Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଧର୍ମେନ୍ଦ୍ର କହିଲେ- ‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Union Minister Dharmendra Pradhan Targets Odisha CM

Union Minister Dharmendra Pradhan Targets Odisha CM

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରାଗଲା। ଅଥଚ କାହିଁକି ହତ୍ୟାକଲା ହତ୍ୟାକାରୀ ଏଯାଏ କାହା ପାଖରେ ସୁରାଗ୍ ନାହିଁ କି କାରଣ ବି ଜଣାନାହିଁ। ପୋଲିସ ଡିଜି ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି। କମିଶନ ଆକ୍ଟରେ ନ୍ୟାୟାଧିଶ ନିଯୁକ୍ତି କରାଯାଇନି। କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ବିଶ୍ୱସନୀୟତା ନାହିଁ ବୋଲି  ଧର୍ମେନ୍ଦ୍ର କହିଛନ୍ତି।

Advertisment

ରାଜ୍ୟରେ ତିନୋଟି ଘଟଣାର ଉଦାହରଣ ଦେଇ ଧର୍ମେନ୍ଦ୍ର କହିଛନ୍ତି, ବାଲେଶ୍ୱର ଜିଲ୍ଲାରେ ବାଲି ମାଫିଆ ଉପ ଜିଲ୍ଲାପାଳ ଓ ଟିମଙ୍କୁ ଆକ୍ରମଣ କଲେ। ଏଠି ଶାସନରେ ବସିଥିବା ବଡ଼ ପଣ୍ଡା ମାନେ କ’ଣ ଚାହୁଁଛନ୍ତି ଏବଂ ଏଠି କିଏ ଶାସନ ଚଳାଉଛି ବୋଲି  ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି। ସୁନ୍ଦରଗଡ ଜିଲ୍ଲାର ଆନନ୍ଦ ଟପୋଙ୍କୁ ହତ୍ୟା ହେଲା। ପୋଲିସ କିନ୍ତୁ ଆତ୍ମହତ୍ୟା ବୋଲି କହୁଛି। ସେହିପରି ପୋଲିସ କେସ୍ ରଖିଲାନି ବୋଲି ଦୁଇ ଦିନ ପୂର୍ବେ ଜଣେ ଝିଅ ଶାସକ ଦଳର ଜଣେ ବିଧାୟକଙ୍କ ବିରୋଧରେ ହାଇକୋର୍ଟ ବି ଯାଇଛନ୍ତି। 

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ରହିଛନ୍ତି, ସଚେତନ ହୋଇ ଦାୟିତ୍ୱ ନିଅନ୍ତୁ। ଦାୟିତ୍ୱ ମିଳିଛି ମାନେ ଜାଗିର ମିଳିନି ଯେ, ଯାହା ଚାହିଁବେ ସେଇଆ କରିବେ କହି ବର୍ଷିଛନ୍ତି ଧର୍ମେନ୍ଦ୍ର। ନବ ଦାସ ହତ୍ୟା ମାମଲାର ତଦନ୍ତରେ ଅସାମଞ୍ଜସ୍ୟ ରହିଥିବାରୁ ନୈତିକତା ଦୃଷ୍ଟିରୁ ଘଟଣାର ତଦନ୍ତ ଭାର ଥାର୍ଡ ପାର୍ଟିକୁ ରାଜ୍ୟ ସରକାର ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଧର୍ମେନ୍ଦ୍ରଙ୍କ ଅଭିଯୋଗ ନେଇ ରାଜ୍ୟ ସରକାର କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

Advertisment
Dharmendra Pradhan Minister Naba Das
Advertisment
Advertisment