Advertisment

Naba Das Murder: ସତ ଖୋଜୁଛି କ୍ରାଇମବ୍ରାଞ୍ଚ; ଏଥର ଗୋପାଳ ପାଳି!

ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳଙ୍କୁ ବି ଜେରା କରାଯାଇଥିଲା। ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା।

ଅଦ୍ୟତନ ହୋଇଛି
Naba Das

Naba Das

Advertisment

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ଏହି କିଛି ଦିନ ଜେରା ଭିତରେ ନବଙ୍କ ପରିବାରଙ୍କ ସମେତ ସମସ୍ତଙ୍କୁ ଜେରା ପରେ ଏଥର ପଡ଼ିବ କି ଅଭିଯୁକ୍ତ ଗୋପାଳ ଦାସଙ୍କ ପାଳି। ନବଙ୍କୁ ବ୍ରଜରାଜନଗର ବିଚ୍ ରାସ୍ତା ଉପରେ ଗୁଳି ମାରି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପୋଲିସ୍ ASI ଗୋପାଳ ଦାସଙ୍କୁ ହୋଇପାରେ ପଚରାଉଚରା। ଚୌଦ୍ୱାର ଜେଲରେ ଥିବା ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରିବ।

Advertisment

ପୂର୍ବ ସରକାରରେ ପୂର୍ବ ତଦନ୍ତକାରୀ ଟିମରେ ଗୋପାଳଙ୍କୁ ବି ଜେରା କରାଯାଇଥିଲା। ଗୁଜରାଟକୁ ନେଇ ପଲିଗ୍ରାଫ୍ ଟେଷ୍ଟ ବି କରିଥିଲା କ୍ରାଇମବ୍ରାଞ୍ଚ। ହେଲେ ସେଥିରୁ କଣ ମିଳିଥିଲା, କଣ କହିଥିଲା ଗୋପାଳ ସେ କଥା ଜଣାପଡ଼ିନଥିଲା କି ସାମ୍ନାକୁ ଆସିନଥିଲା। କିନ୍ତୁ ଏବେ କ୍ରାଇମବ୍ରାଞ୍ଚର ନୂଆ ଟିମ୍ ତଦନ୍ତ ପରିସରକୁ ବଢ଼ାଇଛି। ସବୁ ଦିଗକୁ ନେଇ ତଦନ୍ତ କରିବା ସହ ଗୋପାଳଙ୍କୁ ପୁଣି ଜେରା କରିପାରେ।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Advertisment

୫ ଦିନ ଧରି ତଦନ୍ତ ପରେ ଆଜି ଝାରସୁଗୁଡ଼ା ଛାଡ଼ିଛି କ୍ରାଇମବ୍ରାଞ୍ଚ ଟିମ୍। ଏହି ୫ ଦିନରେ କ୍ରାଇମବ୍ରାଞ୍ଚ ନବଙ୍କ ପରିବାରକୁ ଦୁଇ ଥରରୁ ଅଧିକ ପଚରାଉଚରା କରିବା ସହ ନବଙ୍କୁ ଗୁଳି ମାଡ଼ ପରେ ଚିକିତ୍ସା କରିଥିବା ଡାକ୍ତର, ଝାରସୁଗୁଡ଼ା ବିମାନ ବନ୍ଦର କର୍ତ୍ତୃପକ୍ଷ, ବିମାନର ପାଇଲଟ୍, ଗୁଳି ମାଡ଼ ସହ ସଂପୃକ୍ତ ଥିବା ପ୍ରାୟ ସମସ୍ତଙ୍କୁ ଜେରା ଓ ପଚରାଉଚରା କରିଛି ତଦନ୍ତକାରୀ ସଂସ୍ଥା।

ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଇତିମଧ୍ୟରେ ୨ ବର୍ଷ ପୂରିଛି । ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Crime Branch Naba Das Naba Kishore Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ