Advertisment

ଅଖିଳେଶଙ୍କ ବଡ଼ ବୟାନ; କହିଲେ, ‘INDIA’ରେ ରହିଥିଲେ ନୀତୀଶ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ !

ଯଦି ନୀତୀଶ କୁମାର I.N.D.I.Aରେ ରହିଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଏଠାରେ ଯେକୌଣସି ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଇପାରେ।

author-image
Santosh Kumar Sahoo
Akhilesh Yadav on Nitish Kumar

Akhilesh Yadav on Nitish Kumar

୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ହଟଚମଟ। ମହାଗଠବନ୍ଧନ ଛାଡି ପୁଣି ପଦ୍ମ ଶିବିରକୁ ଡେଇଁପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର। ଗଲା କିଛି ଦିନର ଦୃଶ୍ୟପଟ୍ଟରୁ ଏନେଇ ସ୍ପଷ୍ଟ ଆଭାସ ମିଳିସାରିଛି। ତେବେ ବିହାର ରାଜନୈତିକ ଅସ୍ଥିରତା ମଧ୍ୟରେ ଏକ ବଡ଼ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ କହିଛନ୍ତି ଯଦି ନୀତୀଶ କୁମାର I.N.D.I.Aରେ ରହିଥାନ୍ତେ ତେବେ ସେ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ। ପ୍ରଧାନମନ୍ତ୍ରୀ ପଦ ପାଇଁ ଏଠାରେ ଯେକୌଣସି ବ୍ୟକ୍ତିଙ୍କୁ ବିଚାରକୁ ନିଆଯାଇପାରେ। ନୀତୀଶଙ୍କୁ ଏହି ମେଣ୍ଟର ସଂଯୋଜକ କିମ୍ବା ଅନ୍ୟ କୌଣସି ବଡ଼ ପଦବୀ ଦିଆଯାଇଥାନ୍ତା ବୋଲି କହିଛନ୍ତି ଅଖିଳେଶ ଯାଦବ।

Advertisment

ଏହା ସହ ସେ ଆହୁରି କହିଛନ୍ତି କି ଏହି ଘଟଣାରେ କଂଗ୍ରେସକୁ ଆଗକୁ ଆସିବା ଉଚିତ୍। ଇଣ୍ଡିଆ ମେଣ୍ଟ ଓ ନୀତୀଶ କୁମାରଙ୍କୁ ନେଇ କଂଗ୍ରେସ ଯେଉଁ ତତ୍ପରତା ଦେଖାଇବା କଥା ତାହା କଂଗ୍ରେସ ଦେଖାଇନାହିଁ। ନୀତୀଶ କୁମାରଙ୍କ ସହ କଥା ହେବ ଉଚିତ୍‌। ମୁଁ ଚାହୁଁଛି କି ନୀତୀଶ ଇଣ୍ଡିଆ ମେଣ୍ଟରେ ରୁହନ୍ତୁ। ସେ ହିଁ ପ୍ରଥମେ ପଦକ୍ଷେପ ଗ୍ରହଣ କରି ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ।

ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ଅସନ୍ତୋଷର କାରଣ ଉପରେ ଆଲୋଚନା କରାଯାଇପାରିବ। ମୁଁ ଭାବୁଛି ଯଦି ଆମେ ତାଙ୍କ ସହ କଥା ହେବା, ତାହାଲେ ଏକ ସମାଧାନର ବାଟ ବାହାରି ପାରିବ।

Advertisment

ସେହିପରି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ। ସେ କହିଛନ୍ତି ଯେ ‘ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏହା ହେଉଛି କଂଗ୍ରେସ ଦଳର ନ୍ୟାୟ ଯାତ୍ରା। ଯେତେବେଳେ ସମାଜବାଦୀ ପାର୍ଟି ଡକାଯିବ, ଆମେ ବିଚାର କରିବୁ’। ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ହେଉଛି ସିଟ୍‌ ବଣ୍ଟନ ସମୟ। ଯାହାଦ୍ୱାରା ଆଶାୟୀ ପ୍ରାର୍ଥୀ ନିଜ ଆସନରେ କାମ କରିପାରିବେ। ଆସନ ବଣ୍ଟନ ଠିକ୍‌ ସମୟରେ ହେବା ଉଚିତ୍। ସେହିପରି ପ୍ରଧାନମନ୍ତ୍ରୀ ପଦ ପାଁ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥିତ୍ୱ ଉପରେ ଅଖିଳେଶ କହିଛନ୍ତି ଯେ ସାଧାରଣ ନିର୍ବାଚନ ପରେ ଏହି ପଦବୀରେ କିଏ ବସିବ ତାହା ସ୍ଥିର ହେବ।

ଆଗାମୀ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ସହ ପ୍ରଚାର ପ୍ରସଙ୍ଗରେ ଅଖିଳେଶ କହିଛନ୍ତି ଯେ ବର୍ତ୍ତମାନ ଏହା କହିବା କଷ୍ଟକର। ରାହୁଲଙ୍କ ସହ ପ୍ରଚାର ଅଭିଯାନରେ ସାମିଲ ହେବେ କି ନାହିଁ ତାହା କେବଳ ସମୟ କହିବ। ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡରେ ନାହିଁ। ଯେଉଁଠାରେ ଆଞ୍ଚଳିକ ଦଳଗୁଡିକ ଶକ୍ତିଶାଳୀ, ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ୍। ସେହିଭଳି ରାମମନ୍ଦିରକୁ ନେଇ ଅଖିଳେଶ କହିଛନ୍ତି, ରାମମନ୍ଦିରକୁ ନେଇ ବିଜେପି ରାଜନୀତି କରୁଛି । ଏହି ପ୍ରସଙ୍ଗ ଉଠାଇ ନିର୍ବାଚନରେ ଲାଭ ଉଠାଇବାକୁ ବିଜେପି ପ୍ରୟାସ କରୁଥିବା ଅଖିଳେଶ ଯାଦବ କହିଛନ୍ତି।

India Nitish Kumar Akhilesh Yadav JDU
Advertisment
Advertisment