/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679828439.jpg)
Manmohan Samal
ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା । ରାମମନ୍ଦିର ଛକରୁ ବିଜେପି ପାର୍ଟି ଅଫିସ ଯାଏ ପାଛୋଟି ନେଲେ ଦଳୀୟ ନେତା ଓ କର୍ମୀ । ତା’ପୂର୍ବରୁ ଭଦ୍ରକରୁ ଭୁବନେଶ୍ୱର ଆସିବା ବାଟରେ ପାଣିକୋଇଲି ଓ ବିଭିନ୍ନ ସ୍ଥାନରେ ଦଳୀୟକର୍ମୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
Advertisment
ଏହି ଅବସରରେ ମନମୋହନ କହିଛନ୍ତି, ୨୦୨୪ରେ ଲୋକେ ବିକଳ୍ପ ଭାବେ ବିଜେପି ସରକାର ଗଢ଼ିବେ । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଭୋଟ୍ ଦେବେ ଲୋକେ । ସଂଗଠନକୁ ମଜଭୁତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳ ଆଶାନୁରୂପ ଫଳ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)