Advertisment

କେନ୍ଦ୍ରରେ ପୁଣି ମୋଦି ସରକାର; ଅପରାହ୍ଣରେ NDAର ଗୁରୁତ୍ୱପୂର୍ଣ୍ଣ ବୈଠକ

ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବା ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ବ୍ଲକ୍ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ଯୋଜନା କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ପରବର୍ତ୍ତୀ ଯୋଜନା ପାଇଁ ଦିଲ୍ଲୀ ଯାଉଛନ୍ତି ନୀତୀଶ ଓ ତେଜସ୍ବୀ।

ଅଦ୍ୟତନ ହୋଇଛି
General Election Results 2024: NDA meeting Today

NDA meeting

Advertisment

କେନ୍ଦ୍ରରେ ପୁଣି ଥରେ ମୋଦି ସରକାର। ଲୋକସଭା ନିର୍ବାଚନରେ ବିଜୟ ପରେ ଆଜି ବସୁଛି ବିଜେପି ନେତୃତ୍ବାଧୀନ ଏନଡିଏର ଗୁରୁତ୍ବପୂର୍ଣ୍ଣ ବୈଠକ। ଦିଲ୍ଲୀରେ ଅପରାହ୍ଣରେ ଏହି ବୈଠକ ବସିବ। ଏଥିପାଇଁ ଦିଲ୍ଲୀ ଗସ୍ତ କରିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ।ଏଥିରେ ଡିଟିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ସଭାପତି ଏକନାଥ ସିନ୍ଦେ ସାମିଲ ହେବେ।

Advertisment

ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବା ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ବ୍ଲକ୍ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପ ବାବଦରେ ଯୋଜନା କରୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ସମାପ୍ତ ହେବା ପରେ ପରବର୍ତ୍ତୀ ଯୋଜନା ପାଇଁ ଦିଲ୍ଲୀ ଯାଉଛନ୍ତି ନୀତୀଶ ଓ ତେଜସ୍ବୀ। ମୋଦି 3.0 ସରକାର ଗଠନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବିଚାରବିମର୍ଶ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ସେଭେନ୍ ଲୋକକଲ୍ୟାଣ ମାର୍ଗ ବାସଭବନରେ ଏନଡିଏ ସହଯୋଗୀ ଦଳର ନେତା ଭେଟିବା କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: ଜିତିଲେ କଙ୍ଗନା ରାଣାୱତ; ଆଉ ଦେଖିବାକୁ ମିଳିବେନି ମନୋରଂଜନ ଦୁନିଆରେ !

Advertisment

ତୃତୀୟ ଥର ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ। ଚଳିତ ନିର୍ବାଚନରେ ଏନଡିଏ ମେଣ୍ଟ ୨୯୪ ସିଟ୍ ହାତେଇଥିବା ବେଳେ ବିଜେପି ଏକାକୀ ଜିତିଛି ୨୪୦ ଆସନ। ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିଥିବା ଏନ୍‌ଡିଏ ଆବଶ୍ୟକ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ମୋଦିଙ୍କ ଆଶା ଅନୁଯାୟୀ ଫଳାଫଳ ଆସିନଥିବାରୁ ଏନ୍‌ଡିଏ ଶିବିରରେ ନୈରାଶ୍ୟ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏନ୍‌ଡିଏ ପାଇଁ ୪୦୦ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ ନୂଆ ଶକ୍ତି ସଂଗ୍ରହ କରିଥିବା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ବପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍‌ଡିଏ ଏଥର ୩୦୦ ଛୁଇଁପାରି ନାହିଁ। ସେପଟେ ଆଜି ବିରୋଧୀ ଇଣ୍ଡି ମେଣ୍ଟର ବି ବୈଠକ ବସୁଛି। ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବେ ମେଣ୍ଟ ସହଯୋଗୀ। ଇଣ୍ଡି ମେଣ୍ଟକୁ ମିଳିଛି ୨୩୪ ଆସନ। ଏଥିରୁ କଂଗ୍ରେସ ଏକାକୀ ହାତେଇଛି ୯୯ ଆସନ।

Advertisment
Nitish Kumar Tejashwi Yadav General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ