶା ପୂର୍ବରୁ ରାଜ୍ୟକୁ ନିବେଶ ଆଣିବାକୁ ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

OTV is now on Whatsapp

Join and get latest news update delivered to you via whatsapp

Join Now