Advertisment

Naveen Patnaik: ସାଙ୍ଗ ହୋଇ ଫେରିଲେ ନବୀନ ଓ ପାଣ୍ଡିଆନ୍, ଯାଇଥିଲେ ରାଜ୍ୟ ବାହାରକୁ

ନବୀନ ଓ ପାଣ୍ଡିଆନ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଓଡ଼ିଶା ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଗତକାଲି ରାତି ପ୍ରାୟ ସାଢେ ୧୨ଟାରୁ ଗୋଟାଏ ମଧ୍ୟରେ ଦୁଇ ଜଣଯାକ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି । ଉଭୟ ଭୁବନେଶ୍ବର ବିମାନ ବନ୍ଦରରେ ଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁହେଁ ଏକାଠି ବିମାନରେ ଭୁବନେଶ୍ବର ଫେରିଥିବା ସୂଚନା ମିଳିଛି। ଗତକାଲି କୋଏମ୍ବାଟୁର ଏୟାରପୋର୍ଟରେ ଏହି ଦୁଇଜଣଙ୍କୁ ଦେଖିବାକୁ ମିଳିଥିଲା । ଉଭୟ ନବୀନ ଓ ପାଣ୍ଡିଆନ୍ ତାମିଲନାଡୁର କୋଏମ୍ବାଟୁର ବିମାନ ବନ୍ଦରକୁ ପ୍ରବେଶ କରୁଥିବାବେଳେ ତାଙ୍କୁ ଦେଖି ଜଣେ ଓଡ଼ିଆ ବ୍ୟକ୍ତି ମୋବାଇଲ୍ ରେ ଭିଡିଓ ଉତ୍ତୋଳନ କରିଥିଲେ।

Advertisment

ଉକ୍ତ ଭିଡିଓକୁ ସେ ଓଟିଭିକୁ ସେୟାର କରିଥିଲେ। କେରଳ ନମ୍ବର ଥିବା ଏକ ଗାଡ଼ିରୁ ଓହ୍ଲାଇ ନବୀନ-ପାଣ୍ଡିଆନ୍ କୋଏମ୍ବାଟୁର ଏୟାରପୋର୍ଟକୁ ପ୍ରବେଶ କରିଥିଲେ। ନବୀନ କେଉଁ ଉଦ୍ଦେଶ୍ୟରେ ପାଣ୍ଡିଆନଙ୍କ ସହ କୋଏମ୍ବାଟୁର ଯାଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ବିଜେଡି ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟ କରାଯାଇନି ।

ଅଧିକ ପଢ଼ନ୍ତୁ: ଏକ୍ ଆଦମି ସବକୋ ଉଲ୍ଲୁ ବନା ଦିୟା: ଖଣିମନ୍ତ୍ରୀ

ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଅନୁପସ୍ଥିତ ରହୁଥିବା ନେଇ ଶାସକ ଦଳ ପକ୍ଷରୁ ଦୋଷାରୋପ କରାଯାଇଥିଲା । ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଥିବାର କିଛି ବିଜେଡି ନେତା କହିଥିଲେ । ତେବେ ଗତ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ନବୀନ ଓ ପାଣ୍ଡିଆନଙ୍କୁ ଏକାଠି ଦେଖିବାକୁ ମିଳିଛି । ନିର୍ବାଚନରେ ବିଜେଡି ହାରିଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ପୂର୍ବରୁ କହିଥିଲେ ପାଣ୍ଡିଆନ୍ । ନିର୍ବାଚନ ପରେ ସେ ରାଜନୀତିରୁ ଦୂରେଇ ଯାଇଥିବା ଘୋଷଣା କରିଥିଲେ । କିନ୍ତୁ ସେ ନବୀନ ନିବାସରେ ରହୁଥିବା ନେଇ ଚର୍ଚ୍ଚା ହେଉଥିଲା ।

Advertisment
Odisha Naveen Patnaik BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ