Advertisment

No Confidence Motion Against Sarpanch: ବିଜେଡି ସମର୍ଥିତ ସରପଞ୍ଚଙ୍କ ପାଇଁ ଟେନସନ୍‌ ଆଣିଲେ ୱାର୍ଡ ମେମ୍ୱର

ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ପୁଣି ବିଜେଡିକୁ ଝଟ୍‌କା! ବିଜେଡି ସମର୍ଥିତ ସରପଞ୍ଚଙ୍କ ବିରୋଧରେ ଆସିଲା ଅନାସ୍ଥା ଅଭିଯୋଗ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପଞ୍ଚାୟତର ୧୬ ଜଣ ୱାର୍ଡ ମେମ୍ୱର ସରପଞ୍ଚଙ୍କ ବିରୋଧରେ ଉପ-ଜିଲ୍ଲାପାଳଙ୍କ ପାଖରେ ଅନାସ୍ଥା ଆବେଦନ କରିଛନ୍ତି। ଯାହାକୁ ନେଇ କନ୍ଧମାଳ ଜିଲ୍ଲା ରାଜନୀତି ଉଷ୍ମ ହୋଇଛି।

Advertisment

ଦାରିଙ୍ଗବାଡ଼ି ପଞ୍ଚାୟତରେ ୨୨ଟି ୱାର୍ଡ ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ବିଜେଡି ସମର୍ଥିତ ସୁଶ୍ରୀ ଚନ୍ଦ୍ରିକା ମଲିକ ନିର୍ବାଚିତ ହୋଇଥିଲେ। ଆଜି ତାଙ୍କ ବିରୋଧରେ ଆସିଛି ଅନାସ୍ଥା ଅଭିଯୋଗ। ତାଙ୍କ ବିରୋଧରେ ୧୬ ଜଣ ୱାର୍ଡ ମେମ୍ୱର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ୱାର୍ଡ ମେମ୍ୱରମାନେ ଆଜି ବାଲିଗୁଡା ଉପ-ଜିଲ୍ଲାପାଳ ରିନା ପ୍ରଧାନଙ୍କ ନିକଟରେ ଫେରାଦ ହୋଇ ଅନାସ୍ଥା ଆବେଦନ କରିଛନ୍ତି।

ଅଧିକ ପଢ଼ନ୍ତୁ : ଛତିଶଗଡ ଏନକାଉଣ୍ଟରରେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ

ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି, ଦୀର୍ଘ ୩ ବର୍ଷ ଧରି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପଞ୍ଚାୟତରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ୱାର୍ଡ ମେମ୍ବରମାନଙ୍କୁ ଅଣଦେଖା କରି ଆସୁଛନ୍ତି। ଏପରିକି କି ପଞ୍ଚାୟତର ସମସ୍ତ ଠିକା କାର୍ଯ୍ୟ ନିର୍ଦ୍ଧିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ଦେଉଛନ୍ତି। ଏଥିସହ ମାସିକ ବୈଠକ କରୁନାହାନ୍ତି। ପଲ୍ଲୀସଭା ଓ ଗ୍ରାମ ସଭାରେ ପ୍ରସ୍ତାବିତ କାର୍ଯ୍ୟକୁ କାର୍ଯ୍ୟକାରୀ କରୁନାହାନ୍ତି। ବୃଦ୍ଧ ଓ ବୃଦ୍ଧାଙ୍କ ଭତ୍ତା ଟଙ୍କା ଆତ୍ମସାତ କରୁଥିବା ଭଳି ଅନେକ ଅଭିଯୋଗ ଆଣିଛନ୍ତି ୱାର୍ଡ ମେମ୍ୱରମାନେ। ତେଣୁ ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଆମେ ଅନସ୍ଥା ପ୍ରସ୍ତାବ ଅଭିଯୋଗ ଆଣି ଉପ-ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛୁ ବୋଲି ୱାର୍ଡ ମେମ୍ବରମାନେ କହିଛନ୍ତି। ଅଭିଯୋଗ ନେଇ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଅଧିକ ପଢ଼ନ୍ତୁ : ଆଜିଠୁ ଆବାସ ସର୍ଭେ; ଚୟନ ହେବେ ନୂତନ ହିତାଧିକାରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ