• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ସବୁଦଳର ଜୋର ସୋରରେ ପ୍ରଚାର ଆରମ୍ଭ ହୋଇଯାଇଛି । ତେବେ କେଉଁଠି ପ୍ରାର୍ଥୀଙ୍କୁ ଲୋକେ ଆପଣାଉଥିବା ବେଳେ ଆଉ କେଉଁଠି ଭୋଟ ଦେବା ପାଇଁ ସିଧା ସିଧା ମନା କରିଦେଛନ୍ତି । ଗାଁରେ ସ୍କୁଲ ନାହିଁ ତ୍ ଭୋଟ୍ ନାହିଁ । ଏଭଳି କିଛି ଦୃଶ୍ୟ କେନ୍ଦ୍ରାପଡା ଗରଦପୁରର ବିଜିପୁର ଗ୍ରାମବାସୀ କହୁଥିବାର ଦେଖିବାକୁ ମିଳିଛି । ଏଥର ନିର୍ବାଚନ ପ୍ରକ୍ରିୟାକୁ ବର୍ଜନ କରିବେ ବୋଲି ମଧ୍ୟ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି ।

 

ଗାଁରେ ଥିବା ସ୍କୁଲକୁ ଦୁଇ ବର୍ଷ ତଳେ ବନ୍ଦ କରାଯାଇଥିଲା । ଅନ୍ୟ ଏକ ସ୍କୁଲ ସହ ଏହାକୁ ମିଶ୍ରଣ କରାଯାଇଥିଲା । ତେଣୁ ଗାଁର ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିବାରେ ଲାଗିଛି । ବାରମ୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଜଣାଇଥିବା କଥା ମଧ୍ୟ ଶୁଣିବାକୁ ମିଳିଛି । ତଥାପି କୌଣସି ସମାଧାନ ନହେବାରୁ ଶେଷରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ଲୋକେ କହିଛନ୍ତି ।

ରାଜ୍ୟରେ ଏଥର ନିର୍ବାଚନ ପୂର୍ବରୁ ନିର୍ବାଚିତ ହେଲେ ୩୬ ହଜାର ୯୭୬ ପ୍ରାର୍ଥୀ । ଗୋଟିଏ ଜିଲ୍ଲା ପରିଷଦ ଆସନରେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ଭରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେହିଭଳି ୧୨୬ ସରପଞ୍ଚ ବି ନିର୍ଦ୍ୱନ୍ଦ୍ୱର ନିର୍ବାଚିତ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ୩୨୬ ସମିତି ସଭ୍ୟ ଓ ୩୬୫୨୩ ୱାର୍ଡ ମେମ୍ବର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ସୂଚନା ମିଳିଛି ।