• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁଙ୍କ ତେରଣା ବାଣ । ନିର୍ବାଚନରେ ବିଜୟ ହାସଲ ପାଇଁ କଦାପି “ସୋ ପିସ୍’ ହୋଇ ପାରିବି ନାହିଁ ଏବଂ କ୍ଷମତାକୁ ଆସିବା ପାଇଁ ରାଜ୍ୟବାସୀଙ୍କୁ ମିଛ କହିପାରିବି ନାହିଁ । କ୍ରିକେଟରୁ ରାଜନୀତିରେ ପ୍ରବେଶ କରିଥିବା ସିଦ୍ଧୁ କହିଛନ୍ତି, ମୁଁ ଜୀବନରେ କାହାକୁ କୌଣସି ପଦବୀ ମାଗି ନାହିଁ । କିନ୍ତୁ ସଦାସର୍ବଦା ପଞ୍ଜାବର କଲ୍ୟାଣ କଥା ଚିନ୍ତା କରିଛି । ଜୀବନରେ କେବେ କୌଣସି ଜିନିଷ ମାଗି ନାହିଁ ମାଗିବି ନାହିଁ। " ମୁଁ ଲୋକଙ୍କୁ ପାଇଁ କାମ କରେ, କିନ୍ତୁ ମିଛରେ ଭୋଟରଙ୍କୁ ପ୍ରଭାବିତ କରି ନାହିଁ ।

୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ​​ବିଜୟୀ ହେଲେ, ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ କରାଯିବ କି ନାହିଁ ବୋଲି ପ୍ରଶ୍ନ କରାଯିବାରୁ ସେ ଏପରି ଉତ୍ତର ଦେଉଥିଲେ । ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁ ସେଠାରେ ଆୟୋଜିତ ହୋଇଥିବା ଜନ ବିତର୍କରେ 'ବୋଲଦା ପଞ୍ଜାବ'ରେ ଭାଷଣ ଦେଉଥିବା ସମୟରେ ଏପରି କହିଛନ୍ତି ।

ଗୁରୁଦାୟିତ୍ୱ ମଣିଷକୁ ଅଧିକ ଭଲ କିମ୍ବା ତିକ୍ତ କରିଦିଏ । ମୋର ମଧ୍ୟ ଅନେକ ତିକ୍ତ ଅନୁଭୂତି ରହିଛି । ପଞ୍ଜାବରେ ସରକାର ଗଠନ କରିବାରେ ମୋର ପ୍ରମୁଖ ଭୂମିକା ଗ୍ରହଣ ରହିଛି । ମୁଁ ଦଳ ପାଇଁ ପ୍ରଚାର କରିଛି । ରାତି ଦିନ କଠିନ ପରିଶ୍ରମ କରିଛି । କିନ୍ତୁ ଦଳୀୟ ବ୍ୟବସ୍ଥାରେ ଜଣେ ଭଲ ବ୍ୟକ୍ତିଙ୍କୁ 'ଶୋ ପିସ୍' କରି ବସାଇ ଦିଆଯାଏ । ଆଉ କେବଳ ନିର୍ବାଚନ ​​ଜିତିବା ପାଇଁ ବ୍ୟବହାର କରାଯାଏ । ହେଲେ ମୁଁ କଦାପି 'ଶୋ ପିସ୍' ହେବି ନାହିଁ । କ୍ଷମତାକୁ ଆସିବା ପାଇଁ ମୁଁ ମୋ ପଞ୍ଜାବର ଲୋକମାନଙ୍କୁ କେବେ ମିଛ କହିବି ନାହିଁ । ଆଜି କେହି କହିପାରିବେ କି ମୁଁ କେବେ ମିଛ କହିଛି?

ନିର୍ବାଚନୀ ପ୍ରତିଶ୍ରୁତି ଏବଂ ମିଥ୍ୟା ପ୍ରଚାର କରିବା ପଞ୍ଜାବରେ ପରିବର୍ତ୍ତନ ହେବ ନାହିଁ

କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରତି ଉତ୍ସର୍ଗୀକୃତ । ପାର୍ଟି ତାଙ୍କୁ ଯେଉଁ କାମ ହସ୍ତାନ୍ତର କରିବ, ସେ ତାହା କରିବେ ଏବଂ ପଞ୍ଜାବର ଲୋକମାନଙ୍କୁ କେବେ ବି ଠକିବେ ନାହିଁ ବୋଲି କହିଛନ୍ତି ସିଦ୍ଧୁ । ସେହପରି ବିଧାନସଭା ନିର୍ବାଚନରେ ​​ନିଜକୁ ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ବୋଲି ନ କହି ସମସ୍ତଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଏହାସହ ମିଥ୍ୟା ପ୍ରତିଶ୍ରୁତି ଦ୍ୱାରା ପ୍ରଭାବିତ ନହେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ମୋ ପାଖରେ ସଚ୍ଚୋଟତାର ଶକ୍ତି ଅଛି ଏବଂ ପଞ୍ଜାବ ପାଇଁ ମୋର ଭକ୍ତି ଅଛି । ନିର୍ବାଚନୀ ଲଲିପପ୍ ଏବଂ ମିଥ୍ୟା ପ୍ରଚାର ଦ୍ୱାରା ପଞ୍ଜାବରେ ପରିବର୍ତ୍ତନ ହେବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ମନ ଶାନ୍ତି ହେବା ପରି ଲାଗୁନି । ରାଜ୍ୟ କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଲା ପରେ ବି ଦଳକୁ ସିଧାସଳଖ ନହେଲେ ବି ବୁଲେଇ ବାଙ୍କେଇ ତୀର ମାରୁଛନ୍ତି । ଏବେ ବି ତାଙ୍କର ଚଉକି ମୋହ ଯାଇଥିବା ପରି ଲାଗୁନି ।