Advertisment

ସମସ୍ତେ ମିଶି ସ୍ୱପ୍ନର ଭୁବନେଶ୍ୱର ନିର୍ମାଣ କରିବୁ: ସୁଲୋଚନା

ଭୁବନେଶ୍ୱରର ବିକାଶକୁ ତ୍ୱରାନ୍ୱିତ କରିବା ସହ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବୁ।

ଅଦ୍ୟତନ ହୋଇଛି
Sulochana Das

Sulochana Das

Advertisment

ଭୁବନେଶ୍ୱରର ମେୟର ହେବାପାଇଁ ବିଜୟର ଦ୍ୱାରଦେଶରେ ଅଛନ୍ତି ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ। ଭୁବନେଶ୍ୱରବାସୀ ପୁଣି ଥରେ ନବୀନ ବାବୁଙ୍କ ନେତୃତ୍ୱ ଓ ବିଜୁ ଜନତା ଦଳ ପ୍ରତି ଆସ୍ଥା ରଖିଛନ୍ତି। ସେଥିପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ। ମୋର ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କୁ ଦେବି। ଯିଏ ମୋତେ ଭୁବନେଶ୍ୱରବାସୀଙ୍କ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ଦଳର ନେତାଙ୍କ ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ଅହୋରାତ୍ର କାମ କରି ଏହି ବିଜୟ ଆଣିଦେଇଛନ୍ତି। 

Advertisment

ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ଯେଉଁ ପ୍ରୟାସ ରହିଛି, ଆମେ ନିଶ୍ଚିତ ଆଗକୁ ନେବୁ। ଆମେ ସମସ୍ତେ ମିଶି ସ୍ୱପ୍ନର ଭୁବନେଶ୍ୱର ନିର୍ମାଣ କରିବୁ।  ଭୁବନେଶ୍ୱରର ବିକାଶକୁ ତ୍ୱରାନ୍ୱିତ କରିବା ସହ ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବୁ।

ପ୍ରତିଟି ଲୋକ ସୁବିଧା ପାଇବେ, ଯେପରି ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ। ମୁଁ କେବେବି କାହାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ନେଇନି। ବିଜୁ ଜନତା ଦଳ କାହାକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ନିଏନି। ସ୍ମାର୍ଟ ଭୁବନେଶ୍ୱରର ସ୍ୱପ୍ନ ନିଶ୍ଚିତ ଭାବେ ପୂରଣ ହେବ ବୋଲି ସୁଲୋଚନା କହିଛନ୍ତି। 

Advertisment
BJD Odisha Municipal Elections Bhuneswar Mayor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ