• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଜମ୍ମୁ-କାଶ୍ମୀରରେ ବାଜି ମାରିଲା ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ । ମୋଟ୍ ୯୦ ବିଧାନସଭା ଆସନରୁ NCକୁ ୪୨ ଓ କଂଗ୍ରେସକୁ ୬ଟି ସିଟ୍ ମିଳିଛି । ମ୍ୟାଜିକ ନମ୍ବର ୪୬ ପାର୍ କରିଥିବା ଏହି ମେଣ୍ଟ ସରକାରରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ଜମ୍ମୁ-କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବାଜି ମାରିବା ପରେ, ଜୋରଦାର ସେଲିବ୍ରେସନ। ଭୋଟ୍ ଗଣତି ଆଗେଇବା ସହ ଏକପ୍ରକାର ସ୍ପଷ୍ଟ ହୋଇସାରିଥିଲା ଚିତ୍ର । ଆଗରେ ଟ୍ରେଣ୍ଡ୍ କରୁଥିଲେ NC ପ୍ରାର୍ଥୀ । ଦିନ ପ୍ରାୟ ୧୦ଟା-୧୧ଟା ବେଳକୁ ସ୍ପଷ୍ଟ ହୋଇସାରିଥିଲା ଯେ, ମ୍ୟାଜିକ ନମ୍ବର ୪୬ ଡେଇଁ ବହୁମତ ପକ୍କା କରିବାକୁ ଯାଉଛି NC-କଂଗ୍ରେସ ମେଣ୍ଟ।

ସେପଟେ ଏହି ବିଜୟ ସହ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଚେହେରା ବି ଏକପ୍ରକାର ସ୍ପଷ୍ଟ । ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି, ତାଙ୍କ ପୁଅ ଓମାର୍ ଅବଦୁଲ୍ଲା ବନିବେ ନେକ୍ସଟ ସିଏମ୍ । ଚଳିତ ବିଧାନସଭା ନିର୍ବାଚନରେ ଦୁଇଟି ସିଟ୍ ବଡ଼ଗାମ୍ ଓ ଗଣ୍ଡେରବଲ୍‌ରୁ ଜିତିଛନ୍ତି ଓମାର୍ । ଏହା ପୂର୍ବରୁ ସେ ୨୦୦୯ରୁ ୨୦୧୫ ଯାଏଁ ଜମ୍ମ-କାଶ୍ମୀର ମୁଖ୍ୟମନ୍ତ୍ରୀ ଥିଲେ । ତେବେ ଗତ ଲୋକସଭା ନିର୍ବାଚନରେ ବାରାମୁଲାରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ଦୀର୍ଘ ୧୦ ବର୍ଷ ବ୍ୟବଧାନରେ ଏବଂ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହୋଇଛି। ତେବେ ଏଥିରେ ବିଜେପିକୁ ଆଶାନୁରୂପ ଫଳ ମିଳିନଥିଲେ ବି, ୨୦୧୪ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିଛି ଦଳ । ଏଥିସହ ଶାନ୍ତିପୂର୍ଣ୍ଣ ନିର୍ବାଚନ, ବମ୍ପର୍ ଭୋଟିଂ ମୋଦି ସରକାର ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଫଳାଫଳ କହୁଛି, ମୁଖ୍ୟତଃ ଜମ୍ମୁରେ ଅଧିକାଂଶ ସିଟ୍ ହାତେଇ ଭଲ ପ୍ରଦର୍ଶନ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଭାଇ ଦେବେନ୍ଦ୍ର ସିଂ ରୈନା ନାଗ୍ରୋଟାରେ ବିଜୟ ଲାଭ କରିଥିବା ବେଳେ, ରାଜ୍ୟ ବିଜେପି ସଭାପତି ରବୀନ୍ଦ୍ର ରୈନା ନୱସେରାରେ NC ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଛନ୍ତି। ଏହାପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ରବୀନ୍ଦ୍ର । ତେବେ ଚଳିତ ଭୋଟରେ ବିଜେପି ରେକର୍ଡ ସଂଖ୍ୟକ ସିଟ୍ ଓ ସର୍ବାଧିକ ଭୋଟ୍ ସେୟାର୍ ପାଇଛି ବୋଲି ସେ କହିଛନ୍ତି ।

୯୦ ଆସନ ବିଶିଷ୍ଟ ଜମ୍ମୁ ଓ କାଶ୍ମୀର ନିର୍ବାଚନରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ମେହବୁବା ମୁଫତିଙ୍କ ପାର୍ଟି ପିଡିପି । ମେହବୁବାଙ୍କ ଝିଅ ଇଲତିଜା ମୁଫତି ତାଙ୍କ ପରିବାରର ପାରଂପରିକ ଆସନ ଶ୍ରୀଗୁଫୱାରା-ବିଜବେହରାରୁ ହାରିଛନ୍ତି । ସେପଟେ ଜମ୍ମୁ-କାଶ୍ମୀରରେ ଖାତା ଖୋଲି, ପଞ୍ଚମ ରାଜ୍ୟରେ ସ୍ଥିତି ଜାରି କରିବାରେ ସଫଳ ହୋଇଛି ଆପ୍ । ଡୋଡା ସିଟ୍ ଜିତିଛନ୍ତି ଆପ୍ ପ୍ରାର୍ଥୀ ମେହରାଜ୍ ମଲିକ୍।

OTV is now on Whatsapp

Join and get latest news update delivered to you via whatsapp

Join Now