Advertisment

Biju Patnaik Politics: ବିଜୁଙ୍କ ଲିଭି ନଥିଲା ଜୁଇ, ହୋଟେଲରେ ନବୀନ ଖାଉଥିଲେ ମାଉଁସ

ଯେଉଁମାନେ ବିଜୁଙ୍କ ଦୟାଦ କହୁଛନ୍ତି ସେମାନେ ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବୀ ପ୍ରସ୍ତାବ । ହେଲେ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅଦ୍ୟତନ ହୋଇଛି
biju-babu

biju-babu

Advertisment

ବିଜୁଙ୍କ ପାଇଁ ନବୀନଙ୍କ କେତେ ଦରଦ ? ବିଧାନସଭାରେ ବିଜୁଙ୍କ ଉପରେ ଆଲୋଚନା ବେଳେ ନବୀନ ନାହାନ୍ତି ? ବିଜୁ ଜୟନ୍ତୀ ପାଳନ କରିବା ନେଇ ସରକାରଙ୍କୁ ପରାମର୍ଶ ଦେବା କଥା ନବୀନ ? ବିରୋଧୀ ଦଳଙ୍କ ବିଜୁଙ୍କ ପ୍ରତି ଆବେଗ ନାହିଁ ।

Advertisment

ଯେଉଁମାନେ ବିଜୁଙ୍କ ଦୟାଦ କହୁଛନ୍ତି ସେମାନେ ବାଘଛାଲ ପିନ୍ଧି ଦେଖେଇ ହେଉଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ମୁଲତବୀ ଆଲୋଚନା ବେଳେ ବିଜେଡିକୁ ଟାର୍ଗେଟ କରି ଏମିତି କହିଛନ୍ତି । ରାଜ୍ୟ ସରକାର ବିଜୁ ଜୟନ୍ତୀ ବନ୍ଦ କରିବା ନେଇ ନିଜେ ବିଜେଡି ଆଣିଥିଲା ମୁଲତବୀ ପ୍ରସ୍ତାବ । ହେଲେ ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ନ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ବିଜେପି ବିଧାୟକମାନେ ଆଲୋଚନାରେ ଭାଗ ନେଇ କହିଥିଲେ ବିଜୁଙ୍କୁ ସମ୍ମାନ ମିଳୁ। ଏଥିସହ ତାଙ୍କ ନାଁରେ ପଞ୍ଚାୟତିରାଜ ଦିବସ ପାଳିତ ହେଉ, ପ୍ରଥମେ ବିଜେଡି ସ୍ପଷ୍ଟ କରୁ । ବିଧାୟକ ବାବୁ ସିଂ ଆଉ ଗୋଟିଏ ପାଦ ଆଗକୁ ଯାଇ କହିଲେ ବିଜୁଙ୍କ ଦାହ ସଂସ୍କାର ସମୟରେ ନବୀନ ଆଇଁଷ ଖାଇଥିଲେ। ଯଦି ମୋ କଥା ଅସତ୍ୟ ତେବେ ମୁଁ ରାଜାଙ୍କ ଚପଲ ଧରି ଯିବି ବୋଲି ଖୋଲା ଚ୍ୟାଲେଞ୍ଜ କରିଥିଲେ। ବିଜୁ ବାବୁଙ୍କ ସହିତ ଯେଉଁ ରାଜନେତାମାନେ ଥିଲେ, ସେମାନଙ୍କୁ ରାଜନୈତିକ ହତ୍ୟା କରାଗଲା, ସେଇଠି ବିଜୁଙ୍କ ସ୍ୱପ୍ନ ଲୋପ ପାଇଗଲା ବୋଲି କହିଛନ୍ତି ବାବୁ ସିଂ । 

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କ ପୋଲ୍ ଖୋଲିଦେଲେ ବାବୁ, ବିଜେଡି କହିଲା ମନଗଢ଼ା କାହାଣୀ

ବିଜୁ ବାବୁଙ୍କ ମୃତ୍ୟୁ ପରେ ଯିଏ ନବୀନଙ୍କୁ ରାଜନୀତିକୁ ଆଣିଥିଲେ ପ୍ରଥମେ ସେମାନଙ୍କ ରାଜନୈତିକ କ୍ୟାରିୟରକୁ ନବୀନ ହତ୍ୟା କଲେ ବୋଲି ବାବୁ ସିଂ ଅଭିଯୋଗ କରିଛନ୍ତି । ଯେଉଁମାନେ ବିଜୁଙ୍କୁ ଅସମ୍ମାନ କରୁଥିଲେ ସେମାନେ ଆଜି ଟେବୁଲ ବାଡୋଉଛନ୍ତି ବୋଲି ବିଜେପି ତାତ୍ସଲ୍ୟ କରିଛି । ବିଜୁ ବାବୁଙ୍କ ଜୟନ୍ତୀ ପାଳନକୁ ନେଇ ଗୃହରେ ଆଲୋଚନା ହେବା କେତେ ଯୁକ୍ତିଯୁକ୍ତ ବୋଲି ମଧ୍ୟ ଆରୋପ କରାଯାଇଛି । 

ବିଜେଡି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ବିଜୁ କେବଳ ଜଣେ ମୁଖ୍ୟମନ୍ତ୍ରୀ ନଥିଲେ ସ୍ବାଧୀନତା ସଂଗ୍ରାମୀ ଥିଲେ । ସେ ଭାରତର ପରିଚୟ ଥିଲେ । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଆଧୁନିକ ଓଡିଶାର ନିର୍ମାତା ଥିଲେ ବିଜୁ ପଟ୍ଟନାୟକ ।  ନୂଆ କ୍ୟାଲେଣ୍ଡର ରେ ମାର୍ଚ୍ଚ ୫ ତାରିଖକୁ ନାଲି କରାଯାଇଥିଲା । ସରକାରୀ ଛୁଟି ତାଲିକାରେ ବି ଥିଲା । ହେଲେ ବିଜୁ ଜୟନ୍ତୀ ପାଳନର ଦୁଇ ଦିନ ପୂର୍ବରୁ ଏହାକୁ ବନ୍ଦ କରିବା ଛୋଟ ଲୋକ ବୁଦ୍ଧି । ତେବେ ବିଜେପି କହିଛି, ସରକାର ମହାପୁରୁଷମାନଙ୍କୁ ସମ୍ମାନ ଦେଉଛି । ପୂଜ୍ୟପୂଜାରେ ଅବହେଳା କରାଯାଇନାହିଁ । 

Advertisment

ଅଧିକ ପଢ଼ନ୍ତୁ: ବିଜୁଙ୍କ ଅସ୍ଥି ବିସର୍ଜନର ବିସ୍ମୟକର କାହାଣୀ କହିଲେ ବିଜୟ...

BJD BJP Biju Babu Biju Babu Jayanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ