Advertisment

Naveen pattnaik farmhouse: ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ନବୀନ, ଫାର୍ମହାଉସ୍ ବିକ୍ରିକୁ ନେଇ ଟାର୍ଗେଟ କଲା ବିଜେପି

ଚର୍ଚ୍ଚାରେ ନବୀନଙ୍କ ଫାର୍ମ ହାଉସ୍ ବିକ୍ରି। ନିଜ ପୁତୁରା-ଝିଆରୀଙ୍କୁ ନଦେଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ତାଙ୍କ ଫରିଦାବାଦସ୍ଥିତ 22.7 ଏକରର ମୂଲ୍ୟବାନ ଫାର୍ମ ହାଉସକୁ ଅନ୍ୟଙ୍କୁ ବିକିଛନ୍ତି। ଏପରିକି ବିକ୍ରି ଖର୍ଦ୍ଦିରେ ଜଣେ ଦକ୍ଷିଣଭାରତୀୟ ପରିବାରର ନାଁକୁ ନେଇ ଚର୍ଚ୍ଚା ଆଲୋଚନା।

naveen

naveen

Advertisment

ଚର୍ଚ୍ଚାରେ ନବୀନଙ୍କ ଫାର୍ମ ହାଉସ୍ ବିକ୍ରି। ନିଜ ପୁତୁରା-ଝିଆରୀଙ୍କୁ ନଦେଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ତାଙ୍କ ଫରିଦାବାଦସ୍ଥିତ 22.7 ଏକରର ମୂଲ୍ୟବାନ ଫାର୍ମ ହାଉସକୁ ଅନ୍ୟଙ୍କୁ ବିକିଛନ୍ତି। ଏପରିକି ବିକ୍ରି ଖର୍ଦ୍ଦିରେ ଜଣେ ଦକ୍ଷିଣଭାରତୀୟ ପରିବାରର ନାଁକୁ ନେଇ ଚର୍ଚ୍ଚା ଆଲୋଚନା। ଏହି ଦକ୍ଷିଣଭାରତୀୟ ପରିବାର ସହ ନବୀନଙ୍କ ଚିହ୍ନା କେବେଠୁ, କାହିଁକି ଏତେ ମୂଲ୍ୟବାନ ସମ୍ପତ୍ତି ବିକିଲେ ତାହା ସ୍ପଷ୍ଟ ହୋଇନଥିଲା ବେଳେ ପ୍ରସଙ୍ଗକୁ ନେଇ ଟାର୍ଗେଟ୍ କରିଛି ବିଜେପି।

Advertisment

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଫରିଦାବାଦ ସ୍ଥିତ 22.7 ଏକର ମୂଲ୍ୟବାନ ଫାର୍ମ ହାଉସ୍ ବିକାକିଣାକୁ ନେଇ ଚର୍ଚ୍ଚା। ଆଜି ନୁହେଁ 2021 ମସିହା ପୂର୍ବରୁ ବିକ୍ରି ହୋଇଯାଇଛି ମା ଜ୍ଞାନ ପଟ୍ଟନାୟକଙ୍କଠୁ ଉତ୍ତରାଧିକାର ସୂତ୍ରରେ ନବୀନ ପାଇଥିବା ହରିୟାଣା ସୋହନା ରୋଡ୍ ଅନ୍ତର୍ଗତ ଟିଖିରିଖେଡ଼ା ସ୍ଥିତ ଏ ବହୁ ମୂଲ୍ୟ ସଂପତ୍ତି। ଯଦିଓ ନବୀନ 2019 ସାଧାରଣ ନିର୍ବାଚନ ବେଳେ ଦାଖଲ ସଂପତ୍ତି ବିବରଣୀରେ ସତ୍ୟପାଠରେ ଏହାର କୌଣସି ଆଭାସ ଦେଇ ନଥିଲେ, ମାତ୍ର ମୁଖ୍ୟମନ୍ତ୍ରୀ ଭାବେ 2020 ଅଗଷ୍ଟ 20 ତାରିଖରେ ସେ ଏନେଇ ସୂଚନା ଦେଇଥିଲେ। ଇଏ ହେଉଛି ସେ ତଥ୍ୟ। ଯେଉଁଥିରେ ଏଇ ଫାର୍ମ ହାଉସ୍ ବିକ୍ରି ପାଇଁ 2019 ସେପ୍ଟେମ୍ବର 18 ତାରିଖରେ ଏକ ସେଲ୍ ଡିଡ୍ ବଳରେ ସେ କୋଟିଏ 25 ଲକ୍ଷ ଟଙ୍କା ଅଗ୍ରୀମ ଆଣିଥିବା ଦର୍ଶାଇଛନ୍ତି।

2017 ମାର୍ଚ୍ଚ 31 ସୁଦ୍ଧା ଯାହାର ମୂଲ୍ୟ ଆକଳନ କରାଯାଇ 10 କୋଟି 75 ଲକ୍ଷ 51 ହଜାର ଟଙ୍କା ରହିଛି। ହେଲେ ନବୀନ ଏ ସଂପତ୍ତିକୁ କେତେ ଦରରେ ବିକ୍ରି କରିଛନ୍ତି ତାହା ସେ ସାର୍ବଜନୀନ କରି ନାହାନ୍ତି। କିନ୍ତୁ ସ୍ଥାନୀୟ ଅଞ୍ଚଳରେ ସେହି ସମୟରେ ହରିୟାଣା ସରକାରଙ୍କ ଦରକୁ ହିସାବକୁ ନେଲେ ଏତିକି ସଂପତ୍ତିର କୃଷି କିସମ ଜମିର ଦର ପ୍ରାୟ 11 କୋଟି ଥିଲା ବେଳେ ଆବାସିକ ଜମି ଦର ପ୍ରାୟ 87 କୋଟି ଏବଂ ବ୍ୟାବସାୟିକ ଜମି ଦର ପ୍ରାୟ 185 କୋଟି ଟଙ୍କା ଥିବା ଏକ ହିସାବରୁ ଜଣାପଡିଛି। 

Advertisment

ହରିୟାଣା ସରକାରଙ୍କ ଜମିଜମା ରେକର୍ଡ ଅନୁଯାୟୀ, ଟିକିରିଖେଡ଼ାରେ 2016-2017 ବନ୍ଦୋବସ୍ତରେ 31 ନମ୍ବର ହଡ଼ବସ୍ତରେ ନବୀନଙ୍କ ନାଁରେ 7ଟି ପ୍ଲଟ୍ ରେ ଥିଲା 22.7 ଏକରର ଫାର୍ମ ହାଉସ୍। ଉଦାହରଣ 13 ନମ୍ବର ଖତୌନି । 2016-17 ବନ୍ଦୋବସ୍ତ ରେକର୍ଡ ନବୀନଙ୍କ ନାଁରେ ଥିଲାବେଲେ 2021 22 ବନ୍ଦୋବସ୍ତ ବେଳକୁ ମାଲିକାନା ଚାଲିଯାଇଛି କେ. ରାଘବନ୍ ଶଶୀପ୍ରଭୁ ଓ ତାଙ୍କ ପରିବାର ସଦସ୍ୟଙ୍କ ପାଖକୁ। କୁହାଯାଉଛି କେ. ରାଘବନ ଶଶୀପ୍ରଭୁ ମୂଳତଃ ଦକ୍ଷିଣ ଭାରତୀୟ। ତେବେ ନବୀନଙ୍କ ସହ ତାଙ୍କର ଚିହ୍ନା କେମିତି ହେଲା, ତାହା ସ୍ପଷ୍ଟ ହୋଇନି। ଏମିତିକି ଏବେ ଟିକିରିଖେଡ଼ାରେ ନବୀନଙ୍କ ଆଉ କୌଣସି ସଂପତ୍ତି ନଥିବା ଜଣାପଡ଼ିଛି। ତେଣୁ ଏଠି ପ୍ରଶ୍ନ ଯଦିଓ ସେଠାରେ ନବୀନଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକ, ପୁତୁରା ଅରୁଣ ପଟ୍ଟନାୟକ, ଝିଆରୀ ମାୟା ପଟ୍ଟନାୟକଙ୍କ ନାଁରେ ସଂପତ୍ତି ଅଛି, ବିକ୍ରିଖର୍ଦ୍ଦିରେ ଉତ୍ତରାଧିକାର ସୂତ୍ରରେ ପାଇଥିବା ସଂପତ୍ତିଙ୍କୁ ସେମାନଙ୍କୁ ଦେବାକୁ କାହିଁକି ଉଚିତ୍ ଭାବିଲେନି ନବୀନ।

ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନଙ୍କ ଅର୍ଥର କଣ ଏଭଳି ଆବଶ୍ୟକତା ପଡ଼ିଲା ଯେ ସେ ଏହି ମୂଲ୍ୟବାନ ସଂପତ୍ତିକୁ ବିକ୍ରି କରିଦେଲେ, ସେ ରହସ୍ୟ ବି ଅସ୍ପଷ୍ଟ। ତା ଛଡ଼ା ଏହି ଦକ୍ଷିଣଭାରତୀୟ ପରିବାର ସହ ନବୀନଙ୍କ ସଂପର୍କ କଣ ତାହା ମଧ୍ୟ ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ପ୍ରସଙ୍ଗରେ ଟାର୍ଗେଟ କରି ବିଜେପି କହିଛି ନବୀନ, ଏବେ ତାଙ୍କ ଭାଇ କି ଝିଆରୀ ପୁତୁରା ନୁହେଁ ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ଅଛନ୍ତି। ତେଣୁ ସେ ଦକ୍ଷିଣ ଭାରତୀୟ କିଏ ତାହା ସ୍ପଷ୍ଟ ହେବା ଦରକାର ବୋଲି ଦଳ କହିଛି। ତେବେ ଏନେଇ ବିଜେଡି କିମ୍ବା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ପୋଲ୍ ଖୋଲିଦେଲେ ବାବୁ, ବିଜେଡି କହିଲା ମନଗଢ଼ା କାହାଣୀ

Naveen Patnaik VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ