/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698837072.jpg)
Neglect to Public representatives in govt programme supporters creates ruckus
ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ କରି ସମର୍ଥକଙ୍କ ହଙ୍ଗାମା । ଗତକାଲି ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ୍ରେ ଅନୁଷ୍ଠିତ ହୋଇଥିଲା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ।
ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ, ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଡକାଯିବ କଥା । କିନ୍ତୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ଡକାଯାଇନଥିବା ଅଭିଯୋଗ କରି ଦେଓଗାଁ ଠାରେ ହଙ୍ଗାମା କରିଥିଲେ କିଛି ସମର୍ଥକ ।
ସରକାରୀ କାର୍ଯ୍ୟକ୍ରମରେ ଜନପ୍ରତିନିଧିଙ୍କୁ ଅବହେଳା ଅଭିଯୋଗ, ହଙ୍ଗାମା କଲେ ସମର୍ଥକ...#Odishapic.twitter.com/OVBJcGrzTG
— ଓଟିଭି (@otvkhabar) November 1, 2023
ସୂଚନା ଅନୁସାରେ, କଂଗ୍ରେସ ସମର୍ଥିତ ସମିତିସଭ୍ୟ ଓ ସରପଞ୍ଚମାନେ ଉପ-ଜିଲ୍ଲାପାଳ ଓ ଦେଓଗାଁ BDOଙ୍କ ସହିତ ଯୁକ୍ତିତର୍କ କରିଥିଲେ । କ’ଣ ପାଇଁ ବିଧାୟକ ଓ ସାଂସଦଙ୍କୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ଯୁକ୍ତିତର୍କ ପରେ କାର୍ଯ୍ୟକ୍ରମକୁ ବର୍ଜନ କରି ଚାଲିଯାଇଥିଲେ । ଏହି ସମୟରେ ବିଜେଡି ନେତା ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ନିକଟରେ ଉପସ୍ଥିତ ଥିଲେ ।
ଖବର ଲେଖାଯିବା ସୁଦ୍ଧା ଏନେଇ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି । ତେବେ ଏହି ଭିଡିଓ ଆଜି ଭାଇରାଲ୍ ହେବା ପରେ ସରକାରୀ କାର୍ଯ୍ୟକ୍ରମରେ ରାଜନୀତିକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)