Advertisment

କେବେ ଖୋଲିବ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଗୁମର ?

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି । ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା ।

ଅଦ୍ୟତନ ହୋଇଛି
undefined

Naba Das

Advertisment

ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ୨୪ଦିନ ହେଲା, ଅନ୍ଧାରରେ ରହିଛନ୍ତି ସମସ୍ତେ । କିନ୍ତୁ କେମିତି ମାରିଲା ଗୋପାଳ, ନିଇତି ନୂଆ ନୂଆ ଚିତ୍ର ସବୁ ଭାଇରାଲ ହେଉଛି।ବିଧାନସଭା ଆରମ୍ଭ ହେବା କ୍ଷଣି ସୋସିଆଲ୍ ମିଡିଆ ଠୁ ମେନଷ୍ଟ୍ରିମ୍ ମିଡିଆ ଯାଏଁ ଚିତ୍ରସବୁ ପ୍ରସାରଣ କରୁଛନ୍ତି ।

Advertisment

ତେବେ ହତ୍ୟାକାଣ୍ଡର ଏତେଦିନ ପରେ ହଠାତ୍ ଏଭଳି ଚିତ୍ର ଭାଇରାଲ୍ ହେବା ଭାଇରାଲ୍ ପଛରେ କିଏ ଓ ଉଦ୍ଦେଶ୍ୟ କ’ଣ ? ତାକୁ ନେଇ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇ କହିଛନ୍ତି ପ୍ରାୟୋଜିତ । ସେପଟେ ଗୋପାଳର ମାନସିକ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ କୋର୍ଟଙ୍କ ଖାରଜ ପରେ କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ନାନା ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: ନବ ହତ୍ୟାକାଣ୍ଡ ନେଇ ଜୟଙ୍କ ବଡ଼ ବୟାନ !

ମନ୍ତ୍ରୀଙ୍କ ମର୍ଡରକୁ ନେଇ ନୂଆ ନୂଆ ଚିତ୍ର ଭାଇରାଲ୍ ହେଉଛି। ଖାକି ବର୍ଦ୍ଦିରେ ଥାଇ କାହିଁକି ଗୋପାଳ ଦାସ ମାରିଲା ? ଆଜିକୁ ୨୩ ଦିନ ହେଲା ଲାଗିରହିଛି ସସପେନ୍ସ । କିନ୍ତୁ ସର୍ଭିସ ପିସ୍ତଲରେ କେମିତି ମାରିଲା ଗୋପାଳ ? ତାହାର ଭଳି କି ଭଳି ଚିତ୍ର ଭାଇରାଲ୍ ହେଉଛି । ଗତକାଲି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବା ସମୟର ଏକ ଫଟୋ ଭାଇରାଲ ହୋଇଥିଲା ।

Advertisment

କିନ୍ତୁ ଗୋପାଳ ବନ୍ଧୁକ ଧରିଛି ନା ନାହିଁ, ଫଟୋରେ ସ୍ପଷ୍ଟତା ଦେଖାଯାଇନଥିଲା । ହେଲେ ଆଜି ଭାଇରାଲ ହୋଇଛି ସେହି ଭିଡ଼ିଓ । ଯେଉଁଥିରେ କର୍ମୀଙ୍କ ଗହଣରେ ନବ ଦାସଙ୍କ ପାଖକୁ ସ୍ୱାଭାବିକ ଢଙ୍ଗରେ ଚାଲି ଚାଲି ଆସୁଛି ଗୋପାଳ ଦାସ । ବାମ ଅଣ୍ଟାରେ ପିସ୍ତଲ ଥିବା ସ୍ପଷ୍ଟ ଭାବେ ଦେଖାଯାଉଛି । କିନ୍ତୁ ନବଙ୍କ ପାଖକୁ ପହଞ୍ଚିଲା କ୍ଷଣି କେମିତି ଗୁଳି କଲା, ତାହା ଚିତ୍ରରେ ସ୍ପଷ୍ଟ ଜଣାପଡ଼ୁନାହିଁ ।

ସେ ଯାହା ବି ହେଉ ହତ୍ୟାର ୨୪ ଦିନ ପରେ ଏଭଳି ଫଟୋ ଓ ଭିଡ଼ିଓ ହଠାତ୍ ସାମ୍ନାକୁ ଆସିଲା କାହିଁକି ? ବିଧାନସଭା ଆରମ୍ଭ ହେବା କ୍ଷଣି ଏଭଳି ଚିତ୍ର ସବୁ ଭାଇରାଲ୍ କରାଇବା ପଛର ଉଦ୍ଦେଶ୍ୟ କ’ଣ ? କାହା ଇଙ୍ଗିତରେ କରାଯାଉଛି ଭାଇରାଲ ? ତାକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ବିଜେପି ଓ କଂଗ୍ରେସ କହିଛନ୍ତି ଏହା ପ୍ରୟୋଜିତ । ହତ୍ୟାକାଣ୍ଡରେ ଅନେକ ଲୋକଙ୍କ ହାତ ରହିଛି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି ।

Advertisment

ସେପଟେ କ୍ରାଇମବ୍ରାଞ୍ଚ ତଣ୍ଟିରେ ଲାଗିଛି ଗୋପାଳ କଣ୍ଟା । କେବଳ ଗୋପାଳକୁ ହିଁ ଅଭିଯୁକ୍ତ ବୋଲି ଦର୍ଶାଉଥିବା କ୍ରାଇମବ୍ରାଞ୍ଚର ଫୋକସ ରହିଛି ତାର ମାନସିକ ରୋଗ ଉପରେ । ଯାହାର ଯାଞ୍ଚ ଲାଗି ବେଙ୍ଗାଲୁରୁ ସ୍ଥିତ ନିମ୍‌ହାନ୍ସକୁ ନେଇ ପରୀକ୍ଷା ପାଇଁ ଝାରସୁଗୁଡ଼ା JMFCରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ ଆବେଦନକୁ ଖାରଜ କରି ଚୌଦ୍ୱାର ଜେଲରେ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଯାହାକୁ ନେଇ ଏବେ ଅକଳରେ ପଡ଼ିଥିବା କ୍ରାଇମବ୍ରାଞ୍ଚ ଉପର କୋର୍ଟ ଯିବାକୁ ଚିନ୍ତା କରିଛି । ପୂର୍ବରୁ ଗୋପାଳର ମାନସିକ ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ବି କରିଥିଲା ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ । ତେବେ ବାରମ୍ବାର ଗୋପାଳର ମାନସିକ ସ୍ଥିତି ଓ ରୋଗ ସଂପର୍କରେ ବିଶେଷଜ୍ଞ ଟିମ୍ ଦ୍ୱାରା ଯାଞ୍ଚ କରି କ’ଣ ପ୍ରମାଣିତ କରିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ?

ଗୋପାଳ ଯଦି ସୁସ୍ଥ ମସ୍ତିଷ୍କ ବୋଲି ପ୍ରମାଣିତ ହୁଏ, ତେବେ ହତ୍ୟା ପଛର ମୋଟିଭ୍ ସାମ୍ନାକୁ ଆଣିବ ତ କ୍ରାଇମବ୍ରାଞ୍ଚ ? ସେ ଯଦି ମାନସିକ ରୋଗୀ ହୋଇଥିବ, ତେବେ ଏହି ଲୋମଟାଙ୍କୁରା ହତ୍ୟା ମାମଲାରୁ ଖସିଯିବନି ତ ଗୋପାଳ ? ହତ୍ୟା ପଛର ଅସଲ ଉଦ୍ଦେଶ୍ୟ ଏବଂ ବିରୋଧୀ ଉଠାଉଥିବା ଅଭିଯୋଗ ସବୁ ଫସର ଫାଟିଯିବ କି ? ବିଭିନ୍ନ ମହଲରେ ଏବେ ଏଭଳି ସନ୍ଦେହ ପ୍ରକାଶ ପାଉଛି। ତେବେ ହତ୍ୟାକାଣ୍ଡର ମୋଟିଭ୍ ସଂପର୍କରେ ମୁହଁ ଖୋଲୁନଥିବା କ୍ରାଇମବ୍ରାଞ୍ଚ ଆଗକୁ କି ସତ ସାମ୍ନାକୁ ଆଣୁଛି, ତାକୁ ଅପେକ୍ଷା।

BJD BJP Naba Das Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ