Advertisment

ସୁନୀତି ମୁଣ୍ଡ୍‌ଙ୍କୁ କାହିଁକି ଭୁବନେଶ୍ୱର ମେୟର ପ୍ରାର୍ଥୀ ବାଛିଲା ବିଜେପି?

ବିଭିନ୍ନ ‍କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।

ଅଦ୍ୟତନ ହୋଇଛି
Bhubaneswar BJP mayor Candidate

Bhubaneswar BJP mayor Candidate

Advertisment

କିଏ ହେବେ ବିଜେପିର ମେୟର ପ୍ରାର୍ଥୀ, ଏନେଇ ବିଭିନ୍ନ ଚର୍ଚ୍ଚା ଲାଗିରହୁଥିଲା। ଏସବୁ ସସପେନ୍ସର ଅନ୍ତ ଘଟିଛି। ଡ. ସୁନୀତି ମୁଣ୍ଡ୍ ହେଲେ ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ। ଏନେଇ ଘୋଷଣା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ସାମ୍ବାଦିକ ସମ୍ମିଳନୀ କରି ସାଂସଦ ଏହି ଘୋଷଣା କରିଛନ୍ତି। ତେବେ ସୁନୀତିଙ୍କୁ କାହିଁକି ପସନ୍ଦ କଲେ ବିଜେପିର ହେଭିୱେଟ୍‌ ନେତା। ଏନେଇ ଅନେକ ପ୍ରଶ୍ନ ଆସୁଥିବା ବେଳେ ସୁନୀତିଙ୍କୁ ପ୍ରାର୍ଥୀ କରିବାର କାରଣ କଣ, ଏକଥା ମଧ୍ୟ ବିଜେପି ମଧ୍ୟ କହିଛି।  

Advertisment

ଏନେଇ  ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ ଟିମ୍‌ ହୋଇ ଆଲୋଚନା କଲୁ। ମେୟର ପ୍ରାର୍ଥୀ ନେଇ ଅନେକ ଦରଖାସ୍ତ ଆମ ପାଖକୁ ଆସିଥିଲା। ବିଭିନ୍ନ ‍କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ଦରଖାସ୍ତ ଆମ ପାଖକୁ ଆସିଥିଲା। ଏପରିକି ଯେଉଁମାନେ ଭାରତୀୟ ଜନତା ପାର୍ଟିର ସଦସ୍ୟା ନଥିଲେ, ସେମାନଙ୍କ ପକ୍ଷରୁ ଦରଖାସ୍ତ ଆସିଥିଲା। ଯେଉଁମାନେ ଭାରତୀୟ ଜନତା ପାର୍ଟିରେ ରହି ଭଲ କାମ କରିଛନ୍ତି, ସେମାନଙ୍କ ଦରଖାସ୍ତ ମଧ୍ୟ ଆସିଥିଲା।

ଆମେ ପାଖାପାଖି ୨୫ ଦରଖାସ୍ତକୁ ନେଇ ଆଲୋଚନା କରିଥିଲୁ। ଦଳର ସମସ୍ତଙ୍କ ସହିତ କଥା ହୋଇଥିଲୁ। ଶେଷରେ ଡକ୍ଟର ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ ପାଇଁ ବାଛିଥିଲୁ। ସେ ସାହିତ୍ୟ କ୍ଷେତ୍ରରୁ ଆସିଛନ୍ତି। ଭୁବନେଶ୍ୱର ପାଇଁ ଜଣେ ଉଚ୍ଚଶିକ୍ଷିତା ମହିଳା ଆମେ ଚାହୁଁଥିଲୁ। କେବଳି ସେତିକି ନୁହେଁ, ଭୁବନେଶ୍ୱରେ ସ୍ଥାୟୀ ଭାବେ ରହୁଥିବା ଜଣେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ବୋଲି ସେ କହିଛନ୍ତି। 

Advertisment

ସେ ଆହୁରି କହିଛନ୍ତି ଯେ ଡକ୍ଟର ସୁନୀତି ମୁଣ୍ଡ୍ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍‌ ଏରେ ପାସ୍‌ କରିଛନ୍ତି। ଇଗ୍ନୋଉ ଓ ଆଇଆଇଏମ୍‌ରୁ ସେ ଡିପ୍ଲୋମା କରିଛନ୍ତି। ସେ ଜଣେ ସାହିତ୍ୟିକ ଓ ସାମ୍ବାଦିକତା କ୍ଷେତ୍ରରେ କାମ କରିଛନ୍ତି। ତା ଛଡା ସେ ୱାର୍ଦ୍ଧାରୁ ହିନ୍ଦୀ ରତ୍ନରେ ଉପାଧି ପାଇଛନ୍ତି। ସେ ଫିଲ୍ମ ଜଗତ ସହିତ ଜଡ଼ିତ ଅଛନ୍ତି। ସେ ମିଡିଆ ସହିତ ଯୋଡ଼ି ହୋଇ ଅନେକ କାମ କରିଛନ୍ତି। ଟିଭି ତଥା ବିଭିନ୍ନ ସିରିୟଲ ପ୍ରଡକ୍ସନରେ ବି ପରିଚୟ ରହିଛି। ପାଖାପାଖି ସେ ୨୮ଟି ପୁସ୍ତକ ଲେଖିଛନ୍ତି। ଆମେ ଗର୍ବିତ, ଭୁବନେଶ୍ୱର ପୌରାଞ୍ଚଳରୁ ସେ ବିଜେପିର ପ୍ରାର୍ଥୀ ହୋଇଛନ୍ତି।     

ପ୍ରକାଶଥାଉକି, ପୂର୍ବରୁ କଂଗ୍ରେସ, ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ, ସୁଲୋଚନା ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। 

Advertisment
BJP Odisha Municipal Election Municipal Elections 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ